ରେଳ ଦୁର୍ଘଟଣାଗ୍ରସ୍ତ ଙ୍କ ପାଇଁ ସହାୟତା ର ହାତ ବଢାଇଲେ ଓଡ଼ିଆ ସିନେ ତାରକା ଏଲିନା ସାମନ୍ତରାୟ…

ଭୁବନେଶ୍ୱର : ତା:୦୪-୦୬-୨୦୨୩:- ବାଲେଶ୍ଵର ନିକଟ ବାହାନଗା ଠାରେ ଶୁକ୍ରବାର ଘଟିଥିବା ହୃଦୟ ବିଦାରକ ରେଳ ଦୁର୍ଘଟଣା ରେ ଆହତଙ୍କ ପାଇଁ ସହାୟତା ର ହାତ ବଢାଇଲେ ଓଡ଼ିଆ ସିନେ ତାରକା ଏଲିନା ସାମନ୍ତରାୟ। ଭୁବନେଶ୍ୱର ୟୁନିଟ ୪ ସ୍ଥିତ ରେଡକ୍ରସ ଭବନ ରକ୍ତ ଭଣ୍ଡାର ରେ ଏଲିନା ଆୟୋଜିତ କରିଥିବା ରକ୍ତଦାନ ଶିବିର ରେ ବହୁ ଚଳଚ୍ଚିତ୍ର ଅଭିନେତା , ଅଭିନେତ୍ରୀ , ନିର୍ଦ୍ଦେଶକ ଙ୍କ ସମେତ ପିପିଲି ବିଧାୟକ ରୁଦ୍ର ମହାରଥୀ ଓ ଅନେକ ରାଜନେତା ଯୋଗଦେଇ ଦୁର୍ଘଟଣା ରେ ଆହତଙ୍କ ପାଇଁ ରକ୍ତଦାନ କରିଛନ୍ତି।ସକାଳ ୯ଟାରୁ ଆରମ୍ଭ ହୋଇଥିବା ଏହି ଶିବିର ରେ ୨୫୦ ୟୁନିଟ ରୁ ଉର୍ଦ୍ଧ ରକ୍ତ ସଂଗ୍ରହ କରି ଚିକିତ୍ସିତ ହେଉଥିବା ଆହତଙ୍କ ପାଇଁ ପଠାଯାଇଛି। ରେଡକ୍ରସ ର ସମ୍ପାଦକ ବିଭୂତି ଭୂଷଣ ପଟ୍ଟନାୟକ, ଡ ଗୀତା ମିଶ୍ର ଏବଂ ଏଲିନା ଙ୍କ ଦୁଇ ସହଯୋଗୀ ସିକେ ଶର୍ମା ଓ ହିରାଲାଲ ଶର୍ମା ଙ୍କ ସହାୟତାରେ ଏହି ଶିବିର ଆୟୋଜିତ ହୋଇଥିବା ବେଳେ,ଏଭଳି ଦୁଃଖଦ ସମୟରେ ସମସ୍ତ ଓଡିଶାବାସୀ ସହଯୋଗର ହାତ ବଢ଼ାଇବାକୁ ଅନୁରୋଧ କରିଛନ୍ତି ଏଲିନା

nis-ad
Leave A Reply

Your email address will not be published.