ନକ୍ସଲଙ୍କ ଜନଅଦାଲତରେ ଦୁଇ ଗ୍ରାମବାସୀଙ୍କୁ ହତ୍ୟା

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ବୁର୍କାପାଲ ପଞ୍ଚାୟତ ଉପ ସରପଞ୍ଚ ମାଣ୍ଡବି ଗଙ୍ଗା ଏବଂ ଜଣେ ଶିକ୍ଷାକର୍ମୀ ଶୁକ୍କା କାବାସୀଙ୍କୁ ନକ୍ସଲମାନେ ଜନଅଦାଲତରେ ହତ୍ୟା କରିଛନ୍ତି l ସୂଚନା ଅନୁଯାଇ ଆଜିକୁ ପ୍ରାୟ 10ଦିନ ତଳେ ବୁର୍କାପାଲ ପଞ୍ଚାୟତ ଉପ ସରପଞ୍ଚ ମାଣ୍ଡବି ଗଙ୍ଗା ଶିକ୍ଷାକର୍ମୀ ଶୁକ୍କା କାବାସୀଙ୍କ ସମେତ 15ଜଣଙ୍କୁ ସଶସ୍ତ୍ର ନକ୍ସଲମାନେ ଅପହରଣ କରିଥିଲେ l ଏହି ଅପହରଣ ପରେ ସୁକମା ଜିଲ୍ଲାର ଆଦିବାସୀ ସମାଜ ଓ କିଛି ସାମାଜିକ କର୍ମୀ ପକ୍ଷରୁ ବୁଧବାର ଦିନ ନକ୍ସଲମାନଙ୍କୁ ଅନୁରୋଧ କରିଥିଲେ ଗ୍ରାମବାସୀମାନଙ୍କୁ ଛାଡ଼ିଦେବା ହେଲେ ନକ୍ସଲମାନେ ଜଙ୍ଗଲ ମଧ୍ୟରେ ଜନଅଦାଲତ ବସାଇ ପୋଲିସ ଇନ୍ଫୋରମେର ଆରୋପ ଲଗାଇ ଦୁଇ ଗ୍ରାମବାସୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ l ଏହି ଖବର ପାଇ ବୁର୍କାପାଲ ପଞ୍ଚାୟତରେ ଭୟର ବାତାବରଣ ସୃଷ୍ଟି ହେବାରେ ଲାଗିଛି l

nis-ad
Leave A Reply

Your email address will not be published.