ସରକାରି କର୍ମଚାରୀଙ୍କ ସନ୍ଦେହ ଜନକ ମୃତ୍ୟୁ


କୁଆଁରମୁଣ୍ଡା: ଆଜି ଦିନ ପ୍ରାୟ ୧ଟା ସମୟରେ ସରଣ୍ଡାମାଳ ଗ୍ରାମର ଜନୈକ ବ୍ୟକ୍ତି ରାସ୍ତା ପାଖ ଗଛ ତଳେ ଅଚେତ ଅବସ୍ଥାରେ ପଡିଥିବାର ଦେଖି ରାସ୍ତାରେ ଯାତାୟାତ କରୁଥିବା କିଛି ଲୋକ ସରଣ୍ଡାମାଳ ଗ୍ରାମକୁ ଯାଇ ଖବର ଦେଇ ଥିଲେ । ଗ୍ରାମର ଲୋକେ ସେଠାକୁ ଯାଇ ଦେଖିଲେ ଯେ ଅଚେତ ହୋଇ ପଡିଥିବା ବ୍ୟକ୍ତି ଜଣକ ସେହି ଗ୍ରାମର କାମିଲ ସୁରିନ୍‌ ଙ୍କ ପୁଅ ରାଜେଶ ସୁରିନ୍ (୩୮) | ସଙ୍ଗେ ସଙ୍ଗେ ତାଙ୍କ ପରିବାରବର୍ଗଙ୍କୁ ଖବର ପଠାଇ ତାଙ୍କୁ କୁଆଁରମୁଣ୍ଡା ସରକାରୀ ଡାକ୍ତରଖାନାକୁ ନିଆ ଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ରାଜେଶଙ୍କୁ ଡାକ୍ତର ମୃତ ଘୋଷିତ କରିଥିଲେ । ଡାକ୍ତରଙ୍କ କହିବାନୁଯାୟୀ ଏହା ହତ୍ୟା କି ଅଂଶୁଘାତ ଜନିତ ମୃତ୍ୟୁ ପୋଷ୍ଟମର୍ଟମ ହେବାପରେ ଜଣାପଡିବ। ପ୍ରକାଶ ଥାଉ କି ଉକ୍ତ ମୃତକ ଜଣକ ବଣାଇ ଉପଖଣ୍ଡ ତହସିଲ କାର୍ଯାଳୟରେ କାର୍ଯ୍ୟରତ ଓ ଛୁଟିରେ ନିଜ ଗ୍ରାମ ସରଣ୍ଡାମାଳ ଘରକୁ ଆସିଥିଲେ ।

nis-ad
Leave A Reply

Your email address will not be published.