ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟରେ ବିଶ୍ୱ ଯୋଗ ଦିବସ ପାଳିତ…


ସୁନ୍ଦରଗଡ :ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ଠାରେ ବିଶ୍ଵ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନରେ ଆରମ୍ଭ ହୋଇଥିବା ଆନ୍ତର୍ଜାତୀୟ ଯୋଗ ଦିବସରେ ସାରା ବିଶ୍ବରେ ଯୋଗର ପ୍ରଚାର ଓ ପ୍ରସାର ପାଇଁ ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଆଜି ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡଃ.ଲଳିତ ରଞ୍ଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆଜି ପାତଃ ସମୟରେ ମହାବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅତି ସୁଚାରୁ ରୂପେ ସମ୍ପାଦିତ ହୋଇ ଯାଇଛି। ଅଧ୍ୟକ୍ଷ ଡ଼ଃ.ସାହୁ ଯୋଗ ତଥା ଯୋଗ ଦିବସର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ। ଏହି ଉତ୍ସବରେ ସୁନ୍ଦରଗଡ ସଦର ବିଧାୟିକା କୁସୁମ ଟେଟେଙ୍କ ଯୋଗଦାନ ସମସ୍ତଙ୍କ ଉତ୍ସାହ ବର୍ଦ୍ଧନ କରିଥିଲା।ବିଧାୟିକା କୁସମ ଟେଟେ ତାଙ୍କ ବକ୍ତବ୍ୟରେ ଯୋଗର ମହତ୍ତ୍ଵ ବର୍ଣ୍ଣନା କରିବା ସହିତ ପ୍ରତିଦିନ ଯୋଗାଭ୍ୟାସ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଯୋଗକୁ ବିଶ୍ୱ ଦରବାରରେ ମାନ୍ୟତା ପ୍ରଦାନ କରିବାରେ ଅଶେଷ ପ୍ରୟାସ କରିଥିବାରୁ ସେ ପ୍ରଶଂସାର ପାତ୍ର ବୋଲି ପ୍ରକାଶ କରିଥିଲେ। ଏହି ଉତ୍ସବରେ ସମାଜସେବୀ ସ୍ନେହଲତା ପଟେଲ, ଯୋଗଗୁରୁ ଶଙ୍କର ଅଗ୍ରୱାଲ, ଭାରତୀ ଠାକୁର ପ୍ରମୁଖ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟାନ୍ୟ ଅଣଶିକ୍ଷକ କର୍ମଚାରୀଗଣ ଯୋଗ ଦେଇଥିଲେ।
ବିଶ୍ଵରଞ୍ଜନ ହୋତା
ସୁନ୍ଦରଗଡ

nis-ad
Leave A Reply

Your email address will not be published.