ନକଲି ପୋଲିସ ଗିରଫ…

ଫୁଲବାଣୀ: ପୋଲିସ ବେଶରେ କରୁଥିଲେ ଡକାୟତ l 8 ଜଣ ଅଭିଯୁକ୍ତଙ୍କୁ ଫିରିଙ୍ଗିଆ ପୋଲିସ ଗିରଫ କରିବା ସହ କିଛି ଟଙ୍କା ଦେଶୀ ବନ୍ଧୁକ କରିଛି ଜବତ l ଗତ 6 ତାରିଖ ଦିନ ରାତିରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ପାଙ୍ଗl ପଞ୍ଚାୟତ ର ବାଲି ଗୋଟା ଗ୍ରାମ ରେ ରାତି 2 ଟା ସମୟରେ 14 ଜଣ ସଶସ୍ତ୍ର ଯୁବକ ପୋଲିସ ଡ୍ରେସ୍ ପିନ୍ଧି ପୋଲିସ ନାଲିବତୀ ବୋଲର ରେ ଲଗାଇ ବନ୍ଧୁକ ଧରି ସେଇ ଗ୍ରାମରେ ଦୁଇଜଣ ଘରେ ପଶି ଗଞ୍ଜେଇ ଥିବା କହି ଲୁଟପାଟ କରିଥିଲେ l ତାଙ୍କ ଘରୁ l ପଚାଶ ହଜାର ଟଙ୍କା 6 ଭରି ସୁନା ଅନ୍ୟାନ୍ୟ ଆସବ ପତ୍ର ଲୁଟ କରିଥିଲେ l କିନ୍ତୁ ସେଇ ଗ୍ରାମ ବାସୀ ଙ୍କ ସନ୍ଦେହ ହେବା ଯୋଗୁଁ ଫିରିଙ୍ଗିଆ ପୋଲିସ କୁ ପଚାରିଥିଲେ l ଗ୍ରାମବାସୀ ନକଲି ପୋଲିସ ଜାଣିବା ପରେ ଚତୁରତା ସହ ପୋଲିସ୍ ଓ ଗ୍ରାମବାସୀ ମିଳିତ ଏହି ପେସାବର ଡକାୟତ ଙ୍କୁ ଧରିଥିଲେ l ଫିରିଙ୍ଗିଆ ପୋଲିସ୍ 8 ଜଣଙ୍କୁ ଗିରଫ କରିଛି l ସହ ସେମାନଙ୍କ ଠାରୁ ପୋଲିସ ଡ୍ରେସ୍, ନାଲିବତୀ ଗାଡ଼ି, 4 ଟା ଦେଶୀ ବନ୍ଧୁକ, ଗୋଟଏ ପିସ୍ତଲ, ଏବଂ 4 ଟି ଜୀବନ୍ତ ଗୁଳି, ଛୁରୀ ମୋବଇଲ୍ 10 ହଜାର ଟଙ୍କା ଜବତ କରାଯାଇଛି l ଏଥି ମଧ୍ୟରୁ 5 ଜଣ କଟକ ଜିଲାର ଜଣା ପଡ଼ିଥିବା ବେଳେ ତାଙ୍କ ନାରେ 15 ରୁ ଉର୍ଦ୍ଧ ଡକାୟତି ଏବଂ ଫlୟରିଂ ମାମଲା ରହିଚି l ଏହି ପେସା ଦାର୍ ଡକାୟତ ଗ୍ଯlକ୍ ର ଲିଙ୍କ୍ ଖାଉଛି ଫିରିଙ୍ଗିଆ ପୋଲିସ l

nis-ad
Leave A Reply

Your email address will not be published.