ନକଲି ଗୁଟଖା କାରଖାନାର ପେଣ୍ଠସ୍ଥଳୀ ବ୍ରହ୍ମପୁର

ଅନେକ ଦିନର ନୀରବତା ପରେ ହୋଇଛି ଚଢ଼ାଉ

ବ୍ରହ୍ମପୁର : ନକଲି ଗୁଟଖା କାରଖାନା କୁ ଠାବ କରିବା ଲାଗି ପୁଣିଥରେ ପୋଲିସ ର ଆରମ୍ଭ ହେଲା ଧଡ ପଗଡ। ବ୍ରହ୍ମପୁର ବଡ଼ ବଜ଼ାର ଜେନା ସାହି ରେ ଆଖପାଖ ଅଞ୍ଚଳରୁ ଆତ୍ମ ଗୋପନ କରିଥିବା ଗୁଟଖା ମାଫିଆ ମାନେ ପୋଲିସ କୁ ଚକ୍ମମା ଦେଇ ଗ୍ରାମାଞ୍ଚଳ ରେ ନିଜର କଳା ସାମ୍ରାଜ୍ଯ ଚଳାଇଥିବା ବେଳେ ବଡ଼ ବଜ଼ାର ଥାନା ଓ ବ୍ରହ୍ମପୁର ଏସପି ଡାକ୍ତର ଶ୍ରାବଣ ବିବେକ ଏମ ଙ୍କ ନିର୍ଦେଶ କ୍ରମେ ଚଢାଉ କରାଯାଇଥିଲା, ଚଢ଼ାଉ ରେ ୨ଜଣକୁ ଅଟକ ରଖିଛି ବଡ଼ ବଜ଼ାର ଥାନା ପୋଲିସ l ଜେନାସାହିରୁ ୯ ବସ୍ତା ନକଲି ଗୁଟୁଖା ସହ ଗୋଟିଏ ଅଟୋ ଜବତ ଓ ୨ ଅଟକ। ଅଟକ ବ୍ୟକ୍ତି ହେଲେ ବ୍ରହ୍ମପୁର ପାଣିଗ୍ରାହୀ ପେଣ୍ଟ ସାହି ର ରାମଚନ୍ଦ୍ର ଦାସ ଓ ସୁରଜ କୁମାର ବେହେରା ବୋଲି ସୁଚନା ଦେଇଛି ପୋଲିସ l କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ପୋଲିସ ଚଢାଉ କରି ଏକ ଗୁଟଖା ପ୍ରସ୍ତୁତ କାରଖାନା କୁ ଠାବ କରିବା ସହ ଲକ୍ଷାଧିକ ଟଙ୍କାର ଗୁଟଖା ପ୍ରସ୍ତୁତ ମେସିନ ଓ ସାମଗ୍ରୀକୁ ଜବତ କରିଛି ପୋଲିସ। ତେବେ ଏହି କଳା ସାମ୍ରାଜ୍ଯରେ ସଂପୃକ୍ତ ଥିବା 2 ଜଣ ଅଭିଯୁକ୍ତ କୁ ଅଟକ ରଖି ପଚରା ଉଚରା କରା ଯାଉଛି। ସୁଚନା ହେଲେ କିଛି ଦିନ ର ବ୍ଯବଧାନ ପରେ ପୁଣି ଥରେ ମାଫିଆ ମାନେ ନିଜ ର କାୟା ମେଲାଇଥିବା ଜଣା ପଡିଛି। ଜାହା କୁ ଆଧାର କରି ଆଗାମି ଦିନରେ ଏଭଳି ଧଡ ପଗଡ କୁ ଯୋର ଦାର କରିବା ଲାଗି ପୋଲିସ ନିଜର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ସୁଚନା ମିଳିଛି । କେବଳ ବଡବଯାର ଅଞ୍ଚଳ ନୁହେଁ, ବ୍ରହ୍ମପୁର ସଦର ଥାନା, ଗୋଳନ୍ଥରା, ଏବଂ ଟାଉନ ଥାନା ଅଞ୍ଚଳ ରେ ବି ଏହି ପରି କଳା ସାମ୍ରାଜ୍ୟ ପୋଲିସ ଆଖିରେ ଧୂଳି ଦେଇ ଚାଲିଥିବା ଅଭିଯୋଗ ହେଉଛି।

nis-ad
Leave A Reply

Your email address will not be published.