କଂଗ୍ରେସ ନେତା ଗଜେନ୍ଦ୍ର ନାୟକ ହତ୍ୟାଘଟଣା, ହତ୍ୟାକାରୀଙ୍କ ଘର ଉପରକୁ ଆକ୍ରମଣ କରିବା ସହ ଆସବାବପତ୍ର ପୋଡ଼ିଦେଲେ ସମର୍ଥକ

କାଶିପୁର : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କସନାଦୋରା ଗ୍ରାମର କଂଗ୍ରେସ ନେତା ଗଜେନ୍ଦ୍ର ନାୟକ ହତ୍ୟା ଘଟଣା । ଏହି ଘଟଣାରେ ଉତ୍ତେଜନା ପ୍ରକାଶ ପାଇଛି। ହତ୍ୟାକାରୀ ବାଘ ଗୌଡ ତାଙ୍କ ସମ୍ପର୍କୀୟଙ୍କ ଘର ଉପରେ ଗଜେନ୍ଦ୍ରଙ୍କ ସମର୍ଥକ ଆକ୍ରମଣ କରିଛନ୍ତି। ସମର୍ଥକମାନେ ଚାନ୍ଦଗିରି ଗ୍ରାମରେ ୪ ଟି ଘର ଭାଙ୍ଗିବା ସହିତ ଆସବାବପତ୍ର ଓ ଗୋଟିଏ ବାଇକ ପୋଡ଼ାଜଳା କରିଛନ୍ତି। ଫଳରେ ସେହି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଶାନ୍ତି ଶୃଙ୍ଖଳା ପାଇଁ ଅଧିକ ପୁଲିସ ରାୟଗଡ଼ା ଠାରୁ ଯାଉଥିବା ସୂଚନା ମିଳିଛି।ସୂଚନାନୁଯାୟୀ, କଂଗ୍ରେସ ନେତା ଗଜେନ୍ଦ୍ର ନାୟକଙ୍କୁ କାସନାଦୋରା ଗାଁ ନିକଟରେ ବାଘ ଗୌଡ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ଠିକା କାମ ଓ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଥିଲା। ପୁଲିସ ହତ୍ୟାକାରୀ ବାଘ ଗୌଡକୁ ଗିରଫ କରିଥିଲା। ତଥାପି ଗଜେନ୍ଦ୍ର କଂଗ୍ରେସ ଦଳର ଜଣେ ଆଗଧାଡିର ନେତା ହୋଇଥିବା କାରଣରୁ ତାଙ୍କ ସମର୍ଥକ ଏହାକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି। ଏହାପରେ ସଙ୍ଘବଦ୍ଧ ଭାବରେ ଚାନ୍ଦଗିରି ଗ୍ରାମର ୪ ଟି ଘର ଭାଙ୍ଗିବା ସହିତ ଆସବାବପତ୍ର ଓ ଗୋଟିଏ ବାଇକ ପୋଡ଼ାଜଳା କରିଛନ୍ତି।

nis-ad
Leave A Reply

Your email address will not be published.