ବଢ଼ିଲା ଅବଢ଼ା ଅଟକଳ

ପୁରୀ : ପୁରୀ ପାଇଁ ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ। ପୁରୀକୁ ପୁଣି ଥରେ ବିଶ୍ବ ଦରବାରରେ ପରିଚିତ କରାଇବା ପାଇଁ ନେଲେ ଏପରି ନିସ୍ପତି। ବଢ଼ିଲା ଅବଢ଼ା  ଯୋଜନାର ଅଟକଳ । ପୂର୍ବରୁ ୩୨୦୮ କୋଟି ଟଙ୍କା ଖର୍ଚ୍ଚ ଅଟକଳ ହୋଇଥିଲା । ଏହି ଯୋଜନାରେ କିଛି ଅତିରିକ୍ତ ପ୍ରକଳ୍ପ ସାମିଲ୍ ହୋଇଥିବାରୁ ଯୋଜନାର ଅଟକଳ ୪୨୨୪.୨୨ କୋଟିକୁ ବୃଦ୍ଧି ପାଇଛି । ବୁଧବାର ବସିଥିବା ରାଜ୍ୟ କ୍ୟାବିନେଟ୍ ଏହି ଅବଢ଼ା ଯୋଜନାର ପୁନଃ ଅଟକଳ ୪୨୨୪.୨୨ କୋଟି ଟଙ୍କାକୁ ଅନୁମୋଦନ କରିବା ସହ ଏହାର କାର୍ଯ୍ୟକାରୀ ସମୟ ୨୦୧୭-୧୮ରୁ ୨୦୨୪-୨୫ ପର୍ଯ୍ୟନ୍ତ ସ୍ଥିର କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀରେ ମଲଟିସ୍ପେଶାଲିଟି ହସପିଟାଲ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ରାୟଗଡ଼ାର ମା’ ମଝିଘରିଆଣୀ ମନ୍ଦିରର ଉନ୍ନତିକରଣ କରାଯିବ । ମନ୍ଦିର ପାଇଁ ସରକାର ୬ ଏକର ଜମି ଯୋଗାଇଦେବେ। ବିନା ପ୍ରମିୟମରେ ଜମି ମିଳିବ ।

ଓଡ଼ିଶା ଜିଏସଟି ଆଇନରେ ସଂଶୋଧନ ସଂପର୍କିତ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ସଡ଼କ ଯାଜନାରେ ସବୁ ଗାଁକୁ ନିର୍ମାଣ ହେବ ରାସ୍ତା । ସମ୍ବିଧାନରେ ଅଷ୍ଟମ ପରିଛେଦରେ ସଉରା ଭାଷା ସାମିଲ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଂଜୁରୀ ମିଳିଛି । କେନ୍ଦ୍ରକୁ ପ୍ରସ୍ତାବ ପଠାଇବେ ରାଜ୍ୟ ସରକାର । ଅନାଥାଶ୍ରମ, ଗୋଶାଳା ଓ ଦୃଷ୍ଟିହୀନ ସ୍କୁଲ ପାଇଁ ସ୍ବତନ୍ତ୍ର ରେଣ୍ଟ ନୀତିକୁ କ୍ୟାବିନେଟ ଅନୁମୋଦନ କରିଛି । ଅବଢ଼ାରେ ସଂଶୋଧିତ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି।

nis-ad
Leave A Reply

Your email address will not be published.