ଗାଡି ଗୁଡିକୁ ଛାଡ଼ିଦେବାକୁ ବଡ଼ ବାବୁଙ୍କ ନିର୍ଦ୍ଧେଶ କୁ ଅପେକ୍ଷା …..?
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଗତ ଛ ମାସ ହେଲା ଅବାଧ ରେ ଚୋରା ବାଲି ଚାଲାଣ ହେଉଛି। ବିଭାଗୀୟ ମନ୍ତ୍ରୀ ଅନ୍ୟ ଜିଲ୍ଲାରେ ଯାଇ ଚୋରା ବାଲି ଚାଲାଣ କାରୀଙ୍କୁ ନିଜେ ଧରିବା ସହ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଧେଶ ଦେଇଛନ୍ତି। ନିଜ ଜିଲ୍ଲାରେ ଚୋରା ବାଲି ଚାଲାଣ ବ୍ୟାପକ ବୃଦ୍ଧି ପାଉଛି ତଥାପି ମନ୍ତ୍ରୀ ଚୁପ l ସୂଚନା ଥାଉକି ଆସିକା ଠାରେ ଗତ ଗୁରୁବାର ଦିନ ରାଜସ୍ୱ ବିଭାଗ ପକ୍ଷରୁ ଗାଡ଼ିକୁ ଧରିବା ଓ କୋଟି ନଡ଼ା ଅଞ୍ଚଳରେ ଏକ ପଡିଆରେ ରଖିବା ପଛରେ କି ରହସ୍ୟ ରହିଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ବିନା ୱାଇ-ଫର୍ମ ବିନା ଫିଟନେସ ହୋଇନଥିବା ଗାଡ଼ିରେ ଚୋରା ବାଲି ଚାଲାଣ ଖୁଲାମ ଖୁଲା ହେଉଛି ବୋଲି ଅନେକ ଅଭିଯୋଗ ହେଉଛି ତଥାପି ପ୍ରଶାସନ ନୀରବ । ବାଲି ମାଫିଆ ମାନଙ୍କ ନାଁ ଭୟ ଅଛି ପୋଲିସ, ନାଁ ଅଛି ରାଜସ୍ୱ ଓ ଖଣି ବିଭାଗକୁ । ସ୍ଥାନୀୟ ନେତା ମାନଙ୍କୁ ଭାଗୁଆଳି କରି ବାବୁ ମାନଙ୍କୁ ସାଇ ଲେନ୍ସ ପ୍ଲିଜ କରିବା ଫଳରେ ଗାଡ଼ିକୁ ଜବତ କରିବା ବା ଜରିମାନା କରିବା କୁ ଅଧିକାରୀ ମାନେ ସାହସ କରୁନଥିବା ଆଲୋଚନା ହେଉଛି। ଦାୟିତ୍ୱ ରେ ଥିବା ଅଧିକାରୀ ମାନଙ୍କୁ ଏହି ସବୁ ଅଟକ ଗାଡ଼ି ସମ୍ପର୍କ ରେ ପଚାରିଲେ ବାବୁ ମାନଙ୍କ ମୁହଁରୁ ସନ୍ତୋଷ ଜନକ ଉତ୍ତର ମିଳୁନାହିଁ। ଏହି ଅଟକ ଗାଡ଼ିକୁ ଛାଡିବା ପାଇଁ ଡ଼ିଲ ହେଉଥିବା ମଧ୍ୟ ଚର୍ଚ୍ଚା ହେଉଛି। ଦେଖାଯାଉ ବାବୁ ମାନେ କାହା ନିର୍ଦ୍ଧେଶ କୁ ଅପେକ୍ଷା କରିଛନ୍ତି। ଏହି ଗାଡ଼ିକୁ ଧରିଲା କିଏ ଅଟକ ରଖିଛି କିଏ ବୋଲି ଏବେ ସାଧାରଣ ରେ ଆଲୋଚନା ହେଉଛି। ଦେଖିବାକୁ ବାକି ରହିଲା ଗଞ୍ଜାମ ଜିଲ୍ଲାର ବାଲି ମାଫିଆ ମାନଙ୍କ ପ୍ରତି କେବେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ପ୍ରଶାସନ ଓ ସରକାର । ଏହି ବାଲିମାଫିଆ ଙ୍କ ସମ୍ରାଟ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାପାଳ ଙ୍କ ବାସଗୃହ କାର୍ଯ୍ୟାଳୟ ରେ କାର୍ଯ୍ୟରତ ବୋଲି ସାଧାରଣ ରେ ଆଲୋଚନା ହେଉଛି l ଏହି ବଡ଼ ବାବୁ ହେଉଛନ୍ତି ଜିଲ୍ଲାର ବାଲି, ମଦ, ଖଣି, ଓ ଜମି ମାଫିଆ ଙ୍କ ହର୍ତ୍ତା କର୍ତ୍ତା ଦୟିବ ବିଧାତା କହିଲେ କିଛି ବି ଭୁଲ ହେବ ନାହିଁ ବୋଲି ସାଧାରଣ ରେ ଚର୍ଚ୍ଚା l ସବୁକିଛି ଫିକ୍ସଙ୍ଗ ଓ ସବୁ ଆଦେଶ ଏହି ବାବୁଙ୍କ ଜରିଆରେ ହୋଇଥିବା କୁ ନେଇ ବୁଦ୍ଧିଜୀବୀ ମହଲ ରେ ଆଲୋଚନା ହେଉଛି l ବୋଧେ ସବୁକିଛି ଫିକ୍ସଙ୍ଗ ହେଲା ପରେ ନିର୍ଦେଶ ଆସିଲେ ଗାଡି ଗୁଡିକୁ ଛାଡି ଦିଆଯିବ ବୋଲି ଚର୍ଚ୍ଚା…!
Sign in
Sign in
Recover your password.
A password will be e-mailed to you.