ବ୍ଲକ ଅଧିକାରୀଙ୍କ ମନମାନି ଯୋଗୁଁ କାମ ଥାଇ ବି କାମ ପାଉ ନାହାନ୍ତି ଲୋକେ, ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାୟନ କରୁଛନ୍ତି

ଆସ୍କା : ଗଞ୍ଜାମ ଜିଲ୍ଲାର ଏକ ଚର୍ଚ୍ଚିତ ବ୍ଲକ ହେଉଛି ଆସ୍କା ବ୍ଲକ | ଏହିବ୍ଲକ ୨୭ ଟି ପଞ୍ଚାୟତ କୁ ନେଇ ଗଠିତ। ଅଧିକାଂଶ ପଂଚାୟତ ରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ଓ ନିମ୍ନ କାମ ହେଉଥିବା ଅଭିଯୋଗ ହେଲେ ମଧ୍ୟ ବ୍ଲକ ମୁଖିଆ ଚୁପରହିବା ଫଳରେ ଗ୍ରମାଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଏହି ବ୍ଲକର ବିଭିନ୍ନ ପଂଚାୟତ ରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଗୁଡିକର କାର୍ଯ୍ୟ ରେ ଶ୍ରମିକ ମାନଙ୍କ ବଦଳରେ ଅଧିକାଂଶ କରି ଜେ-ସି-ବି ମେସିନ ରାତ୍ର ସମୟ ରେ ବ୍ୟବହାର କରାଯାଉଥିବାର ଅଭିଯୋଗ କରାଗଲେ ସଙ୍ଗେ ସଙ୍ଗେ ମେସିନ ଲଗାଇ କାମ କରୁଥିବା ସରପଞ୍ଚ ମାନଙ୍କୁ ଖବର ଦିଆଯାଉ ଥିବା ଅଭିଯୋଗ ହେଉଛି। ଯାହା ଫଳରେ ସ୍ଥାନୀୟ ଶ୍ରମିକମାନେ କାମ ନ ପାଇ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଚାଲି ଯାଉଛନ୍ତି । ଯାହା ଫଳରେ ଏଠାରେ ଶ୍ରମିକମାନେ ନ ରହିବା ଯୋଗୁଁ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ଶ୍ରମିକ ନ ମିଳିବାର ସୁଯୋଗ ନେଇ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶର ଶ୍ରମିକ ମାନଙ୍କ ସଂଖ୍ୟା ଆସ୍କା ଅଞ୍ଚଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି।ରାଜ୍ୟ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ଉନ୍ନୟନ କାର୍ଯ୍ୟରେ ନିର୍ବାଚିତ ପ୍ରତିନିଧିମାନେ ନିଜର ସମର୍ଥକ ମାନଙ୍କୁ କାର୍ଯ୍ୟାଦେଶ ଦେବା ଫଳରେ ଦୁର୍ନୀତି ହେଲେ ମଧ୍ୟ ଚୁପରହିବା କୁ ବାଧ୍ୟ ହେଉଛନ୍ତି। କୁଆଡେ ନିର୍ବାଚନ ବେଳେ ଭୋଟ ମିଳିବ ନାହିଁ ବୋଲି ଏପଟେ ନିର୍ବାଚିତ ପ୍ରତନିଧି ନୀରବତା ଦେଖି ବ୍ଲକ ଅଧିକାରୀ ଦୁର୍ନୀତି କୁ ପ୍ରସାୟ ଦେଇ ମୁଠା ମୁଠା ଟଙ୍କା ଠୁଳ କରିବାରେ ବ୍ୟସ୍ତ ରହୁଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି।ସେପଟେ ୫ଟି ସଚିବ ବିଭିନ୍ନ ବ୍ଲକ କୁ କୋଟି କୋଟି ଟଙ୍କା ଦେଇ ତଦାରଖ ନକରିବା ଫଳରେ ନିର୍ବାଚିତ ପ୍ରତିନିଧି ଓ ଅଧିକାରୀ ଙ୍କ ସମ୍ପତ୍ତି ଦିନକୁ ଦିନ ବଢ଼ିବାରେ ଲାଗିଛି ବୋଲି ସାଧରଣ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି । ଏହି ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ଯୋଗୁଁ ଆସ୍କା ଅଞ୍ଚଳରେ ଶ୍ରମିକ ଶୂନ୍ୟ ହେବା ଦିନକୁ ଦିନ ବଢିବା ରେ ଲାଗିଛି।

nis-ad
Leave A Reply

Your email address will not be published.