ପାର୍କିଂ ପାଲଟିଛି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖ ରାସ୍ତା, ଆମ୍ବୁଲାନ୍ସ ଯିବାରେ ସମସ୍ୟା ସୃଷ୍ଟି…

ହିଞ୍ଜିଳିକାଟୁ ୨୯।୬ : ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ କୁ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ଚିକିତ୍ସା ନିମନ୍ତେ ଆସୁଛନ୍ତି ।ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ଓ ସମ୍ପର୍କିୟ ଙ୍କ ନିମନ୍ତେ ଅଟୋ ,କାର ଓ ବାଇକ ପାର୍କିଁ ଵ୍ୟବସ୍ଥା ନଥିବାରୁ ଗାଡି ଗୁଡିକ ଚିକିତ୍ସାଳୟ ସମ୍ମୁଖ ରାସ୍ତା ଉପରେ ପାର୍କିଁ ପାଲଟିଥିବାବେଳେ ଅଣାୟତ୍ତ ଟ୍ରାଫିକ ଯୋଗୁଁ ରୋଗୀଙ୍କୁ ନେଇ ଯାଉଥିବା ଏକ ଆମ୍ବୁଲାନସ କୁ ଦୀର୍ଘ ସମୟ ଧରି ଅଟକିବାକୁ ପଡିଛି।ପ୍ରକାଶ ଥାଉକି ଗତ ମଈମାସ ୭ ତାରିଖ ୫ଟି ସଚିବ ହିଞ୍ଜିଳିକାଟୁ ଗସ୍ତ କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ୪ କୋଟି ୮୮ ଲକ୍ଷ ଟଙ୍କା ବ୍ୟୟରେ ୫ଟି ଅଧୀନରେ ରୂପାନ୍ତରିତ ମୋ ହସପିଟାଲ ମିଶନରେ ଵିଭିନ୍ନ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ସହ ଆଲୋଚନା କରିଥିଲେ। ସେଥିରେ ହିଞ୍ଜିଳିକାଟୁ ଆର ଏମସି ସ୍ଥାନ ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରି ଉକ୍ତ ଅଞ୍ଚଳରେ ମିଶନଶକ୍ତି କେଫ ଓ ସାଧାରଣ ପାର୍କିଂ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ। ଉକ୍ତ ସ୍ଥାନରେ ଆର ଏମସି କାର୍ଯ୍ୟାଳୟ ପକ୍ଷରୁ ଚିକିତ୍ସାଳୟକୁ ମୁହଁ କରି ଦୋକାନ ବଜାର ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି। ଚିକିତ୍ସାଳୟ କୁ ମୁହଁ ଦୋକାନ ବଜାର ଗୃହ ଵେନିୟମ ବୋଲି ଵୁଦ୍ଧିଯିବି ମହଲରେ ଅସନ୍ତୋଷ ଦେଖାଦେଇଛି।୫ଟି ସଚିବ ଙ୍କ ଅଧ୍ୟକ୍ଷତାରେ ଆଲୋଚନା କରିଥିଲେ ମଧ୍ୟ ଏହାର କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଲୋକଙ୍କ ନିମନ୍ତେ ପାର୍କିଂ ବ୍ୟବସ୍ଥା ନଥିବାରୁ ଲୋକେ ରାସ୍ତାରେ ଯାନବାହାନ ରଖିବା ଯୋଗୁଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ରୋଗୀ ନେଇ ଯିବା ଆସିବା କରୁଥିବା ଆମ୍ବୁଲାନସ ପାଇଁ ସବୁବେଳେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଅଛି। ରୋଗୀ ନେଇ ଯାଉଥିବା ଏହି ରାସ୍ତାରେ ଟ୍ରାଫିକ ଜାମ ଯୋଗୁଁ ଦୀର୍ଘ ସମୟ ଅଟକି ରହିବା ଫଳରେ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। କିନ୍ତୁ ଏହି ଘଟଣା ନୁଆନୁହେଁ ପ୍ରତିଦିନ ରୋଗୀଙ୍କୁ ନେଇ ଏହି ରାସ୍ତାରେ ଆମ୍ବୁଲାନସ ଗଲାବେଳେ ଏହିଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି। ତେଣୁ ତୁରନ୍ତ ସେହି ସ୍ଥାନରୁ ଗାଡିଗୁଡିକ ହଟାଇବା ସହ ଆର ଏମସି ର ଚିକିତ୍ସାଳୟ କୁ ମୁହଂ କରି ନିର୍ମାଣ ହୋଇଥିବା ଦୋକାନ ବଜାର ଗୃହ ହଟାଇ ପାର୍କିଂ ବ୍ୟବସ୍ଥା ସହ ନିରାପଦ ପାଚେରୀ ଓ ଶୌଚାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ସହରର ବୁଦ୍ଧିଜିବୀ ମହଲରେ ଦାବି ହେଉଅଛି।

nis-ad
Leave A Reply

Your email address will not be published.