ବାଇକୁ ଧକ୍କାଦେଲା ଟ୍ରକ ୨ ମୃତ ଜଣେ ଆହତ ଘୋଟଣାସ୍ଥଳରେ ଜଳିଗଲା ଟେଙ୍କର…


କାଶୀପୁର : ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଶଙ୍କରଡା ଗ୍ରାମନିକଟରେ ଘୋଟିଯାଇଛି ଏକ ମର୍ମନ୍ତୁଦଦୁର୍ଘଟଣା ।ଟେଙ୍କର ଧକ୍କା ଦେବା ଫୋଳରେ ୨ଜଣ ଙ୍କର ମୃତ୍ଯୁ ଘୋଟିଥିବା ବେଳେ ଜଣେ ଆହତ ହେଇଛନ୍ତି।ମୃତକ ଙ୍କ ମଧ୍ୟରେ ଟିକିରି ଥାନା ଅନ୍ତର୍ଗତ ଡେଙ୍ଗାଗୁଡା ଗ୍ରାମର ମହେଶ୍ଵର ମାଝୀ ଓ ଅନ୍ୟ ଜଣେ ଶଙ୍କରଡା ପଞ୍ଚାୟତଅନ୍ତର୍ଗତ କୁପାଖାଲ ଗ୍ରାମର ଓଡିଆ ମାଝୀ।ଆହତ ଜଣକ ହେଉଛନ୍ତି ଡେଙ୍ଗାଗୁଡା ଗ୍ରାମର ସୁରେଶ ମାଝୀ ।
ରାତି ପାଖାପାଖି ୧ଘଣ୍ଟା ସମୟରେ ମୃତକ ମାନେ କୈଣଷି କାମର ରାଫକଣା ଆଡୁ ଟିକିରି ଅଭିମୁଖେ ଫେରୁଥିବା ସମୟରେ ଉତ୍କଳ ଆଲୁମିନା କାରଖାନା ରୁ ଆଲୁମିନା ପାଉଡର ବୋଝେଇ କରି ଆସୁଥିବା ଟେଙ୍କର ଧକ୍କା ଦେବା ଫୋଳରେ ଘୋଟଣା ସ୍ଥଳରେ ହିଁ ୨ଜଣ ଙ୍କର ମୃତ୍ୟ ଘୋଟିଥିବା ବେଳେ ବାଇକୁ ପ୍ରାୟ ୨ଶହ ମିଟର ଘୋଷାଡି ନେବା ଫୋଳରେ ବାଇକ ଏବଂ ଟେଙ୍କରରେ ନିଆଁ ଲାଗି ଜଳି ଯାଇଛି।ଆହତ ଙ୍କୁ ଉଷାପଡା ସ୍ଥିତ ଉତ୍କଳ ହଷ୍ପିଟାଲରେ ଭର୍ତି

କରାଯାଇଛି।ଘୋଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି।ରାସ୍ତାର ଉଭୟ ପାର୍ଶରେ ଯାତ୍ରୀବାହୀ ବସ ଓ ଟ୍ରକ ଅଟକି ରହିଛି। ଖବର ପାଇ ରାୟଗଡା ଏସଡିପିଅ ଦେବଜ୍ୟତି ଦାସ କାଶିପୁର ତସିଲଦାର ବିଶ୍ଵ ବିଶ୍ରୁତ ତ୍ରୀପାଠୀ ଅତିରିକ୍ତ ତସିଲଦାର କୁଶ ଗରଡା ଟିକିରି ଥାନା ଆଇଆଇସି ବିଜୟଲକ୍ଷ୍ମୀ ହିକକା ଘୋଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

nis-ad
Leave A Reply

Your email address will not be published.