କରମଣ୍ଡଳ ଟ୍ରେନ ଦୁର୍ଘଟଣାଗ୍ରସ୍ତ ମୃତବ୍ୟକ୍ତିଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ନିରବ ପ୍ରାର୍ଥନା

ରାଇଘର : ବାଲେଶ୍ୱର ବାହାନଗlରେ ଶୁକ୍ରବାର ରାତିରେ ଘଟିଥିବା ଭୟଙ୍କର ଲୌହଦାନଵର ରକ୍ତ ଭୋଜିରେ ଭାରତ ସହ ପୁରା ବିଶ୍ୱ ସ୍ତବ୍ଧ l ସତରେ ଏହା ଖୁବ ହୃଦୟବିଦାରକ l ଏହିପରିକ୍ଷେପରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ଡି. ଏନ. କେ ଶିବ ମନ୍ଦିରରୁ ୪ ତାରିଖ ସନ୍ଧ୍ୟା ସମୟରେ ଏକ କ୍ୟାଣ୍ଡେଲ ଯାତ୍ରା ବାହାରି ମୁଖ୍ୟ ବଜାରର ହନୁମାନ ମନ୍ଦିର ଯାଏଁ ଆସିଥିଲା l କ୍ୟାଣ୍ଡେଲ ଯାତ୍ରା ଆରମ୍ଭ ସମୟରେ ବର୍ଷା ଓ ପବନ ହୋଇଥିଲେ ବି ଏହାକୁ ବେଖାତିର କରି ରାଇଘରର ଚେୟାରମେନ ନବୀନା ନାୟକଙ୍କ ସହ ପୂର୍ବତନ ବିଧାୟକ ସୁବାସ ଗଣ୍ଡ , ଭାରତୀୟ ଜନତା ପାର୍ଟିର ସଂଗ୍ରାମୀ ନେତ୍ରୀ ପ୍ରୀତିସ୍ନିଗ୍ଧା ମହାପାତ୍ର, କଂଗ୍ରେସ ପାର୍ଟି ର ଟାଣୁଆ ନେତା ସାନରାଜ ଗଣ୍ଡ , ଅନୱାର ଅଲମ , ଶ୍ରୀରାମ ସୁନାନୀ, ମୁନ୍ନା ରାଜପୁତ ଏବଂ ପ୍ରତାପ ଭୂଇଁୟା ଙ୍କ ସହ ରାଇଘରର ଶିକ୍ଷକ ସଂଘ ସହିତ ଆଞ୍ଚଳିକ ସମାଜସେବୀ ପ୍ରମୁଖ ଉପସ୍ଥିତ ଥାଇ ଓଡିଶାରେ ସଦ୍ୟ ଘଟିତ ରେଳ ଦୁର୍ଘଟଣାରେ ମୃତକ ମାନଙ୍କର ଅମର ଆତ୍ମାର ସଦଗତି, ଏବଂ ଆହତ ମାନଙ୍କର ଆସୁଆରୋଗ୍ୟ ଓ ମୃତାହତଙ୍କ ପରିବାର ଓ ଆତ୍ମୀୟଜନଙ୍କୁ ଏ ପରିସ୍ଥିତିର ମୁକାବିଲା କରିବା ପାଇଁ ଶକ୍ତି ସାହସ ଏବଂ ଧର୍ଯ୍ୟ ପ୍ରଦାନ କରନ୍ତୁ କହି ଜଗତରନାଥ ଶ୍ରୀ ଜଗନ୍ନାଥଙ୍କ ପାଖରେ 2 ମିନିଟର ନିରବ ପ୍ରାର୍ଥନା କଲେ l

      ଅପୂର୍ବ ମଣ୍ଡଲ (ରାଇଘର )
nis-ad
Leave A Reply

Your email address will not be published.