କୋଏଲ ସେତୁର ନିର୍ମାଣ କାର୍ଯ୍ୟ ମନ୍ଥର,ବଢୁଛି ଜନଅସନ୍ତୋଷ…


କୁଆଁରମୁଣ୍ଡା : ୨୦୧୯ ମସିହା ମାର୍ଚ୍ଚ ୧ ତାରିଖ ଦିନ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା କୋଏଲ ନଦୀ ରେ ଏକ ପୋଲ ନିର୍ମାଣ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ପୋଲ ଦ୍ଵାରା କୁଆଁରମୁଣ୍ଡା ବ୍ଳକ ଜନସାଧାରଣ ତଥା ବିରମିତ୍ରପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣ ରାଉରକେଲା ଇସ୍ପାତ ସହର କୁ ଯିବାଆସିବା ପାଇଁ ଅତି କମ୍ ସମୟ ମଧ୍ୟରେ ଯିବା ଆସିବା କରିପାରିବେ । ସେଥିପାଇଁ କୁଆଁରମୁଣ୍ଡା ନାଗରିକ କମିଟିର ଆବାହକ ଶ୍ରୀ ରାଜେଶ କେର୍କେଟା ସମେତ କମିଟିର ସଦସ୍ଯ ମାନଙ୍କ ସହିତ କୁଆଁରମୁଣ୍ଡା ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ଅନୁରୋଧ ରକ୍ଷାକରି କୋଏଲ ସେତୁଟିଏ
ପାଇଁ ଆର.ଏଣ୍ଡ.ବି ଡିଭିଜନ ରାଉରକେଲା କୁ ନିର୍ଦ୍ଦେଶ ଦେବା ସହିତ ଟେଣ୍ଡର ଆହ୍ବାନ କରିବା ପାଇଁ ନିର୍ଦ୍ଦେଶ ଦେଇ ଥିଲେ । ଟେଣ୍ଡର ନେଇଥିବା ଜନୈକ ଠିକାଦାର ଗତ ୩ ବର୍ଷ ହେଲା କାମ ଆରମ୍ଭ କରି ମଧ୍ଯ ଏଯାବତ ସମ୍ପୂର୍ଣ୍ଣ କରିନପାରିବା ନେଇ ଜନସାଧାରଣ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ନାଗରିକ କମିଟିର ସଦସ୍ଯ ମାନଙ୍କ ସହିତ ଜନସାଧାରଣ ମାନେ ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ଦାବୀ କରିଛନ୍ତି |

nis-ad
Leave A Reply

Your email address will not be published.