ଆଜି ବି ବଞ୍ଚିଛି ମାଟି ଦେବତାର ପୁଜା : ସମାଜର ମଙ୍ଗଳ କାମନା ପାଇଁ ପ୍ରକୃତି ପୂଜା କଲେ କନବାଗିରି ଆଦିବାସୀ ସମୁଦାୟ

ଫୁଲବାଣୀ: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଅଧିବାସୀଙ୍କ ପାଇଁ ପ୍ରକୃତି ହେଉଛି ପ୍ରଥମ ପୂଜ୍ୟ। ଏହି ଅବସରରେ ସ୍ଥାନୀୟ ପରିଷଦ ଅନ୍ତର୍ଗତ କନବାଗିରି ଗ୍ରାମର ଆଦିବାସୀ ବା କନ୍ଧ ସମ୍ପ୍ରଦାୟର ମହିଳା ପୁରୁଷ, ବୃଦ୍ଧ ବୃଦ୍ଧା, ଯୁବକ ଯୁବତୀ ତଥା ସମୁଦାୟ ତରଫରୁ ନିଜ ଗାଁ ଜଙ୍ଗଲରେ ଥିବା ବାଦେବିରା ପୁଜା ସ୍ଥଳି ଠାରେ ଗ୍ରାମର ଓ ଗ୍ରାମବାସୀଙ୍କ ମଙ୍ଗଳ କାମନା କରି ବାଦେବିରା ପୁଜା ଅର୍ଥାତ୍ ପ୍ରକୃତି, ମାଟି, ଜଙ୍ଗଲ, ପାହାଡ଼, ପର୍ବତରେ ଥିବା ବିଭିନ୍ନ ଦେବାଦେବୀଙ୍କୁ ପୁଜା କରାଯାଇଛି। ଏହି ପୁଜା ପଦ୍ଧତି ଅନ୍ୟ ମାନଙ୍କ ଠାରୁ ଟିକେ ଅଲଗା ହୋଇଥାଏ କାରଣ ମହୂଲି ମଦ, କଞ୍ଚିଆ ଅଣ୍ଡା,ଲିଆ, ମୁଆଁ, ଅରୁଆ ଚାଉଳ ହେଉଛି ଏମାନଙ୍କ ମୁଖ୍ୟ ପୁଜା ଉପକରଣ । ପୂର୍ବ ସ୍ଥିରି କୃତ ପୁଜା ସ୍ଥାନରେ ବିଭିନ୍ନ ପ୍ରକାରର ପାରମ୍ପାରିକ ଅସ୍ତ୍ର ଶସ୍ତ୍ର, ପ୍ରକୃତିର ଜଙ୍ଗଲ ପାହାଡ଼ ପର୍ବତ, ପୂର୍ବପୁରୁଷ ଙ୍କ ଆତ୍ମା ଓ ମାଟି ମାଁ କୁ ସମ୍ପ୍ରଦାୟର ପୂଜକ ଓ ଗ୍ରାମବାସୀ ମହୁଲି ମଦ, କଞ୍ଚିଆ ଅଣ୍ଡା, ଚାଉଳ,ମାଟି ମୁଠା ଦେଇ ନିଜ ଆଞ୍ଚଳିକ କୁଇ ଭାଷାରେ ପୁଜା କରି ସନ୍ତୁଷ୍ଟ କରାଯାଉଥିବା କହିଛନ୍ତି ଗ୍ରାମବାସୀ। ଏହି ପୁଜା ପରେ କନବାଗିରି ଗ୍ରାମର କିଛି ଆଦିବାସୀ ଯୁବକ ଗ୍ରାମର ଆରପାରି ବାଲୁପାଙ୍ଗାର ଦୁଇ ପାହାଡ଼ ମଝିରେ ଥିବା ଅନ୍ୟ ଏକ ପୁରାତନ ପୁଜା ପିଠକୁ ଯାଇ ସେଠାରୁ ପୁଜା ସାରି ଫେରିବା ପରେ ସେମାନଙ୍କୁ ଗ୍ରାମବାସୀଙ୍କ ତରଫରୁ ବାଦ୍ୟ ନୃତ୍ୟ ସହ ପାଛୋଟି ନିଆଯାଇଥିଲା। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଏହି ପରି ପୁଜା କଲେ ଗ୍ରାମର ମଙ୍ଗଳ ହେବା ସହ ଫସଲ ଭଲ ହୋଇଥାଏ ତା ସହ ପୁଜା ପାଉଥିବା ଦେବା ଦେବୀ ଗ୍ରାମବାସୀଙ୍କୁ ସୁସ୍ଥ ରଖିବା ଓ ସମସ୍ତ ଆପଦ ବିପଦରୁ ରକ୍ଷା ମିଳିଥାଏ। ପ୍ରତିବର୍ଷ ଏହି ପୁଜା ର ଆୟୋଜନ ହୋଇଥାଏ। ଆଧୁନିକ ଯୁଗରେ ମଧ୍ୟ ଆଦିବାସୀ ସଂପ୍ରଦାୟ ପୁରାତନ ନୀତିନିୟମ ଅନୁଯାୟୀ ଏହି ପ୍ରକୃତି ପୁଜା କରି ନିଜକୁ ଆତ୍ମ ସନ୍ତୁଷ୍ଟି ମିଳୁଥିବା କହିଛନ୍ତି ।

nis-ad
Leave A Reply

Your email address will not be published.