ଫରେଷ୍ଟର ବାବୁଙ୍କ ଦାଦାଗିରି

ଉମରକୋଟ (୨୩/୦୬) : ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକ ଏକ ମାଓପ୍ରବଣ ଅଞ୍ଚଳ ହେଇ ଥିବାରୁ ଏହି ବ୍ଲକର ସୀମାନ୍ତବର୍ତ୍ତୀ ଗ୍ରାମ ଗୁଡ଼ିକରେ ଗ୍ରାମ ବାସୀ ରାତିରେ ମାଓବାଦୀଙ୍କ ଶିକାର ତ ଦିବାଲୋକେ ଦିନ ଦ୍ୱିପ୍ରହରେ ସରକାରୀ ବାବୁ ମାନଙ୍କ ଶିକାର ହେଉଛନ୍ତି l ଆଜି ୨୩/୦୬/୨୦୨୩ ରେ ଓଡ଼ିଶା ଓ ଛତିଶଗଡ ସୀମାନ୍ତବର୍ତ୍ତୀ ଗ୍ରାମ ଚୋଡ଼ିଆପାରା, ମାରାପାର, ଏଟୋକାରିଆ ଓ ଲାଣ୍ଡିବେଡ଼ାର ପ୍ରାୟ ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ରାଇଘର ବ୍ଲକ ଚେୟାରମ୍ୟାନ ନବୀନା ନାୟକଙ୍କୁ କୁନ୍ଦେଇ ଫରେଷ୍ଟର ଜାଣି ବାବୁଙ୍କ ନାମରେ ଏକ ଲିଖିତ ଆବେଦନ କରିଛନ୍ତି କି, ଫରେଷ୍ଟର ଜାଣି ବାବୁ ସେମାନଙ୍କୁ ପାଞ୍ଚ ଦିନ ଧରି ଗାଁ ଛାଡ଼ି ଚାଲି ଯାଅ ନ ହେଲେ ପୋଲିଶ ଫୋର୍ସ ଆଣି ମାରି ମାରି ଖେଦିବି କହି ଡରାଇବା ଓ ଧମକାଉଛନ୍ତି l କିନ୍ତୁ ଏହି ଚୋଡ଼ିଆପାରା, ଏଟୋକୋରିୟା, ମାରାପାର ଓ ଲାଣ୍ଡିବେଡ଼ାର ଲୋକ ମାନେ ବିଗତ ୫୦ ବର୍ଷ ଧରି ଜଙ୍ଗଳ କାଟି ଜଙ୍ଗଳ ଜମିରେ ଘର ଦୁଆର କରି ଚାଷ ବାସ କରି ଜୀବିକା ନିର୍ବାହ କରି ଆସୁଛି l ସେମାନଙ୍କୁ ଭିତରେ କାହାର କାହାର ଜମିର ପଟ୍ଟାବି ଅଛି ହେଲେ ସେ ପଟ୍ଟା ଜମି ମଧ୍ୟ ଛାଡ଼ି ପଳାଉ ଓ ଦାଦନ ଖଟିବାକୁ ବାହାର ରାଜ୍ୟରେ ଯାଅ, ତମ ମାନୁଙ୍କ ଏହି ପଞ୍ଚାୟତ ରେ ରହିବାକୁ ଦେବି ନାହିଁ କହି ଫରେଷ୍ଟାର ଜାଣି ବାବୁ ଧମକି ଦେବା ସହ ଅତି ଶୀଘ୍ର ଗାଁ ଗୁଡିକ ଖାଲି କରିବାକୁ ଚେତାବନି ଦେଇଛନ୍ତି l

ସରକାରୀ ବାବୁଙ୍କ ଏହି ନିରୀହ ସହଜ ସରଳ ଆଦିବାସୀ ଖଟିଖିଆ ଦିନ ମୁଜୁରିଆମାନଙ୍କ ଉପରେ ଅତ୍ୟାଚାର ଓ ଜୁଲୁମ ବନ୍ଦ ନ ହେଲେ ଆଗାମୀ ଦିନରେ ସେମାନେ ରାଜ ରାସ୍ତାରେ ଉଲ୍ଲେଇବେ ଚେତାବନି ଦେଇ ଆବେଦନ ପତ୍ରରେ ଉଲ୍ଲେଖ କରିଛନ୍ତି l ନବୀନା ନାୟକ ବ୍ଲକ ଚେୟାରମ୍ୟାନ ଯଥାଶିଘ୍ର ଏହାର ଉଚିତ ପଦକ୍ଷେପ ନେଇ ତଦନ୍ତ କରି ବିହୀତ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବେ କହି ଆଗତ ସମସ୍ତଙ୍କ ଆଶ୍ୱାସନା ଦେଇଛନ୍ତି l

nis-ad
Leave A Reply

Your email address will not be published.