ଚାକିରି ପାଇଁ ଠକେଇ ମାମଲା, ସମସ୍ତ ମାମଲାରେ ପ୍ରଦୀପ ପାଣିଗ୍ରାହୀ ନିର୍ଦ୍ଦୋଷ ସାବ୍ୟସ୍ତ

ବ୍ରହ୍ମପୁର: ସମସ୍ତ ମାମଲାରେ ଦୋଷମୁକ୍ତ ହେଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ । ଆଜି ୩ଟି ମାମଲାରୁ ତାଙ୍କୁ ଦୋଷମୁକ୍ତ କରିଛନ୍ତି ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟ । ଟାଟାରେ ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି

ସାହାଯ୍ୟ ବାହାନାରେ ଯୁବତୀଙ୍କୁ ଅସଦାଚରଣ, ବନ୍ଧା ହେଲେ ଆରପିଏଫ ଏଏସଆଇ

ଭୁବନେଶ୍ୱର: ବର୍ବରତାର ସୀମା ଟପିଲେ ASI । ପ୍ଲାଟଫର୍ମରେ ଯୁବତୀଙ୍କୁ ଏକା ପାଇଁ ସାଥିରେ ନେଇ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ ଏଏସଆଇ । ସୁରକ୍ଷା ସ୍ଥାନରେ ଅସୁରକ୍ଷିତ ହୋଇଗଲେ ଯୁବତୀ । ସାହାଯ୍ୟ କରିବା ବାହାନାରେ ଘରେ କବାଟ ଦେଇ କଲେ ଅସଦାଚରଣ । ଅଭିଯୋଗ ପରେ ଗିରଫ

ଆସନ୍ତା ୩ ଦିନ ମଧ୍ୟରେ ବୃଦ୍ଧି ପାଇବ ତାପମାତ୍ରା, କମିବ ଶୀତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି । ଭୁବନେଶ୍ବର, କଟକ, ପୁରୀ ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ୯ ତାରିଖ ପର୍ଯ୍ୟନ୍ତ ଘନକୁହୁଡି ନେଇ ୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବିଶେଷ କରି ସୁନ୍ଦରଗଡ, କନ୍ଧମାଳ ଏବଂ କୋରାପୁଟରେ ଘନ କୁହୁଡି

ପ୍ରତ୍ୟର୍ପଣ ଦାବି ଭିତରେ ଶେଖ ହସିନାଙ୍କ ଭିସା ଅବଧି ବଢ଼ାଇଲା ଭାରତ

ବିକ୍ଷୋଭ ଭୟରେ ଦେଶ ଛାଡ଼ି ଭାରତରେ ଆଶ୍ରୟ ନେଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଭିସା ଅବଧି ବୃଦ୍ଧି କରାଯାଇଛି। ଅଗଷ୍ଟ ମାସରୁ ଭାରତରେ ଆଶ୍ରୟ ନେଇଥିବା ହସିନାଙ୍କୁ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶର ଅନ୍ତରୀଣ ସରକାର ନୂଆଦିଲ୍ଲୀକୁ କହି ଆସୁଛନ୍ତି। ଏପରି ସ୍ଥିତିରେ

ବିକଶିତ ଭାରତ ଗଠନରେ ଯୁବକଙ୍କର ଭୂମିକା ରହିବା ଆବଶ୍ୟକ

ଭୁବନେଶ୍ବର: ବିକଶିତ ଭାରତ ଗଠନରେ ଯୁବକଙ୍କର ଭୂମିକା ରହିବା ଆବଶ୍ୟକ। ଆଜି ପ୍ରବାସୀ ଭାରତୀୟ ସମ୍ମେଳନରେ ଉଦବୋଧନ ଦେଇ ଏଭଳି କହିଛନ୍ତି କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ମନ୍ତ୍ରୀ ମନସୁଖ ମାଣ୍ଡଭିୟେ। ସେ ଆହୁରି କହିଛନ୍ତି, ବିକଶିତ ଭାରତ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା

ଦ୍ଵିତୀୟ ଦିନରେ ଠକ ଯୋଡ଼ି ହଂସିତା-ଅନୀଲଙ୍କ ଘରେ ଚାଲିଛି ଆଇଟି ରେଡ୍‌

ଭୁବନେଶ୍ଵର: ହାଇପ୍ରୋଫାଇଲ୍‌ ଠକ ଯୋଡ଼ି ହଂସିତା-ଅନୀଲ ଗିରଫ ମାମଲା । ଦ୍ବିତୀୟ ଦିନରେ ଆୟକର ବିଭାଗର ଏକାଧିକ ସ୍ଥାନରେ ଚଢ଼ାଉ ଜାରି । ହଂସିତାଙ୍କ ସ୍ବାମୀ ତଥା କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟଙ୍କ ଘରେ ଛାଲିଛି ରେଡ୍‌ । ମନୋଜଙ୍କ ବାଲିଗୁଡ଼ା ସ୍ଥିତ ଘରେ ରେଡ୍‌ କରୁଛି ଆୟକର ବିଭାଗ ।

ବାଲେଶ୍ୱର ଧୂର୍ତ୍ତକୁ ବାନ୍ଧିଲା ଲକ୍ଷ୍ନୌ ପୁଲିସ: ନିଜକୁ ଆର୍ମି କ୍ୟାପ୍ଟେନ କହୁଥିଲା, ମହିଳାଙ୍କୁ ଲୁଟୁଥିଲା

ଉତ୍ତର ପ୍ରଦେଶର ଲକ୍ଷ୍ନୌ ପୁଲିସ୍‌ ଜଣେ ୪୦ ବର୍ଷୀୟ ଧୂର୍ତ୍ତକୁ ଗିରଫ କରିଛି। ବ୍ୟକ୍ତି ଜଣକ ନିଜକୁ ଭାରତୀୟ ସେନାର ଜଣେ କ୍ୟାପ୍ଟେନ ଭାବେ ପରିଚୟ ଦେଇ ମହିଳାମାନଙ୍କୁ ନିଜ ଜାଲରେ ଫସାଉଥିଲା। ସେମାନଙ୍କ ସହ ସମ୍ପର୍କ ରଖିବା ପରେ ଟଙ୍କା ନେଇ ଫେରାର ହୋଇଯାଉଥିଲା। ଏପରି ଭାବେ ସେ

ଜନତା ମଇଦାନରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ମହାକୁମ୍ଭ, ଯୁବ ସମାବେଶରୁ ଆରମ୍ଭ ହେଲା ସମ୍ମିଳନୀ

ଭୁବନେଶ୍ବର : ଭୁବନେଶ୍ବର ଜନତା ମଇଦାନରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ମହାକୁମ୍ଭ । ଯୁବ ସମାବେଶରୁ ଆରମ୍ଭ ହେଲା ୩ ଦିନିଆ ସମ୍ମିଳନୀ । ଏଥିରେ ଦେଖିବାକୁ ମିଳିଛି ଓଡିଶାର କଳା, ଐତିହ୍ୟ ଏବଂ ସଂସ୍କୃତି । ଓଡ଼ିଆ ବ୍ୟାଞ୍ଜନର ମହକ ମହକିଛି ଜନତା ମଇଦାନ । ପ୍ରବାସୀ ଭାରତୀୟଙ୍କୁ ପରସା

ପ୍ରବାସୀ ଭାରତୀୟ ଦିବସ ସମାରୋହ: ବିଶ୍ୱ ଦେଖିବ ଓଡ଼ିଶା ଐତିହ୍ୟ

ଭୁବନେଶ୍ଵର: ଆରମ୍ଭ ହୋଇଛି ତିନି ଦିନିଆ ୧୮ତମ ‘ପ୍ରବାସୀ ଭାରତୀୟ ଦିବସ ସମାରୋହ’। ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଥମେ ଯୁବ ପ୍ରବାସୀ ଭାରତୀୟ ଦିବସ ଉଦଘାଟିତ ହୋଇଛି । କେନ୍ଦ୍ର

ଭି. ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ

ଭି ନାରାୟଣନ ହେବେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ନୂଆ ଅଧ୍ୟକ୍ଷ। ଇସ୍ରୋ ଅଧ୍ୟକ୍ଷ ତଥା ଅନ୍ତରୀକ୍ଷ ବିଭାଗ ସଚିବ ଭାବେ ତାଙ୍କୁ କେନ୍ଦ୍ର ସରକାର ନିଯୁକ୍ତ କରିଛନ୍ତି। ଆସନ୍ତା ୧୪ ତାରିଖରେ ସେ ଇସ୍ରୋର ବର୍ତ୍ତମାନ ଅଧ୍ୟକ୍ଷ ଏସ୍. ସୋମନାଥଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ।