ଡିଏଲଆର କର୍ମଚାରୀମାନଙ୍କୁ ନିୟମିତ କରିବା ଲାଗି ମେୟରଙ୍କ ଦୃଷ୍ଟି ଆକର୍ଷଣ କଲେ ଦୁଇଶହ କର୍ମଚାରୀ

ବ୍ରହ୍ମପୁର : ମହାନଗର ନିଗମ ରେ କାର୍ଯ୍ୟରତ ପ୍ରାୟ ଦୁଇ ଶହ ରୁ ଅଧିକା ଡିଏଲଆର କର୍ମଚାରୀମାନେ ଆଜି ମେୟର ସଂଘମିତ୍ରା ଦଳେଇଙ୍କୁ ସାକ୍ଷାତ କରିବା ସହିତ ନିଜ ଦାବି ଉପସ୍ଥାପନ କରିଥିଲେ । ୧୯୯୩ ମସିହାରୁ କର୍ମଚାରୀ ମାନେ କାମ କରି ଆସୁଥିବା ବେଳେ ସରକାର ତାଙ୍କୁ ନିୟମିତ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରି ନାହାଁନ୍ତି । ୧୯୯୩ ପୂର୍ବରୁ କାର୍ଯ୍ୟରେ ଯୋଗଦେଇଥିବା କର୍ମଚାରୀ ମାନେ ଅଦ୍ୟାବଧି ନିୟମିୟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦୁଇଶହ ରୁ ଅଧିକା କର୍ମଚାରୀ ମାନେଙ୍କ ରେଗୁଲାର ହୋଇନାହିଁ। ବହୁ କର୍ମଚାରୀ ଙ୍କ ଅବସର ଗ୍ରହଣ କରିବା ସମୟ ପାଖେଇ ଆସିଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା ଚିନ୍ତାର ବିଷୟ ପାଲଟିଛି। ତେଣୁ ଏନେଇ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଡି ଏଲ ଆର କର୍ମଚାରୀ ମାନେ ମେୟର ଶ୍ରୀମତୀ ଦଳେଇଙ୍କୁ ଅନୁରୋଧ କରିଥିଲେ।ଏହି ବିଷୟକୁ ନେଇ କାଉନ୍ସିଲ ବୈଠକରେ ଆଲୋଚନା କରାଯାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲ ମେୟର ପ୍ରତିଶୃତି ଦେଇଥିବା ଜଣାପଡିଛି।

nis-ad
Leave A Reply

Your email address will not be published.