ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା ଯତାୟତ ଠପ…

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବିଗତ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ଗତକାଲି ରାତିଠାରୁ ଜିଲ୍ଲା ସହିତ ବିଭିନ୍ନ ସମସ୍ତ ବ୍ଲକର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଗତକାଲି ସନ୍ଧ୍ୟାରେ ମାଲକାନଗିରି ଜିଲ୍ଲାରେ ପ୍ରବାହିତ ନଦୀ ପୋଟେରୁ ବ୍ରିଜ ଉପରୁ ଅଳ୍ପ କିଛି ଜଳ ପ୍ରବାହିତ ହେଉଥିବା ବେଳେ ଆଜି ସକାଳୁ ଏହା ପ୍ରାୟ ୩ ଫୁଟ ଉଚ୍ଚ ହୋଇଛି, ଯାହା ଫଳରେ ମାଲକାନଗିରି ଠାରୁ ପୋଟେରୁ ଏବଂ ପୋଟେରୁ ଠାରୁ କାଲିମେଳା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ଯାତାୟାତ ବନ୍ଦ ହୋଇଯାଇଛି । ସେହି ପୋଟେରୁ ନଦୀର ଜଳରେ ପଡ଼ିଆ ବ୍ଲକ ସହିତ କାଲିମେଳା ବ୍ଲକ କୁ ଯୋଗାଯୋଗ କରୁଥିବା କନ୍ୟାଶ୍ରମ ବ୍ରିଜ ଉପରେ ଆଜି ସକାଳେ ପ୍ରାୟ ୫ ଫୁଟ ଜଳ ପ୍ରବାହିତ ହେଉଥିବା ର ଦେଖିବାକୁ ମିଳିଛି ଯାହା ଫଳରେ ପଡ଼ିଆ ବ୍ଲକ ସହିତ କାଲିମେଳା ବ୍ଲକ ର ସମ୍ପୂର୍ଣ୍ଣ ଭାବରେ ଯାତାୟାତ ବନ୍ଦ ହୋଇଯାଇଛି । ମାଲକାନଗିରି ସହିତ ବାଲିମେଳା କୁ ଯୋଗ କରୁଥିବା ତାରଲାକୋଟା ନଦୀ ପୋଲ ଉପରେ ମଧ୍ୟ ବର୍ଷା ଜଳ ପ୍ରବାହିତ ହେଉଥିବା ରୁ ମାଲକାନଗିରି ସହିତ ବାଲିମେଳା ର ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଏହିଭଳି ଭାବରେ ଦେଖିବାକୁ ଗଲେ ସମ୍ପୂର୍ଣ୍ଣ ମାଲକାନଗିରି ଜିଲ୍ଲା ବର୍ତ୍ତମାନ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି ଯାହାର ଫଳରେ ସାଧାରଣ ଜନଜୀବନ ପ୍ରଭାବିତ ହେଉଛନ୍ତି । ବର୍ତ୍ତମାନ ଦେଖାଵର କଥା ଯେ ଏହିଭଳି ପରିସ୍ଥିତି ର ମୁକାବିଲା କରିବାକୁ ଜିଲ୍ଳା ପ୍ରଶାସନ ପକ୍ଷରୁ କେଉଁ ବସୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏପଟେ କାଲିମେଳା ସ୍ଥିତ ଗୋପବନ୍ଧୁ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ଯୁକ୍ତ ତିନି ର କିଛି ଛାତ୍ରଛାତ୍ରୀ ଙ୍କ ସେମିଷ୍ଟର ପରୀକ୍ଷା ଥିବାବେଳେ ସେମାନେ ପରୀକ୍ଷା ଦେବାକୁ ଯାଇ ପାରିଲେ ନାହିଁ ଏବଂ ବର୍ତ୍ତମାନ ସେମାନେ ଏହି ପରୀକ୍ଷା କୁ ନେଇ ଅଧିକ ଚିନ୍ତା କରିଛନ୍ତି, ଏହିଭଳି ପରିସ୍ଥିତି ରେ ରାଜ୍ୟ ସରକାର ମାଲକାନଗିରି ଜିଲ୍ଲା ରେ ବାସ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ କେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ବର୍ତ୍ତମାନ ଦେଖିବା କଥା ।

nis-ad
Leave A Reply

Your email address will not be published.