ଶଶାଙ୍କ ଶେଖର ସ୍ମୃତି କମିଟି ପକ୍ଷରୁ ଶ୍ରାଦ୍ଧବାର୍ଷିକ ପାଳିତ

ଫୁଲବାଣୀ : ବନାନୀ କଳା ସଂଙ୍ଗମ ଠାରେ ଶଶାଙ୍କ ଶେଖର ସ୍ମୃତି କମିଟି ପକ୍ଷରୁ ବରିଷ୍ଠ ସମାଜସେବୀ ଶଶାଙ୍କ ଶେଖର ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଦସ୍ୟ ମାନେ ସ୍ୱର୍ଗତ ଶଶାଙ୍କର ଫଟୋ ଚିତ୍ରରେ ଦୀପଦାନ କରି ପୁଷ୍ପ ମାଲ୍ୟ ଅର୍ପଣ କରି ଦୁଇମିନିଟ ନୀରବ ପ୍ରାର୍ଥନା କରିଥିଲେ । ଗତ ୨୦୨୨ ଜୁଲାଇ ମାସ ୫ତାରିଖରେ ତାଙ୍କ ଫାର୍ମ ହାଉସରେ ଟ୍ରାକ୍ଟର ଚଳାଉଥିବା ବେଳେ ଅସାବଧାନତା ବଶତଃ ଟ୍ରାକ୍ଟର ତଳେ ଚାପି ହୋଇ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯାଇ ଥିଲେ।ପିଲାଟି ଦିନରୁ ସ୍ପଷ୍ଟ ବାଦି ଓ ଜିଦଖୋର ଥିଲେ। ସ୍ନାତକୋତ୍ତର ଶିକ୍ଷା ଗ୍ରହଣ ପରେ ଚାକିରୀ ନକରି ସାମାଜିକ ଅନୁଷ୍ଠାନ ଗଢିଥିଲେ।କଲେଜ ଜୀବନରେ ସାଧୁତା ଓ ନିଷ୍କପଟ ଯୋଗୁଁ ଅଳ୍ପ ବ୍ୟବଧାନରେ ନିର୍ବାଚନରେ ହାରିଯାଇଥିଲେ।କନ୍ଧମାଳ ଜିଲ୍ଲାର ନିଶାନିବାରଣ ପାଇଁ ୨୦୧୧ ମସିହାରେ ଫୁଲବାଣୀ ଆକ୍ସନ ଗୃପ ସହଯୋଗରେ ୧୩୫ ଦିନ ଗଣଧାରଣା କରି ଜିଲ୍ଲାରୁ ୨୨ ମଦଭାଟି ଉଛେଦ କରିବାରେ ସମର୍ଥ ହୋଇଥିଲେ।କୋଟଗଡ ବ୍ଲକରେ ଜଳଛାୟା କମିଟି ଗଠନ କରି ତତକାଳୀନ ବିଡିଓ ଏବଂ ଉପଜିଲ୍ଲାପାଳ ସୁରେଶ କୁମାର ବଶିଷ୍ଠଙ୍କ ସହଯୋଗରେ ନିଶା ନିବାରଣ କରିଥିଲେ। ପିଏଜିର ରୌପ୍ୟ ଜୟନ୍ତୀ ଅବସରରେ ସଫଳତା ର ସହସାତ ଦିନିଆ ମହୋତ୍ସବ ଆୟୋଜନ କରି ଚର୍ଚ୍ଚାରେ ରହିଥିଲେ।ସେ କାହାରିକୁ ଭୟ କରୁନଥିଲେ।ଅନ୍ୟାୟ ଦୁର୍ନୀତିର ଘୋର ବିରୋଧ କରୁଥିଲେ।ଗରିବ ଅସହାୟ ଏବଂ ସହଯୋଗ ଆବଶ୍ୟକ କରୁଥିବା ଲୋକଙ୍କୁ ବିନା ଦ୍ୱିଧାରେ ସହଯୋଗ କରୁଥିଲେ।ଗାଡି ପ୍ରତି କଲେଜ ଜୀବନରୁ ଭାରି ଦୁର୍ବଳତା ଥିଲା।କୃଷିର ବିକାଶ ପାଇଁଏକ ଫାର୍ମ କରି କୃଷକ ଭାବେ ନୂଆ ନୂଆ ଚାଷପଦ୍ଧତି ରେ ସଫଳତା ପାଉଥିଲେ।ଫୁଲବାଣୀ ଓ ଖଜୁରୀପଡା ବ୍ଲକରେ ସମ୍ବଳ ବିକାଶ ସ୍ୱୟଂ ସହାୟକ ସମବାୟ ବ୍ୟାଙ୍କ ଖୋଲି ଲୋକଙ୍କୁ ସେବା ଯୋଗାଇ ଦେଉଥିଲେ।ଜିଲାର ଜନସାଧାରଣଙ୍କୁ ଠକେଇ କରୁଥିବା ଲୋକ ବା କର୍ମଚାରୀ ମାନଙ୍କୁ ଗାଳିଗୁଲଜ କରୁଥିଲେ ଓ ବିଭିନ୍ନ ସମସ୍ୟାର ଉତଥାପନ ଓ ସମାଧାନ ପାଇଁ ଜିଲ୍ଲା ବିକାଶ ପରିଷଦର ପ୍ରତିଷ୍ଠାତା ସଦସ୍ୟଥିଲେ।ଦରଦୀ ହୃଦୟ ନେଇ ମଣିଷ ଭଳି ମଣିଷ ଟିଏ ଥିଲେ।

ସବୁବେଳେ ଆଶାବାଦୀ ଥିଲେ। ସ୍ୱର୍ଗତ ଶଶାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକରେ ସହରର ସାମାଜିକ ସଂଗଠନ ବନବାସୀ, ଶାନ୍ତିମୈତ୍ରୀ ,ସ୍ୱାତୀ,ପରିବେଶ, କଳିଙ୍ଗ ସେବା ସଦନ,ଫାରେଲ,ସାଲୁଙ୍କି,ଫିନାର କର୍ମକର୍ତ୍ତା, ସାମ୍ବାଦିକ ଓ ବୁଦ୍ଧିଜୀବୀ ଯୋଗଦେଇ ତାଙ୍କ ବିଗତ କାର୍ଯ୍ୟାବଳୀର ସ୍ମୃତି ଚାରଣ କରିଥିଲେ।ସ୍ମୃତି ସଭାକୁ ଅଶୋକ ପରିଡା ସଂଯୋଜନା କରିଥିବା ବେଳେ ବ୍ରଜ ପଟ୍ଟନାୟକ , ଅନନ୍ତ ଚରଣ ମିଶ୍ର, ବଂଶୀଧର ପଣ୍ଡା, ଶାନ୍ତନୁ ମିଶ୍ର,ଭଗବାନ ମହାନ୍ତି, ଡ ଅରୂପ ଜେନା,ଷଷ୍ଠୀ ପ୍ରସାଦ ମିଶ୍ର,ପିତାମ୍ବର ମିଶ୍ର, ରମେଶ ମହାନ୍ତି, ଶଙ୍କର ବେହେରା, ନାରାୟଣ ସାହୁ,କମଳା ବେହେରା, ବୈଦ୍ୟନାଥ ଖଟୁଆ,ପଦ୍ମ ଚରଣ ସାହୁ ପ୍ରମୁଖ ଶଶାଙ୍କ ର ଗୁଣାବଳୀ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ।

nis-ad
Leave A Reply

Your email address will not be published.