୩୯ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ

ହିଞ୍ଜିଳିକାଟୁ(୧୭।୬) : ହିଞ୍ଜିଳିକାଟୁ ପୌର ପରିଷଦ ଅନ୍ତର୍ଗତ ୩୯ ହିତାଧିକାରୀଙ୍କୁ ଶନିବାର ଭତ୍ତା ପ୍ରଦାନ କରାଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ଓ କାଉନସିଲର ଙ୍କ ଉପସ୍ଥିତି ରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି। ୨୫ ବାର୍ଦ୍ଧକ୍ୟ ଭତ୍ତା, ୯ ବିଧବା ଭତ୍ତା,୪ ଜଣ ଅବିବାହିତା ମହିଳା ଓ ଜଣେ ଭିନ୍ନକ୍ଷମଙ୍କୁ ଭତ୍ତା ପରିଚୟ ପତ୍ର ଓ ଭତ୍ତା ରାଶି ବଣ୍ଟନ କରାଯାଇଛି। ଭତ୍ତା ବଣ୍ଟନ କେନ୍ଦ୍ର କୁ ଆସିବା ନିମନ୍ତେ ଅକ୍ଷମ ଥିବା ହିତାଧିକାରୀଙ୍କ ଦୁଆର ମୁହଁରେ ଭତ୍ତା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

nis-ad
Leave A Reply

Your email address will not be published.