ଛାତ୍ରୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ କଣ୍ଟ୍ରାକ୍ଟରପଡ଼ା ଅଞ୍ଚଳରେ ଜଣେ ନବମ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ରବିବାର ଘରେ କେହି ନଥ‌ିବା ସମୟରେ ନାବାଳିକା bcଜଣକ ବେକରେ ଶାଢ଼ି ଲଗାଇ ଝୁଲି ପଡିଛନ୍ତି l ମୃତ ନାବାଳିକା ଜଣକ ହେଲେ ପିଅନ ପଡ଼ା ଅଞ୍ଚଳର ବିଶିକେଷ ନାୟକଙ୍କ ୧୫ବର୍ଷର ଝିଅ ବୋଲି ଜଣାପଡିଛି l ସେ ତାଙ୍କ ମାମୁଁ ଘରେ ରହି ପାଠ ପଢୁଥିଲେ lତାଙ୍କ ମାଉସୀ ଘରେ ପହଂଚି ଏହା ଦେଖିବା ପରେ ସାହି ପଡ଼ୋଶୀଙ୍କ ସାହାଯ୍ୟରେତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ ଡାକ୍ତର ସେଠାରେ ନାବାଳିକାକୁ ମୃତ କରିଥିଲେ।କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କରିଥିଲେ ତାହା ଏପର୍ଯ୍ୟନ୍ତ ଜଣା ପଡି ନାହିଁ। ଏ ନେଇ ଟାଉନ ଥାନା କେସ୍‌ ୧୯/୨୩ ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ସୂତ୍ରରୁ ଜଣାପଡ଼ିଛି l

nis-ad
Leave A Reply

Your email address will not be published.