ଦାରିଙ୍ଗବାଡି,୧/୬ : ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସନପୁର ଗ୍ରାମ ପଞ୍ଚାୟତ ଗାହାକିଆ ଗ୍ରାମର ଜଣେ ଶିଶୁ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଛି । ଗୁରୁତର ଆହତ ଶିଶୁ ଜଣକ ହେଲା ସବିନ ପ୍ରଧାନଙ୍କ ୧୦ ବର୍ଷର ପୁଅ ଶ୍ରିନୁ ପ୍ରଧାନ । ଶ୍ରିନୁ ପ୍ରଧାନ ସନ୍ଧ୍ୟା ସମୟରେ ପାହାଡ଼ ନିକରେ ଖେଳୁ ଥିବା ସମୟରେ କରେଣ୍ଟ ତାର ତଳକ ଝୁଲି ରହିଥିଲା । ଗତ କାଲିର କାଳ ବୈଶାଖୀ ବର୍ଷାରେ କରେଣ୍ଟ ତାର ଝୁଲି ଥିବା ନେଇ ଗ୍ରମାବାସି ମାନେ ବିଦ୍ୟୁତ୍ ବିଭାଗ କୁ ସୂଚନା ଦେବା ସହ କରେଣ୍ଟ ଚାର୍ଜ ନକରିବା ପାଇଁ କହିଥିଲେ । ହେଲେ ଶ୍ରିନୁ ପ୍ରଧାନ ଆଜି ସନ୍ଧ୍ୟା ବେଳେ ଖେଳୁଥିବା ସମୟର କରେଣ୍ଟ ତାରଟିକୁ ହାତରେ ଧରିବା ସମୟରେ କରେଣ୍ଟ ଚାର୍ଜ ହୋଇଯାଇଥିଲା । ଯାହାରି ଫଳରେ ଶ୍ରୀନୁ ଗୁରୁତର ଆହତ ହୋଇଥିଲେ । ପ୍ରଥମେ ଦାରିଙ୍ଗବାଡି ମେଡିକାଲରେ ପ୍ରାଥମିକ ଚିକିତ୍ସା କଲା ପରେ ବ୍ରହ୍ମପୁର ବଡ ମେଡିକାଲ କୁ ରେଫର୍ କରା ଯାଇଥିବା ସୂଚନା ରହିଛି । ମେଡିକାଲରେ ଥାନା ଅଧିକାରୀ କୌଶିକ ମାଝୀ ପହଞ୍ଚି ଘଟଣା ସମ୍ପର୍କରେ ବୁଝିବା ସହ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଥିବା ଜଣା ପଡ଼ିଛି।
Sign in
Sign in
Recover your password.
A password will be e-mailed to you.
Prev Post