ଆଧ୍ୟାତ୍ମିକ କର୍ମକାଣ୍ଡ ବିଶାରଦ ଭାବେ ସମ୍ବର୍ଦ୍ଧିତ ହେଲେ ପଣ୍ଡିତ ଅଶୋକ କୁମାର ପାଢ଼ୀ

ଚିକିଟୀ : ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଦ୍ଵାରା କଟକ ସହିଦ ଭବନ ଠାରେ ପ୍ରତିଭା ପ୍ରୋତ୍ସାହନ ଓ ସମ୍ମାନ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚିକିଟୀ ଲୋକନାଥପୁର ଶାସନ ର ପଣ୍ଡିତ ଅଶୋକ କୁମାର ପାଢ଼ୀ କର୍ମକାଣ୍ଡ ବିଶାରଦ ଭାବେ ସମ୍ମାନିତ ହୋଇଛନ୍ତି । ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ଅମର କୁମାର ପଟ୍ଟନାୟକ ଶ୍ରୀ ପାଢ଼ୀ ଙ୍କୁ ସମ୍ବର୍ଦ୍ଧିତ କରି ଜ୍ୟୋତିଷ ଶାସ୍ତ୍ର, କର୍ମକାଣ୍ଡ, ଆଧ୍ୟାତ୍ମିକତା ଲୋକଙ୍କ ମଧ୍ୟ ରେ ଜାଗ୍ରତ କରିବା ଶ୍ରୀ ପାଢ଼ୀ ଙ୍କ ମହତ୍ ଅବଦାନ ବୋଲି କହିଛନ୍ତି। କାର୍ଯ୍ୟକ୍ରମ କୁ ପ୍ରାକ୍ତନ କଟକ ହାଇକୋର୍ଟ ବିଚାରପତି ବାସୁଦେବ ପାଣିଗ୍ରାହୀ ଉଦଘାଟନ କରିଥିବା ବେଳେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ, ଆନ୍ତର୍ଜାତୀୟ ଚିକିତ୍ସକ ଡକ୍ଟର ଗୋପାଳ ଚନ୍ଦ୍ର କର, ଅଭିନେତା ଶ୍ରୀତମ ଦାସ, ପ୍ରିନିସିପଲ୍ ସେକ୍ରିଟରୀ ଟୁ ଚିଫ ଜଷ୍ଟିସ ହାଇକୋର୍ଟ ଆନନ୍ଦ ଚନ୍ଦ୍ର ଦାସ, ଆଧ୍ୟାତ୍ମିକ ସ୍ତମ୍ଭକାର ଇଞ୍ଜିନିୟର ଶ୍ରୀ ସନ୍ୟାସୀ ଜୀ, ଡବ୍ଲୁ ଏଚ ଓ ରାଜ୍ୟମୁଖ୍ୟ ଡକ୍ଟର ନିହାର ରଞ୍ଜନ ରାୟ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ପୁରସ୍କୃତ ପ୍ରତିଭା ଙ୍କୁ ଉତ୍ସାହିତ କରିଥିଲେ।ରାଜ୍ୟ ର ବିଭିନ୍ନ ପ୍ରାନ୍ତ ରୁ ଦକ୍ଷ ପ୍ରତିଭା ଙ୍କୁ ସମ୍ମାନିତ କରି ଆଗାମୀ ପିଢ଼ି ପାଇଁ ଏହା ପ୍ରେରଣା ଓ ଉତ୍ସ ପାଲଟିବା ଏହା ର ଲକ୍ଷ ଥିବା ବେଳେ ଶ୍ରୀ ପାଢ଼ୀ ମଧ୍ୟ ଜିଲ୍ଲା ତଥା ଜିଲ୍ଲା ବାହାର ଏପରିକି ରାଜ୍ୟ ବାହାରେ ମଧ୍ୟ କର୍ମକାଣ୍ଡ, ବିଭିନ୍ନ ସ୍ଥାନ ରେ ଅନ୍ନ, ଘୃତ ଯଜ୍ଞ କରି ବହୁ ସମ୍ମାନ ର ଅଧିକାରୀ ହୋଇପାରିଛନ୍ତି। ସମ୍ମାନିତ ପରେ ବିଭିନ୍ନ ମହଲ ରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟି ଥିବା ବେଳେ ଚିକିଟୀ ଅଞ୍ଚଳ ତଥା ଶ୍ରି ପାଢ଼ୀ ଙ୍କ ନିଜସ୍ଵ ବ୍ରାହ୍ମଣ ଶାସନ ଗ୍ରାମ ଲୋକନାଥପୁର ଗୌରବ ମୟ ହୋଇଉଠିଛି।

nis-ad
Leave A Reply

Your email address will not be published.