ଜାତିଆଣ ଆକ୍ଷେପକୁ ନେଇ ମୌଳିକ ଅଧିକାର ଉପରେ ହନନ ଅଭିଯୋଗ

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ନିର୍ବାଚନ ମଣ୍ଡଳୀ ଜରଡ଼ା ଥାନା ଅନ୍ତର୍ଗତ ବୈରିବାଡ ରେ ସୀମିତ କିଛି ଧୋବା ଜାତି ର ଲୋକଙ୍କୁ ରେଡି ଓ ତେଲେଙ୍ଗା ସମ୍ପ୍ରଦାୟର ଲୋକ ଜାତିଆଣ ଆକ୍ଷେପ ଓ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଥିବା ଚିକିଟୀ ଏସ ଡି ପି ଓ ଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଟଙ୍କଧର ସେଠୀ ଙ୍କ ଅଭିଯୋଗ ଅନୁସାରେ ପୂର୍ବ ଶତ୍ରୁତା କୁ ନେଇ ଗତ ଫେବୃୟାରୀ ୨୩ ତାରିଖରୁ ଗାଁ ରେ ନିଆଁ ପାଣି ବାସନ୍ଦ କରି ଅକଥନୀୟ ଅତ୍ୟାଚାର କରାଯାଉଛି । ଝିଅ ବୋହୂ ଙ୍କୁ ଅଶ୍ଳୀଳ ଇଙ୍ଗିତ, ଭୋଜିଭାତ ବନ୍ଦ, ନିଆଁ ପାଣି ବାସନ୍ଦ, ସାହି ବାସନ୍ଦ ଭଳି ଅନେକ ସମସ୍ୟା ଭିତରେ ସାହି ବାସିନ୍ଦା ଅତିଷ୍ଠ ହୋଇ ଭୟଭିତ ହୋଇ ରହିଛନ୍ତି।
ଟଙ୍କଧର ପୋଖରୀ କୁ ଗାଧେଇ ଯିବା ବେଳେ ୧୫ ଜଣ ଲୋକ ଦଳବଦ୍ଧ ଭାବେ ଗାଁ ରୁ ବାସନ୍ଦ ହୋଇଥିବା କହି ଘରୁ ନ ବାହାରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏମିତି କି ସରକାରୀ ସାମଗ୍ରୀ ରାସନ୍ କାର୍ଡ ରେ ବି ଦିଆଯାଉନାହିଁ। ତେଣୁ ସାହି ବାସିନ୍ଦା ପୋଲିସ ଉପଖଣ୍ଡ ଅଧିକାରୀ କୃଷ୍ଣ ଚନ୍ଦ୍ର ବାତ୍ରା ଙ୍କୁ ଶୁକ୍ରବାର ଜିଲ୍ଲା ରଜକ ସମାଜ ସଭାପତି ରମେଶ ସେଠୀ, ଚିକିଟୀ ତାଲୁକା ସଭାପତି ବସନ୍ତ ସେଠୀ, ଚିକିଟୀ ବ୍ଲକ ଅଧ୍ୟକ୍ଷ ଆପନ୍ନା ସେଠୀ, ପୂର୍ବତନ ସରପଞ୍ଚ ଭଗବାନ ସେଠୀ ଙ୍କ ଉପସ୍ଥିତି ରେ ଅଭିଯୋଗ ଜଣେଇଛନ୍ତି। ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନ ରେ ଏସ ପି ଅଫିସ ଘେରାଉ କରାଯିବ ବୋଲି ଧମକ ମଧ୍ୟ ଦିଆଯାଇଛି । ପ୍ରକାଶ ଥାଉ କି କଙ୍ଗାରୁ କୋର୍ଟ ବିଚାର ଭଳି ଏକ ତରଫା ଭାବେ ଏକ ରେପ୍ କେସ କୁ ଉଠେଇବା କୁ ନେଇ ଅରାଜକତା ଉକ୍ତ ଗ୍ରାମ ରେ ରଜକ ସମାଜ ଉପରେ ଦୀର୍ଘ ଦିନ ଧରି ଚାଲିଆସିଛି। ଏହା କୁ ନେଇ ସମାଜ ଭୟଭୀତ ହୋଇ ସୁରକ୍ଷା ଲୋଡିଛନ୍ତି। ଏ ନେଇ ଏସ ଡି ପି ଓ ଙ୍କୁ ଯୋଗାଯୋଗ କରିବାରୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

nis-ad
Leave A Reply

Your email address will not be published.