କ୍ଷୀର ବ୍ୟବସାୟୀ ତଥା ଜମି ଦଲାଲଙ୍କୁ ନିର୍ମମ ହତ୍ୟା :କାରଣ ଅସ୍ପଷ୍ଟ…


କୁଆଁରମୁଣ୍ଡା-କୁଆଁରମୁଣ୍ଡା ବ୍ଳକ ଅନ୍ତର୍ଗତ ଗୋବିରା ପଂଚାୟତ ରେ ଗତ କାଲି ରାତି ରେ ଏକ ହତ୍ୟାକାଣ୍ଡ ଘଟି ଜଣଙ୍କର ମୃତ୍ଯୁ ହୋଇଛି ।ମୃତ୍ଯୁ ବରଣ କରିଥିବା ବ୍ଯକ୍ତି ଜଣକ ପଦ୍ମପୁର ପଂଚାୟତ ଅର୍ନ୍ତଗତ ଜମୁନାନାକି ଅଞ୍ଚଳର ଅମରନାଥ ଯାଦବ ବୋଲି ପୋଲିସ ସୂତ୍ର ରୁ ଜଣାପଡିଛି । ଗୋବିରା ଅଞ୍ଚଳରେ ଥିବା ଏକ ନିର୍ମାଣଧିନ କୋଠରୀ ପରିସର ମଧ୍ଯ ରେ ଉକ୍ତ ବ୍ଯକ୍ତିଙ୍କ ମୁଣ୍ଡକୁ ଅତି ନିକଟରୁ ୨ ରାଉଣ୍ଡ ଗୁଳି ମାରିବାରୁ ପ୍ରଚୁର ରକ୍ତ ସ୍ରାବ ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ହତ୍ୟାକାଣ୍ଡ କୁ ନେଇ ଜନସାଧାରଣ ଙ୍କ ମଧ୍ଯ ରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଖବର ପାଇ କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଶ୍ରୀ ଶାମଲାଲ ଓରାମ ସମେତ ଫାଣ୍ଡିରେ କାର୍ଯ୍ୟରତ କର୍ମଚାରୀ ମାନେ ଘଟଣା ସ୍ଥଳ କୁ ଯାଇ ଶବଟିକୁ ଜବତ କରିବାସହ ପାଖ କୋଠରୀ ନିକଟରେ ଥିବା ଏକ ମଟର ସାଇକେଲ ନଂ OD14W 2278କୁ ଜବତ କରିଛି ।ପ୍ରାପ୍ତ ସୂଚନା ଅନୁଯାଇ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜନସାଧାରଣ ଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି ।ଏବଂ ଏହି ହତ୍ୟାକାଣ୍ଡ ରେ କିଛି ପ୍ରଭାବଶାଳି ବ୍ଯକ୍ତି ତଥା ଜମି ଦଲାଲଙ୍କ ହାତ ରହିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେବାରେ ଲାଗିଛି । ପୋଲିସ ପ୍ରଶାସନ ଏହାର ନିରପେକ୍ଷ ତଦନ୍ତ କଲେ ପ୍ରକୃତ ତଥ୍ୟ ଜଣାପଡିବ ଓ ହତ୍ୟା କାଣ୍ଡର ରହସ୍ୟରୁ ପରଦା ହଟିବ l ଏଠାରେ ସୂଚନା ଥାଉକି ଅମରନାଥ ଯାଦବ ଜଣେ ଜମି ଦଲାଲ ଥିବା ସୂଚନା ମିଳିଛି ହୁଏତ ଜମି ମାଫିଆ ମାନେ କୌଣସି କାରଣ ରୁ ତାଙ୍କୁ ହତ୍ୟା କରି ପାରିଥାନ୍ତି କିମ୍ବା କୌଣସି ପୂର୍ବ ଶତ୍ରୁତା କୁ ନେଇ ଏହି ପରି ଘଟଣା ଘଟି ଥାଇ ପାରେ ବୋଲି ପୋଲିସ ପ୍ରାଥମିକ ତଦନ୍ତ ରୁ ସନ୍ଦେହ କରୁଛି l ଅନ୍ୟ ଦିଗକୁ ବିଚାର କଲେ ଏହି ହତ୍ୟାକାଣ୍ଡ ପାଇଁ ସୁପାରୀ କିଲର କିମ୍ବା ମାଓବାଦୀ ଙ୍କ ହାତ ଥିବାକୁ ଏଡାଇ ଦିଅନଯାଇ ପାରେ, କୁଆଁରମୁଣ୍ଡା ପୋଲିସ ଶବ ଟିକୁ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି

nis-ad
Leave A Reply

Your email address will not be published.