ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସିଛନ୍ତି ‘୫-ଟି’ ସଚିବ ଭି.କେ ପାଣ୍ଡିଆନ

ଫୁଲବାଣୀ : ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସିଛନ୍ତି ‘୫-ଟି’ ସଚିବ ଭି.କେ ପାଣ୍ଡିଆନ । ଶୁକ୍ରବାର ଅପରାହ୍ନରେ ଫୁଲବାଣୀରେ ପହଞ୍ଚିଥିଲେ l ପରେ ଦୁଇ ଦିନ ଧରି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ ବହୁ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଆଗରୁ ସ୍ଥିର ହୋଇଛି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା ।


ସୂଚନା ଅନୁଯାୟୀ, ‘୫-ଟି’ ସଚିବ ଭି.କେ ପାଣ୍ଡିଆନ ଶୁକ୍ରବାର ଅପରାହ୍ନ ୪ଟା ବେଳେ ଗୁଦାରୀ ଏୟାରଷ୍ଟ୍ରିପରେ ଓହ୍ଲାଇବା ପରେ ସେଠାରୁ ବଲସକୁମ୍ପା ଯାଇ ବରାଳଦେବୀ ମନ୍ଦିର ପରିଦର୍ଶନ କରିଥିଲେ । ସେଠାରୁ ଫୁଲବାଣୀସ୍ଥିତ କନ୍ଧମାଳ ଷ୍ଟାଡିୟମ ଆସି ପ୍ରସ୍ତାବିତ ସ୍ପୋର୍ଟସ କମ୍ପେ୍ଲକ୍ସ ନେଇ ବିଚାର ଆଲୋଚନା କରିବା ସହିତ ନାଗରିକ ସମାଜ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ।ସେଠାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଯଥା ଜିଲ୍ଲା ମିଡ଼ିଆ ଫୋରମ,ଜଗନ୍ନାଥ ମନ୍ଦିର ପରିଚାଳନା କମିଟି,ବ୍ରାହ୍ମଣ ସମାଜ, ଜାଗ୍ରତ କନ୍ଧମାଳ ଓଡିଶା, ମସଜିଦ କମିଟି ଓ ମିଳିତ ନାଗରିକ ମଞ୍ଚ କମିଟି ଏପରି ଶତାଧିକ ଦାବିପତ୍ର ଦିଆ ଯାଇଥିଲା କିନ୍ତୁ ଚାଷୀଙ୍କ ସମସ୍ୟା ମନ୍ଦିର, ମସଜିଦ ଓ ଚର୍ଚ୍ଚ ସମସ୍ୟା କୁ ସାତ ଦିନ ଭିତରେ ଏସ ଏମ ଏସ ଜରିଆରେ ଖବର ଦିଆଯିବ ବୋଲି ଭି କେ ପାଣ୍ଡିଆନ ଘୋଷଣା କରିଥିଲେ l ସେଠାରୁ ଫୁଲବାଣୀ ନୂଆ ବସ୍‌‌ଷ୍ଟାଣ୍ଡ ଯାଇ କାର୍ଯ୍ୟର ପ୍ରଗତି ଅନୁଧ୍ୟାନ କରିବା ସହିତ ସନ୍ଧ୍ୟାରେ କରୋନେସନ ପଡ଼ିଆ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବ୍ୟାଙ୍କ ମିତ୍ର,ଏମବିକେ ଓ ମିଶନ ଶକ୍ତି ସଦସ୍ୟା ମାନଙ୍କ ସହ ଆଲୋଚନା କରିଥିଲେ। ପରେ ପୁଲିସ ରିଜର୍ଭ ପଡ଼ିଆରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ସହିତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ।ରାତ୍ରରେ ପ୍ରଦକ୍ଷିଣ ଗୃହରେ ବିଶ୍ରାମ ନେଇ ସକାଳୁ ହର୍ଟିକଲଚର ଅଫିସ ଫୁଲବାଣୀ ଏବଂ ମେଡିକାଲ କଲେଜ ନିର୍ମାଣ ସମୀକ୍ଷା କରି ଫିରିଙ୍ଗିଆ,ବାଲିଗୁଡା, ଦାରିଙ୍ଗବାଡି ଯିବାର କାର୍ଯ୍ୟକ୍ରମ ରହିଛି l

nis-ad
Leave A Reply

Your email address will not be published.