ସ୍କାଏ ଇ- ମୋଟର ଶୋରୁମ ଉଦଘାଟିତ

ଚିକିଟୀ : ଚିକିଟୀ ଏନ୍ ଏ ସି ଅନ୍ତର୍ଗତ ଚିକିଟୀ ଧାନଘର ମଧ୍ୟସ୍ଥଳରେ ବୁଧବାର ଏକ ସ୍କାଏ ଇ- ମୋଟର ଶୋରୁମ ଉଦଘାଟିତ ହୋଇଯାଇଛି। ସମାଜସେବୀ ଶ୍ରୀରୂପ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମାଜସେବୀ ତଥା ବରିଷ୍ଠ ସଂଗଠକ ସୁରେନ୍ଦ୍ର ମଣ୍ଡଳ, ଏନ୍ ଏ ସି ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ, ବ୍ଲକ ଅଧ୍ୟକ୍ଷ ଆପନା ସେଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍କାଇ ଇ ମୋଟର ଶୋରୁମ କୁ ଉଦଘାଟନ କରିଥିବା ବେଳେ ଓଡିଆ ସିନେମା ର ଜଣାଶୁଣା ହିରୋଇନ ତଥା ଅଭିନେତ୍ରୀ ମିସ୍ ରିୟା ଦେ ଉପସ୍ଥିତ ରହି ଗ୍ରାହକ ମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ପାତ୍ରପୁର ର ଆଇନଜୀବୀ ରାମ ପ୍ରସାଦ ମହାନ୍ତି ପ୍ରଥମ ଗ୍ରାହକ ଭାବେ ଏକ e- ବାଇକ୍ କିଣି ଥିଲେ। କମ୍ପାନୀ ର ସିଏମଡି ଲାଲି ଆଚାରୀ ଙ୍କ ଉପସ୍ଥିତରେ ଅଭିନେତ୍ରୀ ରିୟା ଗ୍ରାହକ ଙ୍କୁ ବାଇକ୍ ଚାବି ପ୍ରଦାନ କରିଥିଲେ। ମା ଏଣ୍ଟରପ୍ରାଇଜ ମାଲିକ ସୀମାଞ୍ଚଳ ସାହୁ , ସନ୍ତୋଷ କୁମାର ସାହୁ ଓ ଗଣେଷ ସାହୁ କାର୍ଯ୍ୟକ୍ରମ ର ସଂଯଜନା କରିଥିଲେ।

nis-ad
Leave A Reply

Your email address will not be published.