ମୋ ଘର ଯୋଜନାର ଶୁଭାରମ୍ଭ ଓ ପ୍ରଥମ କିସ୍ତି ବଣ୍ଟନ

ଛତ୍ରପୁର(୧୨/୦୭) : ଗଞ୍ଜାମ ଜିଲ୍ଲାରେ ମୋ ଘର ଯୋଜନାରେ ନୂତନ ଗୃହ ନିର୍ମାଣ ସକାଶେ ଆବେଦନ କରିଥିବା ହିତାଧିକାରୀଙ୍କୁ ବ୍ୟାଙ୍କ ଋଣ ସହିତ ସରକାରଙ୍କ ସବସିଡି ରାଶିକୁ ପ୍ରଦାନ କରାଯିବI କାର୍ଯ୍ୟକ୍ରମ ବୁଧବାର ଆରମ୍ଭ କରାଯାଇଅଛି | ଗଞ୍ଜାମ ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଜିଲ୍ଲାର ପ୍ରଥମ ହିତାଧିକାରୀଙ୍କୁ ତିନି ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଗୃହ ନିର୍ମାଣ ସକାଶେ ଆବେଦନ କରିଥିବା ହିଞ୍ଜିଳୀକାଟୁ ବ୍ଲକ ର ବୁରୁପଡା ପଞ୍ଚାୟତର ପୋଡଙ୍ଗି ଗ୍ରାମର ହିତାଧିକାରୀ ସୁମତି ଦାସଙ୍କୁ ପ୍ରଥମ କିସ୍ତି ରାଶି ଏକ ଲକ୍ଷ ଟଙ୍କାର ଚେକ ପ୍ରଦାନ ପୂର୍ବକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି | ଏହି ରାଶି ହିଞ୍ଜିଳିକାଟୁ ବ୍ଲକ ଜରିଆରେ ଭାରତୀୟ ଷ୍ଟେଟବ୍ୟାଙ୍କ ହଞ୍ଜିଳିକାଟୁ ଶାଖା ତରଫରୁ ପ୍ରଦାନ କରାଯାଇଛି I

ଏହି ଯୋଜନାରେ ସାମିଲ ହୋଇ ଲାଭ ପାଇବାକୁ ଯାଉଥିବା ଗଞ୍ଜାମ ଜିଲ୍ଲାର ପ୍ରଥମ ହିତାଧିକାରୀ ସୁମତି ଦାସ I ଏହି ରାଶି ପାଇ ଖୁସି ପ୍ରକଟ କରି ସୁମତି ଦାସ ଜଣାଇଛନ୍ତି ଯେ, ବ୍ୟାଙ୍କ ଋଣ ସହ ସରକାରଙ୍କ ସବସିଡି ରାଶିକୁ ନେଇ ଯଥା ଶୀଘ୍ର ଗୃହ ନିର୍ମାଣ ଶେଷ କରିବେ ଓ ବ୍ୟାଙ୍କ ଋଣ ମଧ୍ୟ ଠିକ ସମୟ ପୂର୍ବରୁ ପରିଶୋଧ କରିବେ I ଆଗରୁ ରାଜ୍ୟ ସରକାରଙ୍କ ଠାରୁ ଗ୍ରାମ କଣ୍ଟ ପଟ୍ଟା ପାଇଥିବା ସୁମତି ଆଜି ରାଜ୍ୟ ସରକାରଙ୍କ ସହାୟତାରେ ଗୃହ ନିର୍ମାଣ ପାଇଁ ସହାୟତା ପାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରିଥିଲେ I
ଆଜିର ଏହି ମୋ ଘର ଯୋଜନାର ଶୁଭାରମ୍ଭ ଓ ପ୍ରଥମ କିସ୍ତି ବଣ୍ଟନ କାର୍ଯ୍ୟକ୍ରମ ବେଳେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ କୀର୍ତି ଭାଷନ ଭି , ହିଂଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତା କୁମାର ଜେନା, ହିଂଜିଳି କାଟୁ ଷ୍ଟେଟ ବ୍ଯାଙ୍କ ଶାଖା ପରିଚାଳକ ସୌମ୍ଯ କାନ୍ତ ପଟ୍ଟନାୟକ, ବ୍ଯାଙ୍କ କ୍ଷେତ୍ର ଅଧିକାରୀ ସୁଶାନ୍ତ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ I

nis-ad
Leave A Reply

Your email address will not be published.