ବାଲିଶିରା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଜନ୍ମ ମୃତ୍ୟୁ ବିଭାଗ କର୍ମଚାରୀଙ୍କୁ ମାସିଆରି ଦେବା ପାଇଁ ଫୋନ କଲକୁ ନେଇ ଚର୍ଚ୍ଚା …..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ନୂତନ ସରକାର ଆସିବା ପରେ ପିସି କାରବାର ର ଦର ବୃଦ୍ଧି ହୋଇଛି। ନେତାଙ୍କ ସମ୍ପର୍କୀୟ ମାନେ ଓ ନିକଟରେ ବସୁଥିବା କୁଜି ନେତା ମାନେ ସରକାରୀ ବେସରକାରୀ କାର୍ଯ୍ୟାଳୟ ର କର୍ମଚାରୀ ମାନଙ୍କୁ ମାସିଆରି ଲେଖା ଛିଡେଇବା ପାଇଁ ଫୋନ ମାଧ୍ୟମରେ ତାଗିତ କରୁଥିବା ଅଭିଯୋଗ ହେଉଛି। ସରକାର ଓ ନେତା ମାନଙ୍କୁ ବଦନାମ କରିବାକୁ କିଛି ବ୍ୟକ୍ତି ଏହି ବଟି ମଗା କାରବାର ରେ ସମ୍ପୃକ୍ତି ଥିବା ମଧ୍ୟ ଆଲୋଚନା ହେଉଛି। ଏଭଳି ଏକ ସଙ୍ଗିନ ଅଭିଯୋଗ ବାଲିଶିରା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଛି। ଶେଷରେ ନେତାଙ୍କ ନିକଟତର ହୋଇ ସରକାରୀ କର୍ମଚାରୀ ମାନଙ୍କୁ ଆମ ଲେଖା ଛିଡ଼ାଅ ବୋଲି କହିବା ଘଟଣା ବର୍ତ୍ତମାନ ଆସିକା ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। କିଛି ଦଲାଲ ଏପରିକି ଶେଷରେ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମାନଙ୍କୁ ବି ଆମ କଥା ବୁଝ ବୋଲି କହିବା ଘଟଣା କୁ ଅଫିସର ଓ କର୍ମଚାରୀ ମାନଙ୍କ ମଧ୍ୟରେ ନିନ୍ଦା କରାଯାଇଛି। ନେତାଙ୍କୁ ଢାଲ କରି ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଫୋନ ଯୋଗେ ତାଗିତ କରୁଥିବା ବ୍ୟକ୍ତି ବିଶେଷ ପ୍ରତି କାର୍ଯ୍ୟନୁଷ୍ଠାନ ନେବାକୁ ଦାବୀ ହେଉଛି। କିଛି ମାସ ପୂର୍ବେ ବଟି ମାଗିବା ଅଡିଓ ଭାଇରଲ ହେବା ପରେ ଏବେ ଅଫିସର ଓ କର୍ମଚାରୀ ମାନଙ୍କୁ ବିଭିନ୍ନ ଆଳ ଦେଖାଇ ମାସିଆରି ଦେବାକୁ ନାଲିଆଖି ଦେଖାଇବା ଚର୍ଚ୍ଚା ହେଉଛି। ଲେଖା ଛିଡ଼େଇବା ଘଟଣା କୁ ଦୁର୍ନୀତି ରେ ଲିପ୍ତ ଥିବା ବାବୁ ମାନେ ପୋଲିସ ରେ ଅଭିଯୋଗ କରିବାକୁ ସାହସ ମଧ୍ୟ କରୁନାହାନ୍ତି। ଦେଖା ଯାଉ ଏ ଲେଖା ଛିଡ଼େଇବା ଘଟଣା ଓ ଅର୍ଥ ଦାବୀ କରିବା କେବେ ବନ୍ଦ ହେଉଛି ତାହା ସମୟ କହିବ l କିଛି ଗୋଦି ମିଡ଼ିଆ ଏଥିରେ ଗୋଟିଏ ପାଦ ଆଗରେ ଥିବା ମଧ୍ୟ ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଉଛି ଏଥିପାଇଁ ଜିଲ୍ଲା ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଦାୟୀ କହିଲେ କିଛିବି ଭୁଲ ହେବ ନାହିଁ l ଜଙ୍ଗଲ ର ପଶୁ ଗଣନା, ପକ୍ଷୀ ଗଣନା ହୋଇପାରୁଛି କିନ୍ତୁ ଜିଲ୍ଲା ରେ ସାମ୍ବାଦିକ ଗଣନା ହୋଇ ପାରୁନାହିଁ ଏହା ଦୁର୍ଭାଗ୍ୟ ର ବିଷୟ ବୋଲି ଚର୍ଚ୍ଚା ହେଉଛି l ବଟି ମାଗିବା, ଥାନାରେ ମଧ୍ୟ୍ୟସ୍ଥି ହେବା ସାମ୍ବାଦିକ ମାନଙ୍କ ପେଶା ପାଲଟି ଗଲାଣି ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l ଗାଡ଼ିରେ ପୋଲିସ, ପ୍ରେସ, ଓ ଓକିଲ ଲେଖି ବୁଲୁଥିବା ଗାଡି ଗୁଡିକୁ ଯାଞ୍ଚ କରି ବ୍ୟକ୍ତି ଙ୍କ ପରିଚୟ ପତ୍ର ବି ଯାଞ୍ଚ କରିବା ଜରୁରୀ ନଚେତ ଆଗକୁ ପ୍ରଶାସନ ଅନେକ ସମସ୍ୟା ଦେଇ ଗତି କରିବାକୁ ବାଧ୍ୟ ହେବ l