ବ୍ରହ୍ମପୁର: ଆଜି କାଲି ବ୍ରାଣ୍ଡେଡ ସାମଗ୍ରୀ ର ଚାହିଦା କୁ ଦେଖି ସେହି ନାମକୁ ନକଲି କରି ବଜାର ରେ ବିକ୍ରି କରାଯାଉଥିବା ଘଟଣା ଦିନକୁ ଦିନ ବୃଦ୍ଧି ହେଉଛି। ଠିକ ସେହିପରି ସାମ୍ବାଦିକ ପେସା କୁ କିଛି ଗୋଦି ମିଡ଼ିଆ ଢାଲ କରିବା ସହ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ରେ ବଟି ମାଗି ଧମକ ଚମକ ଦେଉଥିବା ଓ ଗିରଫ ହେଉଥିବାର ନଜିର ମଧ୍ୟ ରହିଛି। ଗଞ୍ଜାମ ଜିଲ୍ଲାରେ ଏବେ ଏଭଳି କପି ପେଷ୍ଟ ଗୋଦି ମିଡ଼ିଆ ମାନଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ପୁରୁଖା ସାମ୍ବାଦିକ ମାନଙ୍କ ଲେଖା କାକୁତି ମିନତୀ ହୋଇ ମାଗି ସେ ଲେଖାକୁ କପି ପେଷ୍ଟ କରି ଗୋଦି ମିଡ଼ିଆ ବାଃ ବାଃ ନେଉଛନ୍ତି। ଗଞ୍ଜାମ ଜିଲ୍ଲାର ଅଧିକାଂଶ କପି ପେଷ୍ଟ ଗୋଦି ମିଡ଼ିଆ ଯେ କୌଣସି ସଭା ସମିତି ରେ ନିମନ୍ତ୍ରଣ ନପାଇ ମଧ୍ୟ ସେଠାରେ ଉପସ୍ଥିତ ହୁଅନ୍ତି। ତାପରେ ଆମେ ଏତେ ଜଣ ବୋଲି ଏକ ଲମ୍ବା ଲିଷ୍ଟ ଦିଆଯାଏ ଆମ କଥା ବୁଝ ବୋଲି ମଧ୍ୟ କୁହୁଥିବା ଅଭିଯୋଗ ହେଉଛି । ଏଭଳି କପି ପେଷ୍ଟ ଗୋଦି ମିଡ଼ିଆ ଯୋଗୁଁ ଅସଲି ସାମ୍ବାଦିକ ପେସା ଉପରେ ପ୍ରଭାବ ପଡୁଛି ଅସଲି କିଏ ନକଲି କିଏ ଏହାର ଉତ୍ତର ପ୍ରଶାସନ ପାଖରେ ବି ନାହିଁ । କପି ପେଷ୍ଟ ଗୋଦି ମିଡ଼ିଆ ଏବେ ଥାନା, ତହସିଲ, ବ୍ଲକ, ଚିକିତ୍ସାଳୟ ଗୁଡିକରେ ଅବାଧ ରେ ପ୍ରବେଶ କରି ସାଧାରଣ ଜନତାଙ୍କ କାର୍ଯ୍ୟ କରିଦେବି ବୋଲି ପ୍ରଲୋଭନ ଦେଖାଇ ଅର୍ଥ ଆଦାୟ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ସଭା ସମିତିରେ ଆଗ ଧାଡ଼ିରେ ଏଭଳି କପି ପେଷ୍ଟ ମାନଙ୍କୁ ଦେଖିବାକୁ ମିଳୁଛି। ଥାନାରେ ପ୍ରେସ କନଫରେନ୍ସ ସମୟରେ ମାଳ ମାଳ କପି ପେଷ୍ଟ ଗୋଦି ମିଡ଼ିଆଙ୍କ ଭୂମିକା ସର୍ବାଧିକ ଥାଏ। କିନ୍ତୁ ପୋଲିସ ମଧ୍ୟ ଅସଲି କିଏ ନକଲି କିଏ ଜାଣି ପାରୁନାହାନ୍ତି l ପୋଲିସ କୁ ଢାଲ କରି ଜୁଆ ଆଡ୍ଡା, ମଦ ବ୍ୟବସାୟ କରୁଥିବା ବି ଦେଖିବାକୁ ମିଳୁଛି ଏପରିକି ମାଫିଆ ମାନଙ୍କ ସହିତ ଯୋଗାଯୋଗ କରି ପୋଲିସ ଓ ପ୍ରଶାସନ ର ଦଲାଲି କରିବାରେ ସିଦ୍ଧହସ୍ତ l ଜିଲ୍ଲା ପ୍ରଶାସନ ସବୁ ଜାଣି ନୀରବ l ପ୍ରଶାସନ ର ଚାତ୍ରଛାୟା ତଳେ ରହି ନିରୀହ କର୍ମଚାରୀ ଙ୍କୁ ଧମକ ଚମକ ଦେବା ବି ଅଭିଯୋଗ ଆସୁଛି l ଗାଡ଼ିରେ ପ୍ରେସ ଲେଖି ମାଳ ମାଳ ଗାଡି ସହର ତଥା ଜିଲ୍ଲା ରେ ଘୁରି ବୁଲୁଛି କେବଳ ପୋଲିସ ଆଖିରେ ଧୂଳି ଦେବା ହିଁ ଏମାନଙ୍କ କାମ ଜଦି ପୋଲିସ ଟିକିଏ କୋଠାର ହୁଅନ୍ତା ତେବେ କେତେ ଗାଡି ଜବତ ହେବା ସହିତ ବାବୁ ମାନଙ୍କ ଅସଲ ମୁଖା ଖୋଲି ଯିବ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଅଭିଯୋଗ ହେଉଛି l
Sign in
Sign in
Recover your password.
A password will be e-mailed to you.
Next Post