ପାଉଁରୁଟି କମ୍ପାନୀରେ ଚାଲିଥିଲା ନକଲି ବିଦେଶୀ ମଦ ତିଆରି କାରଖାନା

ବ୍ରହ୍ମପୁର : ବିଗତ ଛଅ ମାସ ଧରି ରୁଟି ପ୍ରସ୍ତୁତ କରିବା ଆଳରେ ଚାଲିଥିଲା ବିଦେଶୀ ମଦ ତିଆରି କାରଖାନା । ବିଶେଷ ସୂତ୍ରରୁ ଖବର ପାଇ ବଡ ବଜାର ଥାନା ପୋଲିସ ଓମ୍ ନଗର ପ୍ରଥମ ଲାଇନରେ ଏକ ଘରେ ଚାଲିଥିବା ରୁଟି ଫେକ୍ଟ୍ରି ଉପରେ ଅକସ୍ମାତ ଚଢଉ କରିଥିଲା। ଏସପି ଭାବେ ପ୍ରଶିକ୍ଷଣ ନେଉଥିବା ଆଇ ପିଏସ ଅଧିକାରୀ ଅଙ୍କିତ ବର୍ମା, ଟାଉନ ଏସ୍ଡ଼ିପିଓ ରାଜୀବ ଲୋଚନ ପଣ୍ଡା, ବଡବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ଙ୍କ ନେତୃତ୍ୱରେ ହୋଇଥିଲା ଉକ୍ତ କମ୍ପାନୀ ଉପରେ ହୋଇଥିଲା ଚଢଉ । ବିପୁଳ ପରିମାଣର ନକଲି ମଦ ଏଠାରେ ପ୍ରସ୍ତୁତ ହେଉଥିବା ଜାଣିବାକୁ ପାଇଛି ପୋଲିସ ।

ନକଲି ମଦ ପ୍ରସ୍ତୁତ କରି ବାହାର ଜିଲ୍ଲା ରେ ବିକ୍ରି କରାଯାଉଥିବା ଜଣାପଡିଛି।ଏହି ସଂକାନ୍ତରେ କାରଖାନା ର ମୁଖ୍ୟ ତାରିଣୀ ଜେନା, ମିଟୁ ଜେନା କୁ ଗୁରଫ କରିଛି ପୋଲିସ।ପାଖାପାଖି ୪ଶହ ଲିଟର ନକଲି ବିଦେଶୀ ମଦ, ନଅ କାର୍ଟୁନ ମଦ ଏବଂ ମଦ ତିଆରି ସାମଗ୍ରୀ, ଲେବୁଲ, ଠିପି, ଖାଲି ବୋତଲ, ଠିପି ,ସିଲ,ପୋଲିସ ଜବତ କରିଥିବା ଜଣା ପଡିଛି। ଅଭିଯୁକ୍ତ ଦୁଇ ଭାଇ କୁ ପୋଲିସ ଅଧିକା ପଚରାଉଚରା କରୁଥିବା ପୋଲିସ ଅଧିକାରୀ ମାନେ କହିଛନ୍ତି।ତେବେ ଏଭଳି ନକଲି ମଦ ପିଇବା ଦ୍ୱାରା ବହୁ ଲୋକ ମୃତ୍ୟୁ ମୁଖରେ ପଡୁଥିବା ବେଳେ କମ ପରିଶ୍ରମ ଏବଂ କମ ସମୟରେ କୋଟିପତି ହେବା ଲାଳସା ଏଭଳି ବେଆଇନ କାମ କରିବା ରାସ୍ତା ବାଛୁଛନ୍ତି ଅଭିଯୁକ୍ତ ମାନେ। ପୋଲିସ ପକ୍ଷରୁ ଏଭଳି ବେଆଇନ କାର୍ଯ୍ୟକଳାପ ଉପରେ ତୀକ୍ଷଣ ନଜର ରଖାଯାଉଥିବା ବେଳେ ଅବକାରୀ ବିଭାଗ ଯେଭଳି କୋମାରେ ଥିବା ଜଣାପଡିଛି।

nis-ad
Leave A Reply

Your email address will not be published.