ଦିନିକିଆ ଗସ୍ତରେ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଦିନିକିଆ ଗସ୍ତରେ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀ । ରାଜ୍ୟ ଜଙ୍ଗଲ ପରିବେଶ ଓ ପଂଚାୟତରାଜ, ପାନୀୟ ଜଳ ଓ ସୂଚନା ଓ ଲୋକ ସମ୍ପକ ମନ୍ତ୍ରୀ ପ୍ରଦୀପ କୁମାର ଓମାତ, ଗ୍ରାମ୍ୟ ଉନ୍ନୟନଓ ପ୍ରଯୁକ୍ତି ବିଦ୍ୟା ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତି ରଂଜନ ଘଡ଼ାଇ ଓ ଆଦିବାସୀ ଓ ହରିଜନ କଲ୍ୟାଣ ପଛୁଆବର୍ଗ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଏକ ହେଲିକ୍ୟାପଟର ଯୋଗେ ଭୂବେନେଶ୍ବରରୁ ଫିରିଙ୍ଗିଆ ହାଇସ୍କୁଲ ପଡ଼ିଆରେ ଠାରେ ଦିନ ୧୧.୩୦ରେ ପହଂଚିଥିଲେ । ସେଠାରୁ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଜଙ୍ଗଲ ଭିତରକୁ ଯାଇ ସେଠାରେ ଦୁଇଟି ଦୋକାନ ଘରକୁ ଉଦଘାଟିତ କରିଥିଲେ । ପରେ ବ୍ଲକ ପରିସରରେ ମିଶନ ଶକ୍ତି କ୍ୟାଫେ କୁ ଉଦଘାଟିତ କରିଥିଲେ । ଏହା ସହିତ କାଶିନିପଦର ନୂତନ ପଂଚାୟତ ଗୃହ ଉଦଘାଟିତ କରିଥିଲେ । ସେଠାରୁ ଗୋଚ୍ଛାପଡ଼ା ଯାଇ ତିନୋଟି ବିଜୁ ସେତୁର ଉଦଘାଟନ କରିଥିଲେ । ସେଠାରୁ ମନ୍ତ୍ରୀମାନେ ବୌଦ୍ଧ ଗସ୍ତରେ ଯାଇଥିଲେ । ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ରୋଦନ ମଲିକ, ବ୍ଲକ ବିଡ଼ିଓ ରଶ୍ମି ରଂଜନ ମହନ୍ତ,ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ଉପସ୍ଥିତ ଥ‌ିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଫିରିଙ୍ଗିଆ ଅଧକ୍ଷା ନମିତା କହଁର, ଜିଲା ପରିଷଦ ସଭ୍ୟ ନିଳଗିରି ଦିଗାଲ,ଜୟଶ୍ରୀ କହଁର, ଓ ପୂର୍ବତନ ବ୍ଲକ ଅଧକ୍ଷ ଲାଲନନ୍ଦ ପ୍ରଧାନ,ବିଜେଡ଼ି ବ୍ଲକ ସଭାପତି ରଜନି କାନ୍ତ ମଲିକ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ତ ବିଭାଗ ସହକାରୀ ଯନ୍ତ୍ରୀ ଶାନ୍ତନୁ କୁମାର ସ୍ବାଇଁ ଉପସ୍ଥିତ ଥ‌ିବା ବେଳେ ଏସଡ଼ିପିଓ ସୁପ୍ରଶନ ମଲିକ ଓ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହକ ଉପସ୍ଥିତ ରହି ସୁରକ୍ଷାରେ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ସୁରକ୍ଷା ଦୃଷ୍ଟିରୁ ୬ ପ୍ଲାଟୁନ ପୋଲିସ ନିୟୋଜିତ କରାଯାଇଥିଲା ।

nis-ad
Leave A Reply

Your email address will not be published.