ପୁଅର ଠେଙ୍ଗା ମାଡ଼ରେ ବାପା ମୃତ, ମା ଆହତ; ଅଭିଯୁକ୍ତ ଥାନାରେ ଅଟକ

ଦେବଗଡ଼: ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ। ପୁଅର ଠେଙ୍ଗା ମାଡ଼ରେ ବାପାର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି  ଦେବଗଡ଼ ଜିଲ୍ଲା ଲଇମୁରା ଥାନା ଅନ୍ତର୍ଗତ ଭାଲୁଗୁହା ଗ୍ରାମରେ। ମୃତକ ହେଲେ ଗୁରୁ ଚରଣ କିସାନ(୫୦)। ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ମିଶ୍ର କିସାନ(୨୦) ପ୍ରତିଦିନ ମଦ ପିଇ ଗୁରୁ ଚରଣ କିସାନଙ୍କ ସହ ଝଗଡ଼ା କରେ। ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ ମିଶ୍ର କିସାନ ମଦ୍ୟପ ଅବସ୍ଥାରେ ଘରକୁ ଆସି ପାରିବାରିକ କଥାକୁ ନେଇ ଗୁରୁ ଚରଣଙ୍କ ସହ ଝଗଡ଼ା କରିଥିଲା । ଏଥିରେ ଉତ୍ୟକ୍ତ ହୋଇ ମିଶ୍ର ଏକ ଠେଙ୍ଗା ସାହାଯ୍ୟରେ ବାପା ଗୁରୁଚରଣ ଉପରକୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ଗୁରୁଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ପଟେ ମିଶ୍ର ତାଙ୍କ ମାଙ୍କୁ ମଧ୍ୟ ଆକ୍ରମଣ କରିଥିବା ବେଳେ ସେ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ସାନ ପୁଅ ବଳରାମ ଲଇମୁରା ଥାନାରେ ଏନେଇ ଅଭିଯୋଗ କରିଥିଲେ। ଖବରପାଇ ଘଟଣାସ୍ଥଳକୁ ପୋଲିସ ପହଞ୍ଚି ଶବ ଜବତ କରିବା ସହ ସୈତାନ ପୁଅ ମିଶ୍ରକୁ ଥାନାରେ ଅଟକ ରଖିଛି। ପାରୁବାରିକ କଳହରୁ ହତ୍ୟାକାଣ୍ଡ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ସାଇଣ୍ଟିଫିକ ଟିମ ଘଟଣାର ତଦନ୍ତ ଆରମ୍ଭ କରିଛି।

nis-ad
Leave A Reply

Your email address will not be published.