ଜିଲ୍ଲା ଓକିଲ ସଂଘର ସାଧାରଣ ପରିଷଦ ବୈଠକ, ଚଳିତ ବର୍ଷ ଫୁଲବାଣୀରେ ହେବ ଅଲ୍ ଓଡିଶା ଲୟରର୍ସ ଆସୋସିଏସନ ସମ୍ମିଳନୀ

ଫୁଲବାଣୀ ୧୦।୭, :ଫୁଲବାଣୀ ବାର ଆସୋସିଏସନ କାର୍ଯ୍ୟାଳୟ ଠାରେ ଆଜି ଜିଲ୍ଲା ଓକିଲ ସଂଘ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଆଇନଜୀବୀ ଭଗବାନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ, ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ। ଏଥିରେ ଗତ ମାସ ୪ ତାରିଖରେ ଚଳିତ ବର୍ଷ ଓଡିଶା ଲୟରର୍ସ ଆସୋସିଏସନ ଦ୍ଵାରା,ଫୁଲବାଣୀ ରେ ଓଡିଶା ଲୟରର୍ସ ଆସୋସିଏସନ ର ସମ୍ମିଳନୀ କରା ଯିବାକୁ ପ୍ରଦାନ କରାଯାଇଥିବା ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇଥିଲା। ତେବେ ରାଜ୍ୟ ରେ ଦୁଇଟି ଓକିଲ ସଂଘ ରହିଛି, ତେଣୁ ଉଭୟ ସଂଘକୁ ସାଦରେ ନିମନ୍ତ୍ରଣ କରାଯିବା ସହ, ରାଜ୍ୟ ରେ ଗୋଟିଏ ଓକିଲ ସଂଘ ଗଠନ କରିବା ଦିଗରେ ପଦକ୍ଷେପ ନେବାକୁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ କରାଯାଇଥିଲା। ଏହା ସହିତ ଫୁଲବାଣୀ ରେ ଅଲ୍ ଓଡିଶା ଲୟରର୍ସ ଆସୋସିଏସନ ସମ୍ମିଳନୀ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ଉପସ୍ଥିତ ସଦସ୍ୟ ସଦସ୍ୟା ମାନଙ୍କ ମଧ୍ୟରେ ଜିଲ୍ଲା ର ଓକିଲ ମାନଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ଆଲୋଚନା କରାଯାଇଥିଲା। ଶେଷରେ ସଂଘର ସମ୍ପାଦକ କମଳ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.