ବାୟୁ ସେନା ଦ୍ଵାରା କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ

ମାଲକାନଗିରି (୨୯/୦୬) : ମାଲକାନଗିରି ମହାବିଦ୍ୟାଳୟ ରେ ବିଶ୍ଵବ୍ୟାଙ୍କ ସହାୟତା କାର୍ଯ୍ୟକ୍ରମରେ ଓ.ଏଚ.ଇ.ପି.ଇ.ଇ ଏବଂ ଆଇ.କ୍ୟୁ. ଏସି ର ମିଳିତ ଉଦ୍ୟମରେ କ୍ୟାରିୟର କାଉନସେଲିଂ ସେଲ ଛାତ୍ର ଛାତ୍ରୀ ମାନେ କିଭଳି ଭାବରେ ବାୟୁ ସେନାରେ ଯୋଗ ଦେଇ ପାରିବେ ସେ ସଂପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ସଭାପତିତ୍ବ କରିଥିଲାବେଳେ ଆଇ.କ୍ୟୁ.ଏ.ସି ର ସଂଯୋଜକ ଡ଼. ରଞ୍ଜନ କୁମାର ସ୍ବାଇଁ ପୌରହିତ କରିଥିଲେ l ବାୟୁ ସେନାର ସର୍ଜିଏଣ୍ଟ ଭୂପିନ୍ଦର ସିଂହ ଓ ସର୍ଜିଏଣ୍ଟ ରଣଜିତ୍ ବିଶେଷଜ୍ଞ ଭାବରେ ଯୋଗଦାନ କରି ଭାରତୀୟ ବାୟୁ ସେନାର ଇତିହାସ , ବାୟୁ ସେନାରେ ଯୋଗ ଦେବାପାଇଁ ହେଉଥିବା ବିଭିନ୍ନ ପରୀକ୍ଷା , ବିଭିନ୍ନ ଯୁଦ୍ଧ ବିମାନ ସମ୍ପର୍କରେ ଆଲୋକପାତ କରିଥିଲେ l ଅଗ୍ନିପଥ ଯୋଜନା ମାଧ୍ୟମରେ କିଭଳି ଭାବେରେ ବାୟୁ ସେନାରେ ଯୋଗଦାନ କରି ଦେଶର ସେବା କରାଯାଇପାରିବ ସେ ସମ୍ପର୍କରେ ଉପସ୍ଥିତ ପ୍ରାୟତଃ ୧୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ l ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଜାତୀୟ ସମର ଶିକ୍ଷାର୍ଥି ବାହିନୀର କ୍ୟାଡେଟ ମାନେ ବିଭିନ୍ନ ପ୍ରଶ୍ନ ପଚାରି ନିଜର ସନ୍ଦେହ ଦୂର କରିଥିଲେ l ବାୟୁ ସେନା ଦ୍ଵାରା ଏକ ସାଧାରଣ ଜ୍ଞାନ ପ୍ରତିଯୋଗିତା କରାଯାଇ ବୃତ୍ତି ଛାତ୍ର ଓ ଛାତ୍ରୀ ମାନଙ୍କୁ ପ୍ରାଇଜ ବଣ୍ଟାଯାଇଥିଲl l ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ଛାତ୍ର ଛାତ୍ରୀ ମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ଭାରତୀୟ ବାୟୁ ସେନାରେ ଯୋଗଦାନ କରି ଦେଶର ସେବା କରିବା ପାଇଁ ପ୍ରେରଣା ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ପ୍ରମୀୟ କୁମାର ମହାନ୍ତି , ଗୌତମ ନାୟକ, ଲେଫ୍ଟନାଣ୍ଟ ସୁଶାନ୍ତ ମାଝୀ, ଅଣ ଶିକ୍ଷକ କର୍ମଚାରୀ ସୁଜିତ୍ ପାଣିଗ୍ରାହୀ ଓ ସରକାରୀ ଆଈ . ଟି. ଆଈ ମାଲକାନଗିରି ର ସୁଜିତ୍ କୁମାର ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ଡ଼. ରଞ୍ଜନ କୁମାର ସ୍ବାଇଁ ଉପସ୍ଥିତ ଏନ୍.ସି.ସି. କ୍ୟାଡେଟ ଓ ଅନ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ଦୌଡ଼, ଖେଳକୁଦ ଏବଂ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମରେ ଯୋଗଦାନ କରି ନିଜକୁ ବାୟୁ ସେନାରେ ଯୋଗଦାନ କରିବାକୁ ଉତ୍ସାହିତ କରିଥିଲେ l ଲେଫ୍ଟନାଣ୍ଟ ସୁଶାନ୍ତ ମାଝୀ କାର୍ଯ୍ୟକ୍ରମକୁ ସଂଯୋଜନା କରୁଥିବା ବେଳେ , ସଭା ଶେଷରେ ପ୍ରମୀୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.