ନିର୍ବାଚିତ ପ୍ରତିନିଧିଙ୍କ ଅଣଦେଖା ଯୋଗୁଁ ଆସ୍କା ସରକାରୀ ଚିକିତ୍ସାଳୟ ଭଗବାନ ଭରସା…

ବ୍ରହ୍ମପୁର (୩୦/୬) : ଗଞ୍ଜାମ ଜିଲ୍ଲାର କେନ୍ଦ୍ର ସ୍ଥଳି ହେଉଛି ଆସ୍କା ସରକାରୀ ଚିକିତ୍ସାଳୟ ଏହି ଚିକିତ୍ସାଳୟ ଉପରେ କବିସୂର୍ଯ୍ୟ ନଗର ,ଧରକୋଟ ବ୍ଲକ, ଶେରଗଡ଼ ବ୍ଲକ,ବାଲିପଦର, ବୁଗୁଡା ସମେତ ଆସ୍କା ବିଧାନସଭା ନିର୍ବାଚନ ମଣ୍ଡଳୀ ର ସମସ୍ତ ଜନସାଧରଣ ନିର୍ଭର କରିଥାନ୍ତି।ଏହି ଚିକିତ୍ସାଳୟରେ ୧୮ଜଣ ଡାକ୍ତର ସ୍ଥାନ ରେ ୪ ଜଣ ଡାକ୍ତର ଦୀର୍ଘ ଦିନହେଲା କାର୍ଯ୍ୟ କରୁଛନ୍ତି। ଏହି ଚିକିତ୍ସାଳୟକୁ ଦୈନିକ ଶହ ଶହ ରୋଗୀ ଚିକିତ୍ସା ହେବାକୁ ଆସନ୍ତି।ଏଠାକାର ଡାକ୍ତର ପାଳି କରି ରୋଗୀ ମାନଙ୍କ ଚିକିତ୍ସା କରିବା ଫଳରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ଧାଡି ବାନ୍ଧି ରୋଗୀ ମାନେ ନିଜର ଭାଗ୍ୟ କୁ ଆଦରି ଭଗବାନ କୁ ଡାକି ଚିକିତ୍ସା ହେବାକୁ ବାଧ୍ୟ ହୁଅନ୍ତି।ଅଧିକାଂଶ ସମୟ ଡାକ୍ତର ମାନେ ସେମାନଙ୍କ କ୍ୱଟର ରେ ରେ ରୋଗୀ ଚିକତ୍ସା କରିବାରେ ବ୍ୟସ୍ତ ରହିବା ଫଳରେ ଚିକିତ୍ସାଳୟକୁ ଆସିଥିବା ରୋଗୀ ବିଚରା ଦୀର୍ଘ ସମୟ ଡାକ୍ତର ଆସିବା ସମୟକୁ ଭାଗ୍ୟ କୁ ଆଦରି ଭଗବାନ ଭରସା ରେ ଅପେକ୍ଷ କରିବା କୁ ବାଧ୍ୟ ହୁଏ। ଆସ୍କା ସାଂସଦ ଓ ବିଧାୟିକା ନିର୍ବାଚିତ ହେବା ପର ଠାରୁ କେବେହେଲେ ଡାକ୍ତର ଖାନାକୁ ଦିନରେ କିମ୍ବା ରାତ୍ରରେ ଅଚାନକ ଗସ୍ତ କରିନାହାନ୍ତି ବୋଲି ସଚେତନ ମହଲରେ ଚର୍ଚ୍ଚା ହେଉଛି ଓ ରାତ୍ର ସମୟରେ ମଧ୍ୟ କେବେ ଆସି ଦେଖି ନାହାନ୍ତି ଡାକ୍ତର ମାନେ ରହୁଛନ୍ତି କି ନାହିଁ। ଅଧିକାଂଶ କରି ରାତ୍ର ସମୟରେ ଆସୁଥିବା ରୋଗୀ ଚିକିତ୍ସା ନ ପାଇ ହଟ ହଟା ର ସମ୍ମୁଖୀନ ହେଉଛନ୍ତି ।

ନିର୍ବାଚିତ ପ୍ରତିନିଧି ଙ୍କ ଇଛାଶକ୍ତି ର ଅଭାବ ଯୋଗୁଁ ରୋଗୀ ସେଵା ବିପର୍ଯ୍ୟସ୍ତ ହେବା ଦେଖା ଦେଇଛି ବୋଲି ସାଧରଣ ରେ ଆଲୋଚନା ହେଉଛି।ଏହି ଚିକିତ୍ସାଳୟ ରେ ଦୀର୍ଘଦିନ ହେଲା ଡାକ୍ତର ଅଭାବ ସାଙ୍ଗକୁ ଗର୍ଭବତୀ ମହିଳାମାଙ୍କୁ ପ୍ରସୂତି ପରେ ସରକାର ଙ୍କ ପକ୍ଷରୁ ଦିଆଯାଉଥିବା ଅର୍ଥ ରାଶି ଦେବରେ ଅବହେଳା କୁକୁର କାମୁଡ଼ା ଇଂଜେକସନ ଦେବାରେ ପାତର ଅନ୍ତର କରିବା ରୋଗୀମାନଙ୍କୁ ସରକାର ପକ୍ଷରୁ ମାଗଣା ଔଷଧ ନଦେବା ଓ ଅଧିକାଂଶ କରି ସାମନ୍ୟ ରୋଗରେ ପୀଡିତ ଥିବା ରୋଗୀଙ୍କୁ ରେଫେର- ଟୁ – ବ୍ରହ୍ମପୁର ପଠାଇଦେବା ଭଳି ଘଟଣା ଦେଖିବାକୁ ମିଳୁଛି ବୋଲି ଅଭିଯୋଗ ହେଉଛି। କେବଳ ଚିକିତ୍ସାଳୟରେ ରେ ନୂଆ କୋଠା ର ଭିତପ୍ରସ୍ତ ହେଉ କିମ୍ବା ଉଦଘାଟନ ସମୟରେ ନିର୍ବାଚିତ ପ୍ରତିନିଧି ମାନଙ୍କ ଦେଖା ମିଳେ ବୋଲି ସାଧାରଣ ରେ ଆଲୋଚନା ହେଉଛି। ଏପଟେ ୫ ଟି ସଚିବ ଚିକିତ୍ସାଳୟ ଗୁଡିକୁ ଅର୍ଥ ରାଶି ପ୍ରଦାନ କରି ନୂତନ କୋଠା ନିର୍ମାଣ କରୁଥିଲେ ମଧ୍ୟ କେବଳ ଦିନରେ ବିଭିନ୍ନ ସ୍ଥାନକୁ ଗସ୍ତ କରିବାର ର ନଜିର ରହିଛି । ୫ଟି ସଚିବ ରାତ୍ର ସମୟରେ ଚିକିତ୍ସାଳୟ ଗୁଡିକୁ ଅଚାନକ ଗସ୍ତ କରି ଲେ ଚିକିତ୍ସା କରା ଯାଉଥିବା ର ଅସଲ ମୁଖା ଖୋଲିବା ସହ ଗରିବ ଶ୍ରେଣୀର ରୋଗୀ ମାନେ ସେବା ପାଇ ପାରିବେ । ସ୍ୱାସ୍ଥ୍ୟ ମନ୍ତ୍ରୀ ଆସ୍କା ସରକାରୀ ଚିକିତ୍ସାଳୟକୁ ତୁରନ୍ତ ଅଭିଜ୍ଞ ଡାକ୍ତର ନିଯୁକ୍ତି କରିବା ସହ ସ୍ତ୍ରୀ ରୋଗ ବିଶେଷଜ୍ଞ ମହିଳା ଡାକ୍ତର ନିଯୁକ୍ତି କରିଲେ ଗରିବ ଶ୍ରେଣୀ ର ଲୋକମାନେ ସେବାପାଇ ପାରିବେ ଏବଂ ବ୍ରହ୍ମପୁର ନ ଯାଇ ଅଧିକ ଖର୍ଚ୍ଚ ରୁ ବଞ୍ଚିତ ହେବେ।

nis-ad
Leave A Reply

Your email address will not be published.