ମୁକ୍ତା ଯୋଜନାରେ ବ୍ରହ୍ମପୁର ମହାନଗର ନିଗମ ରେ ହୋଇଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ

ବ୍ରହ୍ମପୁର : ମୁଖ୍ୟମନ୍ତ୍ରୀ ଙ୍କ କର୍ମ ତପ୍ତର ଅଭିଯାନ କ୍ରମରେ ମୁକ୍ତା ଯୋଜନାରେ ବ୍ରହ୍ମପୁର ମହାନଗର ନିଗମ ରେ ହୋଇଥିବା ଉନ୍ନୟନ କାର୍ଯ୍ୟ ସଫଳ ରୂପାୟନ ଓ କାର୍ଯ୍ୟକାରିତା ନେଇ ସମୀକ୍ଷା କରିଛନ୍ତି ୫ଟି ସଚିବ ଭିକେ ପଣ୍ଡିଆନ। ଆଭାସି ମାଧ୍ୟମରେ ସମୀକ୍ଷା କରିଛନ୍ତି ୫ଟି ସଚିବ।ଦଶଟି ଜିଲ୍ଲା ର ମୁକ୍ତା ଯୋଜନାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ। ଗତ ଆର୍ଥିକ ବର୍ଷ୨୦୨୨-୨୩ରେ ବ୍ରହ୍ମପୁର ମହାନଗର ନିଗମ ରେ ୨୭୦ଟି ଏସ. ଏଚ. ଜି ମାଧ୍ୟମରେ ୬୬୪ଟି ପ୍ରକଳ୍ପ କାର୍ଯ୍ୟାଦେଶ କାର୍ଯ୍ୟକାରୀ ହୋଇଛି।ମୋଟ୨୨”କୋଟି ଟଙ୍କା ବିନିମୟରେ ଫେବର ବ୍ରିକ, ପୋଖରୀ ହୁଡା, ଖୋଲା ବ୍ୟାୟାମ କେନ୍ଦ୍ର, ଶିଶୁ ଉଦ୍ୟାନ ଆଦି ବହୁ ଉନ୍ନୟନ ଆଦି କାର୍ଯ୍ୟ ଶେଷ ହୋଇଛି।ସହରର ବହୁ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ବେଳେ ଏକ କୋଟି ସତୁରୀ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ମିଳିଛି ଏସ.ଏଚ. ଜି ମହିଳା ଗ୍ରୁପ କୁ ଯାହାକି ସ୍ୱାଗତ ଯୋଗ୍ୟ ବୋଲି ୫ଟି ସଚିବ କହିଥିଲେ।ଏଥି ସହିତ ଆଗାମୀ୨୦୨୩-୨୪ ବର୍ଷ ପାଇଁ ୩୯୫ଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଆଗତ କରାଯାଇଛି। ୩୪କୋଟି୬୭ଲକ୍ଷ ଟଙ୍କା ବିନିଯୋଗ ରେ ବହୁ ଉନ୍ନୟନ କାର୍ଯ୍ୟ ଆରମ୍ଭ ହେବ।ମହା ନଗର ନିଗମରେ ରାସ୍ତା, ନାଳ ନାର୍ଦମା, ଆଲୋକ ବ୍ୟବସ୍ଥା, ପରିମଳ, ସ୍ମାର୍ଟ ସ୍ମଶାନ, ୧୦ଟି ସ୍ମାର୍ଟ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ୧୦ଟି ସ୍ମାର୍ଟ କଲ୍ୟାଣ ମଣ୍ଡପ ନିମନ୍ତେ ବିଏମସି ପକ୍ଷରୁ ଜାଗା ଚିହ୍ନଟ ହୋଇସାରିଛି।ଏ ସମସ୍ତ କାର୍ଯ୍ୟ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ୫ଟି ସଚିବ ଶ୍ରୀ ପଣ୍ଡିଆନ କହିଛନ୍ତି।ଆଜିର ଏହି ସମୀକ୍ଷା ବୈଠକରେ ମେୟର ସଂଘମିତ୍ରା ଦଳେଇ, ବିଧାୟକ ବିକ୍ରମ କୁମାର ପଣ୍ଡା, କମିସିନର ଜେ. ସୋନାଲ, ଦେପ୍ୟୁଟିଂ କମିସିନର ବିନୋଦ କୁମାର ବେହେରା, ଉପ ମେୟର ଇ ବିବେକ ରେଡି ଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.