ମୂଖ୍ୟ ବିଚାରପତିଙ୍କ ଦ୍ଵାରା ଫୁଲବାଣୀ ଜିଲ୍ଲା ଦୌରାଜଜ୍ କୋର୍ଟ କମ୍ପ୍ଲେକ୍ସର ଭିତ୍ତି ପ୍ରସ୍ତର ସ୍ଥାପନ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଦାଦପାଜୁ ଠାରେ ହେବାକୁ ଥିବା ନୂତନ ଜିଲ୍ଲା ଦୌରାଜଜ୍ କୋର୍ଟ କମ୍ପ୍ଲେକ୍ସର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି l ଏହାକୁ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡଃ ଏସ ମୁରଲୀଧର ଭର୍ଚୁଆଲ ମାଧ୍ୟମରେ ଗାନ୍ଧୀ ସ୍ମୃତି ଭବନ ଠାରେ ଶୁଭ ଉଦ୍ଘାଟନ କରିଥିଲେ l ଏହି ଶୁଭ ଉଦ୍ଘାଟନ ସମୟରେ ମଞ୍ଚାସୀନ ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର
ଜଷ୍ଟିସ୍ ଏବଂ ବିଲଡିଂ କମିଟି ଅଧ୍ୟକ୍ଷ ଡଃ ବି ଆର ଷଡଙ୍ଗୀ ଓ ମାନ୍ୟବର ଜଷ୍ଟିସ୍ ଏମ ଏସ ସାହୁ ଏଡମିନିଷ୍ଟ୍ରେଟିଭ୍ ଜଜ କନ୍ଧମାଳ, ଜିଲ୍ଲା ଦୌରାଜଜ୍ ସତ୍ୟପିର ମିଶ୍ର, ଫୁଲବାଣୀ ଓକିଲ ସଂଘର ସଭାପତି ଭଗବାନ ମହାନ୍ତି, ସମ୍ପାଦକ କମଳ କୁମାର ବେହେରା ମଞ୍ଚାସୀନ ରହି ସେବା କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ କରିଥିଲେ l ଏହା ପରେ ସଭାପତି ଭଗବାନ ମହାନ୍ତି ଖୁସି ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଅତିଥିଙ୍କୁ ହୃଦୟର ସହିତ ଶୁଭେଚ୍ଛା ଜଣାଇ ଥିଲେ l

ସେହିପରି ଜିଲ୍ଲା ଦୌରାଜଜ୍ ମୁଖ୍ୟ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ମାନ୍ୟବର ବିଚାରପତି ଡ଼ଃଏମ ଏସ ସାହୁ ଜିଲ୍ଲାରେ ହେବାକୁ ଥିବା ଜିଲ୍ଲା ଦୌରାଜଜ୍ କୋର୍ଟ କମ୍ପ୍ଲେକ୍ସର ଭିତ୍ତି ପ୍ରସ୍ତର ସ୍ଥାପନ ଉପରେ ସୂଚନା ଦେଇଥିଲେ l ଏହା ସହିତ ମାନ୍ୟବର ବିଚାରପତି ବି ଆର ଷଡଙ୍ଗୀ କନ୍ଧମାଳ ଜିଲ୍ଲାର ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ ଓ ପ୍ରଶାସନର ସହଯୋଗକୁ ଧନ୍ଯବାଦ ଦେବା ସହିତ ମୂଖ୍ୟ ବିଚାରପତିଙ୍କର ନିଷ୍ଠାପର କାର୍ଯ୍ୟ ଭୂୟସୀ ପ୍ରଶଂସା କରିଥିଲେ l ପରେ ନୂତନ ଭାବରେ ହେବାକୁ ଥିବା କୋର୍ଟ କମ୍ପ୍ଲେକ୍ସର ଏକ ଡକମେଣ୍ଟ୍ରି ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା l ଏଥି ସହିତ ଜିଲ୍ଲା ଓକିଲ ସଂଘକୁ ମଧ୍ଯ ସାଧୁବାଦ ଜଣାଇଥିଲେ l ଏହାପରେ ଜିଲ୍ଲା ଓକିଲ ସଂଘର ସମ୍ପାଦକ କମଳ ବେହେରା ମାନ୍ୟବର ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ମାନଙ୍କ ପ୍ରଶଂସନୀୟ କାର୍ଯ୍ୟ, ଉତ୍ତମ୍ ଚିନ୍ତାକୁ ପ୍ରସଂଶା କରି ଧନ୍ଯବାଦ ଅର୍ପଣ କରିଥିଲେ l ଏହି ଶୁଭ ଅବସରରେ ଜିଲ୍ଲା ଦୌରାଜଜଙ୍କ ସମେତ ଅନ୍ୟ ବିଚାରପତି, ଓକିଲ ସଂଘର ସମସ୍ତ ସଦସ୍ଯ ଓ ଜୁଡିସିଆଲ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ଏହି ସମସ୍ତ କାର୍ଯ୍ୟକୁ ଯେ ଏମଏଫସି ସୋମ୍ୟଶ୍ରୀ ମହାପାତ୍ର ପରିଚାଳନା କରିଥିଲେ l ପରେ ଓକିଲ ସଂଘର ନିମନ୍ତ୍ରଣ ରକ୍ଷା କରି ମାନ୍ୟବର ବିଚାରପତି ଫୁଲବାଣୀ କୋର୍ଟ ପରିଦର୍ଶନ କରି ଓକିଲ ମାନଙ୍କୁ ସୁଚିନ୍ତିତ ମତ ଦେବା ସହିତ ତାଙ୍କର କାର୍ଯ୍ୟକଳାପକୁ ଖୁସି ବ୍ୟକ୍ତ କରିଥିଲେ l

nis-ad
Leave A Reply

Your email address will not be published.