ଅନ୍ଧାରର ସୁଯୋଗ ନେଇ ବିଦ୍ୟାଳୟରୁ ଚୋରି

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରକାରୀ ବ୍ଲକ କଲୋନୀ ବିଦ୍ୟାଳୟରୁ ଚୋରୀ ହୋଇଥିବା ନେଇ ବାଲିଗୁଡା ଥାନା ରେ ଏତଲା ହୋଇଛି l ଘଟଣାରୁ ପ୍ରକାଶ ଯେ, ବୁଧବାର ଅପରାହ୍ନରେ ସାମାନ୍ୟ ବର୍ଷା ସହ ପ୍ରବଳ ପବନ ହେବା ଯୋଗୁଁ ବିଦ୍ୟୁତ ଜିଲ୍ଲା ତମାମ ବିଛିନ୍ନ ହୋଇ ରହିଥିଲା l ଏହି ପରିପ୍ରେକ୍ଷୀରେ ବାଲିଗୁଡା ଟାଉନ ରାତି ତମାମ ସମ୍ପୂର୍ଣ୍ଣ ଅନ୍ଧାର ରେ ରହିଥିଲା l ଉକ୍ତ ବିଦ୍ୟାଳୟ ଛୁଟି ଥିବା ଯୋଗୁଁ ଏହି ଅନ୍ଧାରର ଫାଇଦା ନେଲେ ଦୁର୍ବୁତ୍ତ ମାନେ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିବା ଅନୁଯାୟୀ ବୁଧବାର ରାତିରେ କିଛି ଦୁର୍ବୁତ୍ତ ସ୍କୁଲର ତାଲା ଭାଙ୍ଗି କମ୍ପୁଟର ସାମଗ୍ରୀ ଚୋରି କରି ନେଇଯାଇଛନ୍ତି ।ମୁଁ ଶୁକ୍ରବାର ସକାଳୁ ଆସିବା ପରେ ଦେଖିଲି ସ୍କୁଲର କମ୍ପୁଟର ସାମଗ୍ରୀ ଚୋରି ହେଇଯାଇଛି । ଏନେଇ ମୁଁ ବାଲିଗୁଡ଼ା ଥାନାରେ ଏତଲା ଦେଇଛି | ଏତଲା କୁ ଭିର୍ତ୍ତି କରି ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧୂକାରୀ ବାବା ଶଙ୍କର ସରାଫ ଏକ ମାମଲା କେଶ ନଂ. ୧୫୪/୨୩ ରେ ରୁଜୁ କରି ତଦନ୍ତ ଅବ୍ୟାହତ ରଖିଛନ୍ତି l

nis-ad
Leave A Reply

Your email address will not be published.