ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ରହିଥିବା ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଆଜି ଏକ ବୈଠକ ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମେୟର ସଂଘମିତ୍ରା ଦଳେଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, କମିସିନର ଜେ. ସୋନାଲ, ଅତିରିକ୍ତ କମିସିନର ସମ୍ବିତ ରାଉତ, ଉପମେୟର ଇ.ବିବେକ ରେଡି , ମୁଖ୍ୟ ଅପେରେଟିଙ୍ଗ ଅଧିକାରୀ ଟାଟା ପାୱାର ମିଲଣ୍ଡ କୂଳକାର୍ଣ୍ଣି, ଡିଜିଏମ ସନତ ଜେନା, ୱାଟକୋ ଜେନେରାଲ ମ୍ୟାନେଜର ବିଶ୍ୱମ୍ଭର ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ରହିଥିଲେ।
ରାଜ୍ୟ ସରକାର ମହାନଗର ନିଗମ ରେ ୨୪ ଘଣ୍ଟିଆ ଜଳ ଯୋଗାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ପାରୁନି। ବିଶୁଦ୍ଧ ଜଳ ଯୋଗାଣ କ୍ଷେତ୍ରରେ ସମ୍ପୂର୍ଣ୍ଣ ଫେଲ ମରିଛି ଜନସ୍ୱାସ୍ଥ୍ୟ ବିଭାଗ ଏବଂ ୱାଟକୋ।ଯାହାକୁ ନେଇ ଆଜି କର୍ପୋରେଟର ଙ୍କ ମଧ୍ୟରେ ତୀବ୍ର ଉତେଜନା ଦେଖା ଦେଇଥିଲା।ୱାର୍ଡ ୱାର୍ଡ ରେ ପାଇପ ଲାଇନ ମରାମତି ନାମରେ ରାସ୍ତା ଖୋଲା ଯାଉଛି କିନ୍ତୁ ଦୀର୍ଘ ଦିନ ଧରି ଗାତ ଖୋଳି ରଖିବା ଫଳରେ ଦୁର୍ଘଟଣା ଘଟୁଛି।
ନିଗମ ର ପ୍ରତ୍ୟେକ ୱାର୍ଡ ରେ ନିୟମିତ ଭାବେ ଜଳ ଯୋଗାଣ ହେଉନାହିଁ।ତେଣୁ ତୁରନ୍ତ ନିୟମିତ ଜଳ ଯୋଗାଣ କରିବା ସହିତ ସମସ୍ତ ସାହିରେ ୭ଦିନ ମଧ୍ୟରେ ଜଳ ଯୋଗାଣ ସ୍ୱାଭାବିକ କରିବା କୁ ତଗିତ କରିଥିଲେ ବିଧାୟକ ଏବଂ ସାଂସଦ।ଯଦି ନ ହୁଏ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଧାୟକ ବିକ୍ରମ ପଣ୍ଡା।ଟାଟା କମ୍ପାନୀକୁ ପକ୍ଷରୁ ମଧ୍ୟ ବିଦ୍ୟୁତ ସେବାରେ ସମସ୍ୟା ସୃଷ୍ଟି କରାଯାଉ ଥିବା ନେଇ ଅଭିଯୋଗ କରିଥିଲେ କର୍ପୋରେଟର ମାନେ।ବିନା କାରଣରେ ବାରମ୍ବାର ବିଦ୍ୟୁତ କାଟ କରାଯାଉଛି।ନୂତନ ମିଟର ଆଳରେ ଉପଭୋକ୍ତା ଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ କରିଛନ୍ତି କର୍ପୋରେଟର ମାନେ।ଏଥିସହିତ ଭୂତଳ ବିଦ୍ୟୁତ ସେବା କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ଟାଟା ପାୱାର କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ସମସ୍ୟା ର ସମାଧନ କରିବା ପାଇଁ ମେୟର କହିଥିଲେ।ଏହି ଅବସରରେ ୱାଟକ ର ବହୁ ଅଧିକାରୀ ଏବଂ କର୍ପୋରେଟର ମାନେ ଉପସ୍ଥିତ ଥିଲେ।