ଦାରିଙ୍ଗବାଡ଼ିରେ ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ

ଦାରିଙ୍ଗବାଡ଼ି, ୨୩/୦୬, ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତ କରିବା ସହିତ ଗତକାଲି ସନ୍ଧ୍ୟାରେ ଦାରିଙ୍ଗବାଡ଼ି ରେ ପହଞ୍ଚିଛନ୍ତି। ପ୍ରାକ ମୌସୁମୀ ପ୍ରଭାବରେ ଦାରିଙ୍ଗବାଡ଼ିରେ ଲାଗି ରହିଥିବା ଝିପି ଝିପି ବର୍ଷାକୁ ଖାତିର ନକରି ରାଜ୍ୟ କଂଗ୍ରେସର ପ୍ରଚାର ଅଧ୍ୟକଙ୍କୁ ସ୍ୱାଗତ କରିବା ନେଇଁ ଜିଲା ମହିଳା ସଭାନେତ୍ରୀ ରୁଦା ମଲିକଙ୍କ ନେତୃତ୍ୱ ଓ ବ୍ଲକ କଂଗ୍ରେସର ସହଯୋଗରେ ଅଞ୍ଚଳର ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହି ଶ୍ରୀ ପଟ୍ଟନାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଶ୍ରୀ ପଟ୍ଟନାୟକ ନେତା ଓ କର୍ମୀ ସମୂହଙ୍କୁ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚି ସଙ୍ଗଠନକୁ ସୁଦୃଢ଼ କରି କଂଗ୍ରେସର ଦୁର୍ଗ କୁହା ଯାଉଥିବା ସ୍ମୃତିକୁ ଫେରେଇ ଆଣିବାକୁ ଆହ୍ବାନ ଦେଇଥିଲେ। ଦୀର୍ଘ ବର୍ଷ ଧରି କ୍ଷମତାସୀନ ଥିବା ରାଜ୍ୟ ସରକାରଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ତୁଟିଯାଇଛି। କର୍ଣ୍ଣାଟକ ସହିତ ଅନ୍ୟ ରାଜ୍ୟର ଉଦାହରଣ ଦେଇ, ୨୦୨୪ ରେ କଂଗ୍ରେସ ଓଡ଼ିଶାରେ ସରକାର ଗଠନ କରିବା ସମ୍ଭାବନା ଉଜ୍ଵଳ ବୋଲି ନେତା ଓ କର୍ମୀଙ୍କୁ କହି ଉତ୍ସାଇତ କରିଥିଲେ। ଶ୍ରୀ ପଟ୍ଟନାୟକଙ୍କ ଏହି କର୍ଯ୍ୟକ୍ରମରେ ଜିଲା ସଭାପତି ଅନାମ ନାୟକଙ୍କ ସହିତ ବରିଷ୍ଠ ନେତା ନକୁଳ ନାୟକ, ଅମୀର ଚାନ୍ଦ ନାୟକ, ସନ୍ତୋଷ ପଟ୍ଟନାୟକ, ଯାକବ ପ୍ରଧାନ, ଅଜୟନ୍ତି ପ୍ରଧାନ, ବିଳାସିନୀ ନାୟକ, ଶ୍ୟାମଘନ ପ୍ରଧାନ, ରୁଦା ମଲିକ ସମେତ ବ୍ଲକ ବରିଷ୍ଠ କର୍ମୀ ଶରତ ପ୍ରଧାନ, ବିଦ୍ୟାଧର ମଲିକ, ବ୍ଲକ ସଭାପତି ପ୍ରଦୀପ ନାୟକ, କରୁଣା ପ୍ରଧାନ, ସନ୍ତୋଷ ପ୍ରଧାନ, ପ୍ରଭଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.