ମାଲକାନଗିରି (୦୧/୦୬) : ମାଲକାନଗିରି ସଦର ମହକୁମା ରେ ଦଶ ମିନିଟ ର କାଳ ବୈଶାଖୀ ଦେଖାଇଲା ବଡ ତାଣ୍ଡବ । ନବ ନିର୍ମିତ ଏୟାର ଷ୍ଟିପ ବାଉଣ୍ଡ୍ରି କାନ୍ଥ ଭୁଷୁଡିବା ଫଳରେ ପାଞ୍ଚ ଜଣ ଆହତ ହୋଇଥିବା ବେଳେ ଦୁଇଜଣ ଅତି ଗୁତୁତ୍ତର ହୋଇ ସଦମହକୁମା ସ୍ଥିତ ମେଡିକାଲ ରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଜିଲ୍ଲା ସଦର ମହକୁମା ରେ ଥିବା ଜିଲ୍ଲା କଂଗ୍ରେସ ଭବନ , ଆହାର କେନ୍ଦ୍ର , ହାଇସ୍କୁଲ ଏବଂ ଶିରିଡ଼ି ସାଇ ମନ୍ଦୀର ନିକଟରେ ଥିବା ବହୁତ୍ ଘରର ଟିଣ ଉଡି ବହୁତ୍ ଲୋକଂକ ଘରଦ୍ୱାର ର ଛାତ ଉଡି ଜାଇ ଥିବା ଦେଖିବକୁ ମିଳିଛି । ସହରରେ ଥିବା ଅନେକ ଘର ଉପରେ ଗଛ ପଡ଼ି ଘର ଭାଙ୍ଗି ନଷ୍ଟ ହୋଇଯାଇଛି । ସହର ମଧ୍ୟରେ ଥିବା ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ମଧ୍ଯ ହୋଇଯାଇଛି। ପୂରା ମାଲକାନଗିରି ସହର କୁ କିଛି ସମୟ ପାଇଁ ରାସ୍ତା ଅବରୋଧ ହୋଇଯାଇଛି। ଜିଲ୍ଳା ପ୍ରଶାସନର ନିର୍ଦ୍ଧେଶ କ୍ରମେ ଅଗ୍ନିଶମ ବିଭାଗର ଓଡରଫ ଟିମ୍ ସହର ସାରା ପଇଁତରା ମାରିବା ସହ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ସ୍ଥାନ ଗୁଡିକୁ ସଫା କରିବାରେ ଲାଗପଡିଛନ୍ତି । ମୁଖ୍ୟ ବଜାରରେ ଥିବା ଅନେକ ଉଠା ଫଳ ଦୋକାନ ଗୁଡ଼ିକ ମଧ୍ଯ ଉଡ଼ାଇ ଦେଲା କାଳ ବୈଶାଖୀ। ଜିଲ୍ଲା ସଦର ମହକୁମା ରେ ଅନେକ କ୍ଷୟକ୍ଷତି ଦେଖିବାକୁ ମିଳିଛି । ମାଲକାନଗିରି ମୁନିଶିପାଲିଟୀ ର କାର୍ଯ୍ଯ ନିର୍ବାହୀ ଅଧିକାରୀ ଙ୍କ ସମେତ ପାଉରାଧ୍ୟକ୍ଷ ମନୋଜ ବାରିକ ଏବଂ ତାଙ୍କ କର୍ମଚାରି ମାନେ ସହରର ପ୍ରତ୍ୟେକ ଜାଗା ବୁଲି ଅସୁବିଧା ହୋଇଥିବା ସ୍ଥାନ ଗୁଡିକର ତଦାରଖ କରିବା ସହ ବସବାସ କରୁଥିବା ଲୋକଙ୍କ ସ୍ଥିତି ସମ୍ବନ୍ଧରେ ପରଖି ଥିଲି । ମାଲକାନଗିରି ତହସିଲ ର ଆଡ଼ିଶିନାଲ ତହସିଲଦାର ଜଗଦୀଶ କାର୍ତାମି ଏବଂ ଆର ଆଇ ଙ୍କ ସମେତ ଉପଜିଲ୍ଲପାଳ ଡାକ୍ତର ଅକ୍ଷୟ ଖେମୁଣ୍ଡୁ ଏଵଂ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ମାହେଶ୍ୱରୀ ଚନ୍ଦ୍ର ନାୟକ ବୁଲି ସହରର କ୍ଷୟକ୍ଷତି ଆକଳନ କରିବା ସହ ଅସୁବିଧାରେ ପଡ଼ିଥିବା ଲୋକଂକ କିପରି ସୁବିଧା ହେବ ତା ଉପରେ ଆଲୋଚନା କରିଥଲେ। ସହରରେ ଏତେ ଗଛ ପଡି ବିଦ୍ୟୁତ୍ ସରବରାହ ମଧ୍ୟ ଠପ ହୋଇଯାଇଥିବା ଦେଖିବକୁ ମିଳିଛି। ଆଜି ରାତି ମଧ୍ୟରେ କରେଣ୍ଟ ସହରକୁ ଆସିବା ଅନିଶ୍ଚିତତା ମଧ୍ୟରେ ରହିଥିବା ବେଳେ ଆସନ୍ତା କାଲି କେତେବେଳେ ଆସିବ ତାହାର ନିଶ୍ଚିତତ ନାହିଁ ବୋଲି ଟାଟା ପାୱାର ର ସହକାରୀ ଯନ୍ତ୍ରୀ ଙ୍କ ସୂଚନା । ସହରକୁ ମୁଖ୍ୟ ଲାଇନ୍ ଆସିଥିବା ୩୩କେଭି ର ବିଦ୍ୟୁତ୍ ସରବରାହ ର ବିଦ୍ୟୁତ୍ ଖୁଣ୍ଟ ଗୁଡ଼ିକ ଭାଙ୍ଗି ଯାଇଥିବା ଦେଖିବକୁ ମିଳିଛି।
Sign in
Sign in
Recover your password.
A password will be e-mailed to you.