କମଳା ପ୍ରକାଶିନୀ ଦ୍ଵାରା ପୁସ୍ତକ ଉପହାର କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳର ଏକମାତ୍ର ପୁସ୍ତକ ପ୍ରକାଶକ ଏବଂ ବିକ୍ରେତା ଭାବରେ କମଳା ପ୍ରକସିନି ପୁସ୍ତକ ପ୍ରକାଶନ ସହିତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରୁଅଛି l ନିକଟରେ ପବିତ୍ର ବାହୁଡା଼ ଯାତ୍ରା ଅବସରରେ ଅନୁଷ୍ଠାନ ଏକ ଅଭିନବ କାର୍ଯ୍ୟକ୍ରମ କରିଥିଲା l ନିଜ ଖର୍ଚ୍ଚରେ ଉତ୍କଳ ପ୍ରସଙ୍ଗ , ଓଡ଼ିଶା ରିଭ୍ୟୁ , ଜଗନ୍ନାଥ ଜଣାଣ , ଜଗନ୍ନାଥ କଥାମ୍ବୃତ ଆଦି କିଣି ଆଣି ଫୁଲବାଣୀର ବାହୁଡା଼ ରଥ ପଥରେ ଭକ୍ତ ମାନଙ୍କୁ ଅନ୍ୟୁନ ଏକ ହଜାର ପୁସ୍ତକ ଉପହାର ଦେଇଥିଲା l ଏହି ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ଲେଖକ ସାମ୍ମୁଖ୍ୟର ସଭାପତି ରବୀନ୍ଦ୍ର ନାଥ ମିଶ୍ର , ସମ୍ବାଦର ଜିଲ୍ଲା ପ୍ରତିନିଧି ରଞ୍ଜନ ପ୍ରଧାନ , ସରକାରୀ ପି ପି ଅଶୋକ କୁମାର ବେହେରା , ସ୍ୱଦେଶୀ ର ପ୍ରତିଷ୍ଠାତା ଡି ଲି ଟି ପ୍ରଫୁଲ୍ଲ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଅନୁଷ୍ଠାନ ର ପ୍ରତିଷ୍ଠାତା ଡଃ ନୃସିଂହା ନନ୍ଦ ମହାପାତ୍ର କାର୍ଯ୍ୟକ୍ରମ ର ଉଦେଶ୍ୟ ବିଷୟରେ ଅବଗତ କରାଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ମନୋଜ କୁମାର ଖାଡଙ୍ଗା କୋଷାଧ୍ୟକ୍ଷ ଶ୍ରୀମତୀ ଜୟଲକ୍ଷ୍ମୀ ମହାପାତ୍ର , ଉପସଭାପତି ଶ୍ରୀ ଦୁର୍ଯ୍ୟୋଧନ ପ୍ରଧାନ,ଭି ପି ,ସିଂ,ବରିଷ୍ଟ ସମାଜ ସେବୀ ଅଶୋକ ପରିଡ଼ା , ସାମ୍ବାଦିକ ପ୍ରଶାନ୍ତ ବେହେରା,ସାମ୍ବାଦିକ ଆଦିତ୍ୟ ତ୍ରିପାଠୀ, ସାମ୍ବାଦିକ ସଦାଶିବ ପାତ୍ର ପ୍ରମୁଖ ସହଯୋଗ କଲାବେଳେ ସଭାପତି ରାମକୃଷ୍ଣ ବେହେରା ଧନ୍ୟବାଦ୍ ଦେଇଥିଲେ l ଏଥି ସହିତ ପୁରୀର ମହାପ୍ରସାଦ ମଧ୍ୟ ବଣ୍ଟନ କରାଯାଇଥିଲା | ବହୁ ଶ୍ରଦ୍ଧାଳୁ ପ୍ରସାଦ ସେବନ କରି ଓ ଉପହାର ପୁସ୍ତକ ଗ୍ରହଣ କରି ଖୁସି ଅନୁଭବ କରୁଥିବାର ଦେଖାଯାଉଥିଲା |

nis-ad
Leave A Reply

Your email address will not be published.