ଦୁର୍ନୀତି ବୁଡ଼ିଛି ଫୁଲବାଣୀ ପୌର ପରିଷଦ : କାଉନସିଲରଙ୍କ ପ୍ରଶ୍ନ ବାଣରେ ମିଟିଙ୍ଗ ଅଧାରୁ ଉଠିଗଲେ ପୌରାଧ୍ୟକ୍ଷା

ଫୁଲବାଣୀ  : ଫୁଲବାଣୀ ପୌର ପରିଷଦ ଦୁର୍ନୀତି ଉବୁଟୁବୁ ହୋଇଛି । ତାର ସଦ୍ୟତମ ପ୍ରମାଣ ହେଉଛି ସୋମବାର ୧୧ ତମ କାଉନସିଲର ସାଧାରଣ ବୈଠକରେ କାଉନସିଲରଙ୍କ ପ୍ରଶ୍ନ ବାଣରେ ଅଧାରୁ ବୈଠକ ଛାଡ଼ି ପଳାଇଥିଲେ ଅଧ୍ୟକ୍ଷା । ପିଅନପଡ଼ା ନୀଳ ବନ୍ଧ ଓ ମଝି ବନ୍ଧ କାର୍ଯ୍ୟର ତଥ୍ୟ କାଉଁସିଲରମାନେ ଜାଣିବାକୁ ଚାହିଁଥିଲେ ଯେ କାର୍ଯ୍ୟର ଟେଣ୍ଡର ହୋଇଛି କି,ଡ଼ିପାର୍ଟମେଂଟ ଦ୍ୱାରା ହେଇଛି । କାରଣ ଉକ୍ତ କାମରେ ପୈାର ପରିଷଦର ଟ୍ରାକଟର ବ୍ୟବହୃତ ହୋଇଥିଲା । ସେହିପରି ଦେଢ ବର୍ଷ ହେବ ପୈାର ପରିଷଦ ଗଠନ ହୋଇଥିଲେ ମଧ୍ୟ କୈାଣସି କମିଟି ଆଜି ପର୍ଯ୍ୟନ୍ତ ଗଠନ ହୋଇନାହିଁ । ବିନା କମିଟି ଗଠନରେ କିଭଳି କାର୍ଯ୍ୟ ହେଉଛି ବୋଲି କାଉଁସିଲରମାନେ ପଚାରିଥିଲେ । ସେହିପରି କାଉନସିଲରମାନଙ୍କ ଅଜଣାତରେ ସେହି ୱାର୍ଡ଼ରେ ଅଲଗା ୱାଡ଼ର ସ୍ୱଂୟ ସହାୟିକା ଗୋଷ୍ଠିଙ୍କ ନାମରେ କାର୍ଯ୍ୟ ହେଉଛି । ତାହା ମଧ୍ୟ ଜିଲ୍ଲାପାଳଙ୍କ ନିକଟରେ ଉକ୍ତ ୱାର୍ଡ଼ର ଗୋଷ୍ଠିର ମହିଳାମାନେ ଅଭିଯୋଗ କରିଛନ୍ତିି । ସେହିପରି ୫ ନଂ ୱାର୍ଡ଼ରେ କାମ ହେଉ ନଥିବା ଉକ୍ତ ୱାର୍ଡ଼ କାଉନସିଲର ଅଭିଯୋଗ କରିଛନ୍ତି । କିନ୍ତୁ କୈାଣସି ପ୍ରଶ୍ନର ଉତ୍ତର ନ ଦେଇ ପର କାଉନ଼ସିଲ ବୈଠକରେ କହିବି ବୋଲି କହିଥିଲେ ।

ବିଗତ ଦିନରେ ଏଭଳି ପ୍ରତିଶୃତି ଦେଇ କାଉନ୍‌ସିଲରମାନଙ୍କୁ ଠକି ୫ ମାସ ପରେ କାଉନସିଲର ମାନେ ପ୍ରସ୍ଥାବ ଦେବା ପରେ ସୋମବାର କାଉନସିଲର ବୈଠକ ଡ଼କାଯାଇଥିଲା । ୫ମାସ ବ୍ୟବଧାନ ମଧ୍ୟରେ ବହୁ ଦୁର୍ନିତି ମୂଳକ କାର୍ଯ୍ୟ ହୋଇଥିବା ୧୩ଜଣ କାଉନସିଲର ମଧ୍ୟରୁ ୧୨ ଜଣ କାଉନ୍ସିଲର ଅଭିଯୋଗ କରିଥିଲେ । କାଉନସିଲର ମାନଙ୍କୁ ଅବଗତ ନକରାଇ ଭିତିରିଆ କାମ କରାଯାଇଥିବା କାଉନ୍ସିଲର ମାନେ ଅଭିଯୋଗ କରିଛନ୍ତି । ୧୩ ଓ୍ୟାର୍ଡ଼ର ସାଇ କ୍ରିଷ୍ନା ନାମକ ଏକ ସ୍ୱଂୟ ସହାୟିକା ଗୋଷ୍ଠି କରିଥିବା କାମର ପେମେଣ୍ଟ ନୋଟସିଟକୁ ଚିରି ଦେଇଥିବା ବୋଲି ୧୩ ଓ୍ୟାର୍ଡ଼ କାଉନସିଲର ଅଭିଯୋଗ କରିଥିଲେ । ଏହାକୁ ପ୍ରମାଣ କରିବାକୁ ଯାଇ ଏକାଉଟେଣ୍ଟକୁ ପଚାରିଥିଲେ କାଉନସିଲର । ଉତ୍ତରରେ ଏକାଉଣ୍ଟଟେଣ୍ଟ କହିଥିଲେ ଏହାକୁ ଅଧ୍ୟକ୍ଷା ଚିରିଛନନ୍ତି ବୋଲି କହିଥିଲେ କିନ୍ତୁ ଏହାକୁ ଅଧକ୍ଷା ସ୍ମିତା ରାଣୀ ମହାନ୍ତି ଖଣ୍ଡନ କରିଛନ୍ତି । କିନ୍ତୁ କାଉନ୍ସିଲ ହଲରେ ପୈାର ନିର୍ବାହୀ ଅଧିକାରୀ କହିଥିଲେ ଏକାଉଟେଣ୍ଟ ଚିରିବା ଘଟଣାକୁ ଲିଖିତ ଭାବେ ଦେଇଛନ୍ତି । ଏକ ସରକାରୀ ଡକ୍ୟୁମେଣ୍ଟ କିପରି ଅଧକ୍ଷା ଚିରିଲେ ତାହା ସବୁ ମହଲରେ ନିନ୍ଦା କରାଯାଇଛି । ଏ ନେଇ ସ୍ୱଂୟ ସହାୟିକା ଗୋଷ୍ଠି ପକ୍ଷରୁ ଲିଖିତ ଅଭିଯୋଗ ଦିଆଯାଇଛି । ସେହିପରି କିଛି କାମକୁ ପିଛିଲା ତାରିଖରେ କାର୍ଯ୍ୟାଦେଶ ଦେବା ପାଇଁ ଅଧ୍ୟକ୍ଷା ବାଧ୍ୟ କରୁଥିବା ପୈାର ପରିଷଦ ନିବାହୀ ଅଧିକାରୀ ଅଭିଯୋଗ କରିଛନ୍ତି । ନିର୍ବାହୀ ଅଧିକାରୀଙ୍କ କହିବା କଥା ସରକାରୀ ଗାଇଡ଼ ଲାଇନରେ ଯାହା ଅଛି ତାହା କରିବା ପାଇଁ କହିଥିଲେ ସୁଧା ଅଧ୍ୟକ୍ଷା ମୋତେ ବାଧ୍ୟ କରୁଛନ୍ତି ।

nis-ad
Leave A Reply

Your email address will not be published.