ବିଜ୍ଞାନ ଯୁଗରେ ବି ଅନ୍ଧ ବିଶ୍ବାସରେ ବଶୀଭୂତ ହେଉଛନ୍ତି ଲୋକେ

ମାଲକାନଗିରି : ମାଲକାନଗିରି ଦିନକୁ ଦିନ ବିଜ୍ଞାନ ଯେତେ ଆଗକୁ ଯାଉଛି ତାହା ସହ ତାଳଦେଇ ଚିକିତ୍ସା ବିଜ୍ଞାନ ମଧ୍ୟ ଆଗକୁ ଯାଉଥିବା ବେଳେ ଆଜି ମଧ୍ୟ କିଛି ଆଦିବାସୀ ଲୋକ ଅନ୍ଧ ବିଶ୍ବାସରେ ବଶୀଭୂତ ହୋଉଛନ୍ତି । ବିଜ୍ଞାନ ଯୁଗରେ ଆଜିବି ଲୋକ ଅଛନ୍ତି ଦୁର୍ଘଟଣା ରେ ଗୋଡ, ହାତ ଭାଙ୍ଗିଲେ ଗୁଣିଆ ପାଖକୁ ଯାଇ ଝାଡ ଫୁଙ୍କା ଓ ଜଡିବୁଟି ଚିକିତ୍ସା କରୁଛନ୍ତି । ବିଶ୍ୱାସ ରହିଛି ଯେ ଭାଙ୍ଗିଯାଇଥିବା ଗୋଡ, ହାତ ଠିକ୍ ହୋଇଯିବ । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ସଦର ବ୍ଲକ ଝରାପାଲ୍ଲି ପଞ୍ଚାୟତର ଗୋଟିଗୁଡା ଗ୍ରାମରେ । ଗାଁର କସା ପଡିଆମି କୌଣସି କାମରେ ଗତ ତା ୧୮.୨.୨୦୧୩ ରିଖ ଶିବରାତ୍ରୀ ଦିନ ନିଜ ସାଇକଲ ରେ ନିକଟସ୍ତ ଗ୍ରାମକୁ ଯାଉଥିବା ସମୟରେ ସେ ରାସ୍ତା ଉପରେ ସାଇକେଲ ରୁ ପଡିଯାଇଥିଲେ । ଯାହା ଫଳରେ ତାଙ୍କର ଡାହାଣ ଗୋଡ ଉପରିଭାଗ ଅଣ୍ଟା ନିକଟରେ ଗଭିର ଆଘାତ ଲାଗିଥିଲା । ଯାହା ଫଳରେ ସେ ନିଜ ସମ୍ପର୍କୀୟଙ୍କ ସହ ପ୍ରଥମେ ଝରାପାଲ୍ଲି ର ଅଲେଖ ବାବା ଦିସାରି(ଗୁଣିଆ)ପାଖକୁ ଯାଇ ଚିକିତ୍ସିତ ହୋଇଥିଲେ । ସେଠାରେ ଅଲେଖ ବାବା ଜଡିବୁଟି ମାଧ୍ୟମରେ ଚିକିତ୍ସା କରିବାପରେ ଭଲ ହୋଇନଥିବାରୁ କସା ପଡିଆମି କୁ ସମ୍ପର୍କୀୟ ମାନେ ଜିଲ୍ଲା ହସ୍ପିଟାଲକୁ ନେଇ ଚିକିତ୍ସା କରାଇ ଥିଲେ । ସେଠାରେ ଡାକ୍ତର କସାର ଅଧିକ ଚିକିତ୍ସା ପାଇଁ କୋରାପୁଟ ସହିଦ୍ ଲକ୍ଷଣ ନାୟକ ମେଡିକାଲ କଲେକୁ ରେଫର କରିଥିଲେ । କସାଙ୍କ ନିକଟରେ ଟଙ୍କା ପଇସା ନଥିବାରୁ ସେ ପୁଣିଥରେ ଘରକୁ ଫେରି ଝରାପାଲ୍ଲି ର ଅଲେଖ ବାବା ଦିସାରି (ଗୁଣିଆ) ର ଘରେ ରହି ଦିର୍ଘ ଚାରି ମାସ ହେବ ରହି ସେଠାରେ ଗୁଣିଆଙ୍କ ଠାରେ ଝାଡଫୁଙ୍କ ଓ ଜଡିବୁଟି ଚିକିତ୍ସା କରାଉଥିବା କସା ପଡିଆମି କହିଛନ୍ତି । ଏବଂ ସେଠାରେ ସେ ଧିରେ ଧିରେ ଭଲ ହେଉଥିବା ସେ ପ୍ରକାଶ କରିଛନ୍ତି ।
ବାବାଙ୍କ ନାଁ ମାଡା ମାଡକାମି । ସେ କହିବା ହେଲା ତାଙ୍କ ନିକଟକୁ ବହୁ ଲୋକ ଏମିତି ଦୁର୍ଘଟଣାଗସ୍ତ ଲୋକ ଏବଂ ବହୁ ଜରାବ୍ୟଧି ପିଡିତ ଲୋକମାନେ ସେମାନଙ୍କ ସମସ୍ୟା ନେଇ ତାଙ୍କ ନିକଟକୁ ଆସନ୍ତି । ସେ ନିଜ ମନ୍ତ୍ର ଓ ଜଡିବୁଟି ଦ୍ବାରା ଲୋକମାନଙ୍କ ସମସ୍ୟାର ସମାଧାନ କରନ୍ତି । ତାସହ ସେ କହିଛନ୍ତି ଜ
ଯଦି ତାଙ୍କ ନିକଟରେ କୌଣସି ରୋଗି ଭଲ ନହୁଅନ୍ତି ତେବେ ସେହି ବ୍ୟକ୍ତିଙ୍କୁ ମେଡିକାଲ ନେବାପାଇଁ ପରିବାର ଲୋକଙ୍କୁ ପରାମର୍ଶ ଦିଅନ୍ତି ସେ କହିଛନ୍ତି ।
ଏହି ଘଟଣାକୁ ନେଇ ମାଲକାନଗିରି ମୁଖ୍ଯ ଚିକିତ୍ସାଳୟର ବରିଷ୍ଠ ଅସ୍ତ୍ରୋପଚାର ବିଶେଷଜ୍ଞ ଡାକ୍ତର ସପନ କୁମାର ଡିଣ୍ଡା ଙ୍କୁ ପଚାରିବାରୁ ସେ କହିଛନ୍ତି ଲୋକଙ୍କ ମାନସିକତାକୁ ପରିବର୍ତ୍ତନ କରିବା ନିହାତି ଦରକାର ତାସହ ସେକହିଛନ୍ତି ପାଖାପାଖି ୮୦% ରୋଗ ପ୍ରାକୃତିକ ହିସାବରେ ଭଲ ହୋଇଯାଏ । କିନ୍ତି ଏହାର ଫାଇଦା ନେଇଥାନ୍ତି ଗୁଣିଆ ବା ଦିଶାରୀ ମାନେ । ଏଥି ପାଇଁ ପ୍ରସାଶନ ଓ ବିଭିନ୍ନ ସଂସ୍ଥା ସଚେତନ କାର୍ଯ୍ୟକ୍ରମ ଯାରିରଖଛନ୍ତି । ସେ କହିଛନ୍ତି ଯେ ଚିକିତ୍ସାବିଜ୍ଞାନ ଏତେ ଉନ୍ନତ ଧରଣ ର ହବା ପରେବି ଆଦିବାସୀ ଲୋକଙ୍କ ଅନ୍ଧ ବିଶ୍ବାସ ହଟାଇବାରେ ପଛରେ ପଡିଛନ୍ତି ଜିଲ୍ଲା ପ୍ରଶାସନ ଓ ସରକାର । ବର୍ତ୍ତମାନ କେବେ ଲୋକଙ୍କ ମନରୁ ଅନ୍ଧ ବିଶ୍ବାସ ହଟାଇବାରେ ସରକାର ସଫଳ ହେଉଛନ୍ତି କି ନାଁହି ଦେଖିବାକୁ ବାକି ରହିଲା ।

nis-ad
Leave A Reply

Your email address will not be published.