ଖ୍ରୀଷ୍ଟିଆନ ଧର୍ମୀ ଶବ ସମାଧିକୁ ନେଇଁ ଜନ ଅସନ୍ତୋଷ, ଉମରକୋଟ, ରାଇଘର ମୁଖ୍ୟ ରାସ୍ତାରୋକ, ପୋଲିସର ଲାଠି ଚାଳନା

ଉମରକୋଟ : ଉମରକୋଟ ସହରରେ ତହସିଲ କର୍ମଚାରୀ ଓ ରାଜସ୍ବ ନିରୀକ୍ଷକ ମିଶି ରାତି ଅଧାରେ ଲୁଚିଛପି ଶବ ସମାଧି କରୁଛନ୍ତି ଯାହା ଫଳରେ ଉମରକୋଟ ସହରରେ ଜନ ଅସନ୍ତୋଷ ଦେଖା ଦେଇଛି ଯାହାକୁ ନେଇ ରାସ୍ତା ରୋକ କରାଯିବାକୁ ନେଇ ପୋଲିସ ପ୍ରଶାସନ ଦ୍ୱାରା ଲାଠି ଚାର୍ଜ କରାଯାଉଛି | ସୂଚନା ପ୍ରକାରେ ଗତ କାଲି ଉମରକୋଟ ବ୍ଲକର, ବେହାଡ଼ା ପଞ୍ଚଯାତ ଅନ୍ତରଗତ ସିଉନାଗୁଡ଼ା ଗ୍ରାମର ଶ୍ରୀଗଙ୍ଗା ସାନ୍ତାଙ୍କ ପିତା ଡମୁ ସାନ୍ତାଙ୍କ ମୃତ୍ୟୁ ହେଇଥିଲା | କିନ୍ତୁ ଗ୍ରାମବାସୀ ଶବ ସତ୍କାର ପାଇଁ କେହି ଆସିଲେ ନାହିଁ, କି ଶବ ସମାଧି ପାଇଁ ଜାଗା ଦେଲେ ନାହିଁ, ପରେ ଜଣା ପରିଲା ଶ୍ରୀ ଗଙ୍ଗା ସାନ୍ତା ବୟସ ୨୮ ବର୍ଷ,ସେ କିଛି ବର୍ଷ ପୂର୍ବେ ଖ୍ରୀଷ୍ଟିଆନ ଦୀକ୍ଷା ନେଇଁ ଥିଲା, ସେଥିପାଇଁ ତାଙ୍କ ପିତାଙ୍କ ପାଇଁ ମଶାଣିରେ ଜାଗା ମିଳିଲା ନାହିଁ |

ତହସିଲଦାର ଏ ଖବର ଜାଣିବା ପରେ ପୋଲିସ ପ୍ରଶାସନ କୁ ନେଇଁ ରାତ୍ର ୮ ଘଣ୍ଟା ସମୟରେ ରାଇଘର ରାସ୍ତା ପାର୍ସ, ୟୁଭି ନଂ୬ ମୁର୍ତ୍ତୁମା ଗାଁ ଛକରେ ଜେସିବି ଗାଡ଼ି ଦ୍ୱାରା ମାଟି ଖୋଳି ସମାଧି ଦେଇ ଥିଲେ, ଖ୍ରୀଷ୍ଟିଆନ ଧର୍ମୀ ଲୋକ ଜାଣିଲା ପରେ ଏହାର ତୀବ୍ର ନିନ୍ଦା କରିଥିଲେ | ଅଳ୍ପ ସମୟ ଭିତରେ ଉମରକୋଟ ଅଞ୍ଚଳର ଲୋକେ ଉମରକୋଟ, ରାଇଘର ରାସ୍ତା ରୋକ କରି ତହସିଲଦାରଙ୍କ ଏଭଳି କାର୍ଯ୍ୟକୁ ଘୋର ପ୍ରତିବାଦ କରିଥିଲେ | କାରଣ ଉମରକୋଟ ସହରରେ ଏଭଳି କାର୍ଯ୍ୟ ବାରମ୍ବାର ହେଉଛି | ଯାହା ଫଳରେ ସାଧାରଣ ଜନତା ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ଏବଂ ପୋଲିସର ପ୍ରଶାସନ ଦ୍ଵାରା ଲାଠି ଚାର୍ଜର ଶିକାର ହେବାକୁ ପଡୁଛି |ଏଇଠି ଉଲ୍ଲେଖ ଥାଉକି ଗତ ୭ ମାସ ପୂର୍ବେ ଉମରକୋଟ ଡଙ୍ଗରି ସାଇର ଏକ ଖ୍ରୀଷ୍ଟିଆନ ଝିଅର ମୃତ୍ୟୁକୁ ନେଇଁ ଏବଂ ସେହି ଝିଅର ଶବସତ୍କାର କରିବାକୁ ଦିଆ ଯାଇ ନଥିଲା ଯାହାକୁ ନେଇ ଉତ୍ତେଜନା ବଢି ଥିଲା ଯାହା ଫଳରେ ପୋଲିସ ଲାଠି ଚାର୍ଜ କରିଥିଲେ, ସେତେବେଳେ ଜିଲ୍ଲା ପ୍ରଶାସନ ଜନତାଙ୍କୁ ପ୍ରତିଶୃତି ଦେଇ ଥିଲେ ଆଗାମି ଦିନରେ ଏଭଳି କାର୍ଯ୍ୟ ଆଉ ହେବ ନାହିଁ | ଆଞ୍ଚଳ ଲୋକ ଏବଂ ବୁଦ୍ଧିଜୀବୀଙ୍କୁ ନେଇଁ ଶବ ସତ୍କାର କରା ଯିବ ଏବଂ ତହସିଲଦାର ଖ୍ରୀଷ୍ଟିଆନ ମାନଙ୍କ ପାଇଁ ଜାଗା ଯୋଗାଇ ଦେବେ କିନ୍ତୁ ପ୍ରଶାସନ ର ପ୍ରତିଶୃତି ନାଲି ଫିତା ତଳେ ଦବି ଗଲା ଯାହାଫଳରେ ଏଥର ବି ସେହି ଏକା ଘଟଣା ଘଟି ଗଲା ପରିସ୍ଥିତି କୁ ଦେଖି ତହସିଲଦାର ଏବଂ ରାଜସ୍ୱ ନିରୀକ୍ଷକଙ୍କ ମନ ମାନି କାର୍ଯ୍ୟ, ଯାହା ଫଳରେ ସାଧାରଣ ଜନତାଙ୍କୁ ରାସ୍ତା ରୋକ କରି ଆନ୍ଦୋଳନ କରିବାକୁ ପଡ଼ିଲା |

ଆଜି ଦିନ ଚାରି ଘଣ୍ଟା ସମୟରେ ଅତିରିକ୍ତ ଜିଲ୍ଲାପାଳ, ତହସିଲଦାର, ପୋଲିସ ପ୍ରଶାସନ କୁ ଧରି ଧାରଣା ସ୍ଥଳରେ ପହଞ୍ଚି ବୁଝାସୁଝା କରି, ତହସିଲଦାର ଙ୍କ ଭୁଲ ପାଇଁ କ୍ଷମା ମାଗିବା ସହ, ଏଭଳି କାର୍ଯ୍ୟ ଆଉ ହେବ ନାହିଁ ବୋଲି ଉପଜିଲ୍ଲାପାଳ ପ୍ରତିସୃତି ଦେଲେ, କିନ୍ତୁ ଜନତା ଆଉ ପ୍ରଶାସନ ର କଥା କୁ ବିଶ୍ୱାସ କରି ନଥିଲେ ଯାହାଫଳରେ ପ୍ରଶାସନ ଲିଖିତ ଆକାରେ ଦେବା ପାଇଁ ପ୍ରତିଶୃତି ଦେଲେ ଏବଂ ଏହି ଜାଗାରେ ଆଉ ଶବ ସମାଧି ଦେବନାହିଁ, ଏବଂ ସରକାରଙ୍କ ତରଫରୁ ଶବ ସତ୍କାର ପାଇଁ ସାଧାରଣ ଜନତାଙ୍କ ସହ ଏବଂ ଆଞ୍ଚଳିକ ସରପଞ୍ଚ, ସମିତି ସଭ୍ୟଙ୍କ ସହ ଆଲୋଚନା କରି ଶବ ସତ୍କାର କରାଯିବ,ଏତିକି ପ୍ରତିଶୃତି ଦେଲାପରେ ସାଧାରଣ ଜନତା ମାନିଲେ ଏବଂ ଧାରଣା ସ୍ଥଳରୁ ଉଠିବା ପରେ ଯାନବାହାନ ସାବାଭିକ ଭାବରେ ଚଳାଚଳ ହୋଇଛି

nis-ad
Leave A Reply

Your email address will not be published.