ଉଦ୍‌ଯାପିତ ହେଲା ଶିଶିରଭା ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଶିବିର

ବ୍ରହ୍ମପୁର : ସ୍ଥାନୀୟ ଶିବାନନ୍ଦ ନଗର ଥିବା ଶିଶିରଭା ବ୍ୟାଡମିଣ୍ଟନ ଏକାଡେମୀ ତରଫରୁ ଦୀର୍ଘ ଦୁଇମାସ ହେଲା ଚାଲୁଥିବା ଗ୍ରୀଷ୍ମ କାଳୀନ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି | ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା ସମ୍ମାନିତ ଅତିଥି ଭାବେ ରାଜ୍ୟ ବେଡ଼ବିଟନ ସମ୍ପାଦକ ନୀଲେନ କୁମାର ଜୋନାଲ ହେଡ଼ ଦୀପକ ରଞ୍ଜନ ମହାନ୍ତି ଜିଲ୍ଲା ମୁଖ୍ୟ ଦୀପକ ତିବ୍ରେବଳ ଓ ମିତେନ୍ଦ୍ର ଭୂୟାଁ, ସଂଯୋଜକ ସତ୍ୟ ନାରାୟଣ ସାହୁ ଓ ଶିଶିରଭା ଏକାଡେମୀ ମୁଖ୍ୟ ସନ୍ତୋଷ ପାଢ଼ୀ ଉପସ୍ଥିତ ଥିଲେ | ଏହି ଶିବିରରେ ମୋଟ 98ଜଣ ଛାତ୍ର, ଛାତ୍ରୀ ପ୍ରଶିକ୍ଷଣ ନେଉଥିଲେ | ବିଧାୟକ ନିଜ ମନ୍ତବ୍ୟରେ ପିଲାମାନଙ୍କୁ ମୋବାଇଲ ଠାରୁ ଦୁରେଇ ରଖି ପାଠ ଓ ବିଭିନ୍ନ ଖେଳ ପ୍ରତି ଧ୍ୟାନ ଦେବାକୁ ଅଭିଵାବକ ମାନଙ୍କୁ କହିଥିଲେ | ଶେଷରେ ବିଭିନ୍ନ ପ୍ରତିଯୋଗିତା ବିଜୟୀ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା |

nis-ad
Leave A Reply

Your email address will not be published.