ଦିନ ଦ୍ୱିପ୍ରହର ରେ ଶାଗୁଆନ ଗଛ କଟି ବେଆଇନ ଭାବେ ହେଉଛି ଚାଲାଣ …

ଚେଇଁ ଶୋଇଛି ବନ ବିଭାଗ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ବ୍ଲକର ବିଭିନ୍ନ ସ୍ଥାନରୁ ଶହଶହ ମୂଲ୍ୟବାନ ଶାଗୁଆନ୍ ଗଛ ଉଭାନ ହୋଇଯାଉଥିବା ନେଇ ଅଭିଯୋଗ ହେଉଥିଲା। ଏହି ଶାଗୁଆନ୍ ଗଛ ଚାଲାଣ କରିବାରେ ସ୍ଥାନୀୟ ଅଞ୍ଚଳର କାଠ ମାଫିଆ ସହ ବିଭିନ୍ନ ସମୟରେ ବନ ବିଭାଗର କର୍ମଚାରିଙ୍କ ମଧ୍ୟ ସହଯୋଗ ରହୁଥିବା କୁହଯାଉଥିଲା। ତେବେ ଗତ କିଛି କିଛି ଦିନ ତଳେ ବନ ବିଭାଗର ଛତ୍ରଛାୟା ତଳେ ଏଭଳି ମୂଲ୍ୟବାନ୍ କାଠ ଚାଲାଣ ହେଉଥିବା ନେଇ ସୂଚନା ମିଳିଛି। ବନ ବିଭାଗର କର୍ମଚାରୀ ମାନେ ସରକାରୀ ପ୍ରକ୍ରିୟାକୁ ଉଲଂଘନ କରି ବେଆଇନ ଭାବେ ମୂଲ୍ୟବାନ୍ ଶାଗୁଆନ୍ କାଠକୁ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଚାଲାଣ କରାଯାଉଥିବା ତଥ୍ୟ ହସ୍ତଗତ ହୋଇଛି। ସୂଚନା ମୁତାବକ ପଡିଆ ବ୍ଲକ ନିଲିଗୁଡା ରାଜସ୍ଵ କାର୍ଯ୍ୟାଳୟ ଅନ୍ତର୍ଗତ ବାଟେନବାଡା ଗ୍ରାମର ସୋମା ତେଲାମୀ ଓ ଗଙ୍ଗା ସୋୟାମ ନାମକ ଦୁଇଜଣ ବ୍ୟକ୍ତିଙ୍କ ଜମିରେ ରହିଥିବା ଶାଗୁଆନ ଗଛ କାଟି ବିକ୍ରି କରିବା ପାଇଁ ଗତ କିଛି ଦିନ ପୂର୍ବେ ଜିଲ୍ଲା ବନ ଅଧିକାରୀଙ୍କ ନିକଟରେ ଅନୁମତି ପାଇଁ ଲିଖିତ ପତ୍ର ଦାଖଲ କରାଯାଇଥିଲା। ଏହାକୁ ଭିତ୍ତି କରି ବନ ବିଭାଗ ଓ ମୋଟୁ ତହସିଲଦାରଙ୍କ ମିଳିତ ଅନୁଧ୍ୟାନ ପରେ ଶାଗୁଆନ୍ ଗଛ ଗୁଡିକୁ କାଟି ବିକ୍ରି ପାଇଁ ଅନୁମତି ପ୍ରଦାନ କରାଯାଇଥିଲା। ଏହାପରେ ନିର୍ଧାରିତ ସମୟରେ ଗଛ ଗୁଡିକ କରାଯାଇଥିବା ବେଳେ ବନ ବିଭାଗର ଉପରିସ୍ଥ ଅଧିକାରୀଙ୍କ ଠାରୁ କୌଣଷି ଅନୁମତି ଗ୍ରହଣ କରା ନଯାଇ ଶାଗୁଆନ ବୃକ୍ଷର ଖଣ୍ଡ ଗୁଡିକୁ ଅନ୍ୟତ୍ର ଚାଲାଣ କରାଯାଉଥିଲା। ଏ ନେଇ ଜାଣିପାରି ସ୍ଥାନୀୟ ଅଞ୍ଚଳର କିଛି ବୁଦ୍ଧିଜିବୀ ବନ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ତରବରିଆ ଭାବେ ପୁଣି ଶାଗୁଆନ୍ ଖଣ୍ଡ ଗୁଡିକୁ ସ୍ଥାନାନ୍ତରଣ କରାଯାଇଥିବା ଜଣାପଡିଛି । ଏ ନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବାରୁ ବନ ବିଭାଗର କର୍ମଚାରୀ ଓ ସ୍ଥାନୀୟ ଅଂଚଳର କିଛି କାଠ ମାଫିଆ ଶାଗୁଆନ୍ ଗଛର ଖଣ୍ଡ ଗୁଡିକୁ କିଛି ମନ୍ଦ ଉଦ୍ଦେଶ୍ୟ ରଖି ଅନ୍ୟତ୍ର ସ୍ଥାନାନ୍ତରଣ କରି ଧରା ପଡ଼ିବା ଭୟ ସ୍ରୁଷ୍ଟି ହେବାରୁ ପୁଣି କାଠ ଖଣ୍ଡ ଗୁଡିକୁ ଘଟଣା ସ୍ଥଳରେ ପକାଇ ଦେଇଥିଲେ ବୋଲି କହିଛନ୍ତି । ଏ ନେଇ ସ୍ଥାନୀୟ ଅଞ୍ଚଳର କିଛି ବୁଦ୍ଧିଜିବୀ ଜିଲ୍ଲା ବନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ କାଲିମେଳା ରେଞ୍ଜର ଘଟଣା ସ୍ଥଳରେ ପହଂଚି ତଦନ୍ତ କରି ଫେରିଥିବା ମଧ୍ଯ ଜଣାପଡିଛି। ଏ ନେଇ କାଲିମେଳା ରେଞ୍ଜର ଙ୍କ ସହ ଯୋଗାଯୋଗ କରିବାରୁ ସେ ଟେଲିଫୋନ୍ ଉଠାଇ ନଥିଲେ। ଏଥିସହ ଅନ୍ୟଜଣେ ହିତାଧିକାରୀଙ୍କ ମୃତ୍ୟୁ ପରେ ତାଙ୍କ ସ୍ଥାନରେ ଆଉଜଣେ ବ୍ୟକ୍ତିଙ୍କୁ ଦର୍ଶାଇ ଶାଗୁଆନ ଗଛ ବିକ୍ରି କରାଯିବାକୁ ଉଦ୍ୟମ କରାଯାଉଥିବା ଭଳି ସଙ୍ଗିନୀ ଅଭିଯୋଗ ଆଣିଛନ୍ତି ମୃତ ହିତାଧିକାରୀଙ୍କ ପୁଅ ରାମା ମାଡକାମି ଓ ତାଙ୍କ ଭାଇ। ଅନ୍ୟପଟେ ଜଣେ ହିତାଧିକାରୀଙ୍କ ଜମିରୁ ଶାଗୁଆନ ଗଛ କଟାଯିବା ସହ ବିକ୍ରି ବେଳେ ବନ ବିଭାଗର ପ୍ରତ୍ୟକ୍ଷ ସମ୍ପୃକ୍ତି ରହିବା ଆବଶ୍ୟକ ଥିବା ବେଳେ ବନ ବିଭାଗର ଦୃଷ୍ଟି ଆଢୁଆଳରେ କିଭଳି ଓ କାହା ନିର୍ଦ୍ଦେଶରେ ଏହି କାଠ ଗୁଡିକୁ ଅନ୍ୟତ୍ର ଚାଲାଣ କରାଯାଇ ପୁଣି ଫେରାଇ ନିଆଗଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏଥିସହ ବନ ବିଭାଗର ପ୍ରତ୍ୟକ୍ଷ ଦୃଷ୍ଟି ରହିଥିବା ସତ୍ତ୍ୱେ ଘଞ୍ଛ ଜଙ୍ଗଲରେ ଶାଗୁଆନ୍ ଗଛକୁ କିଭଳି ଚାଲାଣ କରାାଯାଇଥିଲା ଓ ବିଭାଗୀୟ କର୍ମଚାରିଙ୍କ ସମ୍ପୃକ୍ତି ରହିଛି କି ନାହିଁ ତାହା ତଦନ୍ତ ସାପେକ୍ଷ ।

nis-ad
Leave A Reply

Your email address will not be published.