ଆସନ୍ତା କାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ପ୍ରତିବାଦ ସଭା କରିବେ ଆଉଟସୋର୍ସିଙ୍ଗ କର୍ମଚାରୀ…


(ନବୀନ ବାସ ଭବନ ନିକଟରେ ହେବ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା)

ଫୁଲବାଣୀ : ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ରାଜ୍ୟସରକାର ଆମ୍ଭ ଦାବିକୁ ପୂରଣ କରି ନଥିବାରୁ ଏବଂ ସରକାରଙ୍କ ନିକଟରେ ହିଁ ସ୍ଥଗିତ ହୋଇ ଦାବୀକୁ ରଖିଦେଇଥ‌ିବାରୁ ୟାରି ଅଭିଯୋଗରେ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ କନ୍ଧମାଳ ଶାଖାର କୋଣ ଅନୁକୋଣରେ ସରକାରୀ ଦପ୍ତରର ବିଭିନ୍ନ ବିଭାଗରେ

ଆଉଟସୋର୍ସଙ୍ଗ ଜରିଆରେ କାର୍ଯ୍ୟରତ ଥ‌ିବା ବିଭିନ୍ନ ବର୍ଗର କର୍ମଚାରୀମାନେ ତା, ୨୩.୦୬. ୨୦୨୩ ରିଖରେ କନ୍ଧମାଳ ଜିଲ୍ଲାର ଜିଲ୍ଲାପାଳ ମହୋଦୟଙ୍କୁ ଦେଖାକରି ଜିଲ୍ଲାପାଳଙ୍କ ଜରିଆରେ ଓଡିଶାର ବରେଣ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ ଏବଂ ଶାନ୍ତିପୂର୍ଣ୍ଣ ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ପ୍ରତିବାଦ ସଭା (ଦିନ ୧୧ ଘଣ୍ଟିକା ଠାରୁ ସନ୍ଧ୍ୟା ୫ ଘଣ୍ଟିକା ପର୍ଯ୍ୟନ୍ତ ) କାରିବାସହ ସରକାରଙ୍କୁ ଏକ ସପ୍ତାହ ପର୍ଯ୍ୟନ୍ତ ସମୟ ଦେବାର କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଅଛି ଏବଂ ଯଦି ରାଜ୍ୟ ସରକାର ୩୦,୦୬, ୨୦୨୩ ତାରିଖ ଭିତରେ ଓଡିଶାର ହଜାର ହଜାର ସଂଖ୍ୟାରେ ନିଷ୍ପେସିତ ଓ ଅବହେଳିତ ହେଇଆସୁଥ‌ିବା ଏବଂ ବହୁ ଦୟନୀୟ ଅବସ୍ଥାରେ କାର୍ଯ୍ୟ କରୁଥ‌ିବା ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କ ଦୁଃଖ ବୁଝି ସେମାନେ ଆଗାମୀ ଦିନରେ ଦେଇଥ‌ିବା ଦାବୀକୁ ସରକାର କିଛି ଯୁକ୍ତାତ୍ମକ ଭାବେ ପଦକ୍ଷେପ ନେଇ ସେମାନଙ୍କ ସପକ୍ଷରେ କିଛି ନିଯମାବଳୀ ପ୍ରଣଯନ କରନ୍ତି ତେବେ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ରାଜ୍ୟଶାଖା ସହ ଜିଲ୍ଲା ଶାଖାର କର୍ମକର୍ତ୍ତା ମାନେ ରାଜଧାନୀରେ ଏକତ୍ରିତ ହୋଇ ଓଡିଶାର ବରେଣ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟଙ୍କ ସହିତ ରାଜ୍ୟ ସରକାରଙ୍କୁ ଭେଟି ସୁସ୍ବାଗତ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିବେ । ଏବଂ ଯଦି ରାଜ୍ୟ ସରକାର ସେପରି କିଛି ଯୁକ୍ତାତ୍ମକ ନିଷ୍ପତ୍ତି ଏହି ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ପାଇଁ ନନିଅନ୍ତି ଏବଂ ଗତ ତା.୨୭.୦୩. ୨୦୨୩ରିଖରେ ରାଜଧାନୀର ଲୋୟର ପି.ଏମ୍.ଜିର ଗାନ୍ଧୀମାର୍ଗରେ ଚାଲିଥିବା ଅନିର୍ଦ୍ଦିଷ୍ଟକାଳ ଧାରଣା ସ୍ତଳୀରୁ ଯେପରି ଓଡିଶାର ମାନ୍ୟବର ଉର୍ଣ୍ଣୟନ ସଚିବ ମହୋଦୟା ରାଜ୍ୟ ନେତୃତ୍ବଙ୍କ ସହ ଆଲୋଚନା କରିବା ପାଇଁ ଡାକି ଦାବି ଶୁଣିବା ବାହାନାରେ ମିଥ୍ୟା ପ୍ରତିଶ୍ରୁତି ଦେଇ ଆନ୍ଦୋଳନରୁ ହଟେଇ ଦେଇଥିଲେ ଏଣିକି ଆଉ ସେଇପରି କିଛି କଥା ଆମ୍ଭେ ସରକାରଙ୍କ ନିକଟରୁ ଶୁଣିବାକୁ ଚାହୁଁନହୁଁ । ଏବଂ ତା.୩୦.୦୬.୨୦୨୩ରିଖ ପରେ ରାଜ୍ୟ ସଂଘର ଉପଦେଷ୍ଟା ଓ ସଭାପତି ମହୋଦୟଙ୍କ ଦେଇଥ‌ିବା ନିଷ୍ପତ୍ତି ପ୍ରକାରେ ପହିଲା ଜୁଲାଇ ମାସ ଠାରୁ ସାରା ଓଡିଶାରେ କାର୍ଯ୍ୟରତ ଥିବା ବିଭନ୍ନ ବର୍ଗର ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ ନିଜ ନିଜ କାର୍ଯ୍ୟାଳୟରୁ କାମ ବନ୍ଦ କରି ସମୂହ ଛୁଟି ଦରଖାସ୍ତ ନିଜ ବିଭାଗର ଅଧିକାରୀଙ୍କ ନିକଟରେ ପ୍ରଦାନ କରି ହଜାର ହାଜର ସଂଖ୍ୟାରେ ଜିଲ୍ଲାରୁ ବାହାରିଆସି ରାଜଧାନୀରେ ପହଞ୍ଚି ଆଉ ଓଡିଶାର ରାଜଧାନୀରେ ଥ‌ିବା ଲୋୟର ପି.ଏମ୍.ଜି ଗାନ୍ଧୀମାର୍ଗରେ ଆନ୍ଦୋଳନ ନକରି ଓଡିଶାର ବରେଣ୍ୟ
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ବାସ ଭବନ ନିକଟରେ ଅନିଦ୍ଧିଷ୍ଟ କାଳ ଗଣଧରଣା କାର୍ଯ୍ୟକ୍ରମ ସହ ଆଇନି ଅମାନ୍ୟ ଆନ୍ଦୋଳନ ଭଳି କାର୍ଯ୍ୟକ୍ରମ କରିବୁ । ଯେତେଦିନ ପର୍ଯ୍ୟନ୍ତ ରାଜ୍ୟ ସରକାର ଏହି ବର୍ଷ ବର୍ଷ ଧରି ନିଷ୍ପେସିତ ଓ ଅବହେଳିତ ହେଇ ଆସୁଥ‌ିବା ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ସପକ୍ଷରେ ଏବଂ କିଛି ଲିଖିତ ଆକାରରେ କୌଣସି ପ୍ରକାରର ନୀତି ନିୟମ ପ୍ରଣୟନ ନକରନ୍ତି ସେତେଦିନ ପର୍ଯ୍ୟନ୍ତ ଓଡିଶା ସରକାରୀ ଆଉଟସୋର୍ସଙ୍ଗ କର୍ମଚାରୀ ମହାସଂଘ ତା ଆନ୍ଦୋଳନ ରୁ ଓହୋରିବ ନାହିଁ । ବୋଲି ରାଜ୍ୟ ସଂଘର ଉପାଦେଷ୍ଟା ସ୍ପଷ୍ଟ କରି ଦେଇଛନ୍ତି ଏବଂ ଏହାକୁ ବ୍ୟାପକ ପ୍ରଚାର ଓ ପ୍ରସାର କରିବା ନିମନ୍ତେ ରାଜ୍ୟ ସଂଘର ଯୁଗ୍ମ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ମିଶ୍ରଙ୍କ ସମେତ ଜିଲ୍ଲା ସଭାନେତ୍ରୀ ବିଜୟଲକ୍ଷ୍ମୀ ପଣ୍ଡା ଓ ସାଧାରଣ ସମ୍ପାଦକ ଜିତେନ୍ଦ୍ର ମାର୍ଥା ଗଣମାଧ୍ୟମକୁ ଦର୍ଶାଇଛନ୍ତି ।

nis-ad
Leave A Reply

Your email address will not be published.